ମୁମ୍ବାଇ ୦୭/୦୧: ବଲିଉଡର ହିରୋ ନମ୍ବର-୧ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଗୁଜବ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଗୁଜବ ଉପରେ ଏବେ ସୁନୀତା ତାଙ୍କର ନୀରବତା ଭାଙ୍ଗିଛନ୍ତି। ସୁନୀତା ପ୍ରାୟତଃ ତାଙ୍କର ସ୍ପଷ୍ଟବାଦୀ ଶୈଳୀ ପାଇଁ ଜଣାଶୁଣା। ଏବେ, ସେ ପୁଣି ଥରେ ଖବରକୁ ଆସିଛନ୍ତି, କିନ୍ତୁ ଏଥର ତାଙ୍କର ଚର୍ଚ୍ଚାର କାରଣ କିଛି ଖାସ୍ ରହିଛି। ସୁନିତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯିଏ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ, ସେ ତାଙ୍କର ପ୍ରଥମ ଫିଲ୍ମ ମଧ୍ୟ ସାଇନ୍ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୁନିତା ଆହୁଜା ତାଙ୍କର ଅଭିନୟ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମଟି ବାଲାଜୀ ମୋସନ୍ ପିକଚର୍ସ ଦ୍ୱାରା ଉପସ୍ଥାପନ କରିବ ଏବଂ ଏକତା କପୁରଙ୍କ ଦ୍ୱାରା ପ୍ରଯୋଜିତ ହେବ। ଛାଡପତ୍ରର ଗୁଜବ ମଧ୍ୟରେ ସୁନିତାଙ୍କ ବଲିଉଡ ଡେବ୍ୟୁର ଖବର ସମସ୍ତଙ୍କୁ ଚକିତ କରିଛି।

ଆହୁରି ପଢ଼ନ୍ତୁ...‘ରାମାୟଣ’ର ଏହି ଅଭିନେତ୍ରୀଙ୍କୁ କରାଯାଇ ଥିଲା ହତ୍ୟା, ଖୁବ୍ ହୃଦୟ ବିଦାରକ ଥିଲା ଏହି ଘଟଣା

ରିପୋର୍ଟ ଅନୁଯାୟୀ, ସୁନୀତା ବାଲାଜୀ ମୋସନ୍ ପିକଚର୍ସ ସହିତ ତାଙ୍କର ପ୍ରଥମ ଫିଲ୍ମ ସାଇନ୍ କରିଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଏକତା କପୁର କରିବେ। ଏହି ଫିଲ୍ମ ପାଇଁ ସେ ପ୍ରାୟ ୨୦ ଦିନ ସୁଟିଂ କରିବେ, କାରଣ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଯଦିଓ ତାଙ୍କ ଅଭିନୟ ଡେବ୍ୟୁ ବିଷୟରେ ଏପର୍ଯ୍ୟନ୍ତ ଅଧିକ କିଛି ଜଣା ନାହିଁ, ଏହି ରିପୋର୍ଟଗୁଡ଼ିକ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

ତେବେ ସୁନିତାଙ୍କ ପ୍ରଥମ ଫିଲ୍ମର ନାମ, ନିର୍ଦ୍ଦେଶକ, ସହ-କଳାକାର ଏବଂ ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ତଥାପି, ଏହା ତାଙ୍କର ଆନୁଷ୍ଠାନିକ ଅଭିନୟ ଡେବ୍ୟୁ ହେବ। ସୁନିତାଙ୍କ ବ୍ୟତୀତ, ଗୋବିନ୍ଦାଙ୍କ ପୁଅ ଯଶବର୍ଦ୍ଧନ ଆହୁଜା ମଧ୍ୟ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁସାରେ, ଯଶବର୍ଦ୍ଧନ ଖୁବ୍ ଶୀଘ୍ର ସାଜିଦ ଖାନଙ୍କ ଆଗାମୀ ହରର ଫିଲ୍ମରେ ଅଭିନୟରେ ଡେବ୍ୟୁ କରିବେ। ଯଶବର୍ଦ୍ଧନଙ୍କ ପୂର୍ବରୁ, ଗୋବିନ୍ଦା ଏବଂ ସୁନୀତାଙ୍କ ଝିଅ ଟିନା ଅଭିନୟରେ ଡେବ୍ୟୁ କରିଥିଲେ। କିନ୍ତୁ, ତାଙ୍କ ଫିଲ୍ମ ଭଲ ବ୍ୟବସାୟ କରିନଥିଲା।