ଭୁବନେଶ୍ବର,୨୭/୦୭: ଇଣ୍ଡିଆନ୍ ଆଇଡଲ ସିଜନ-୧୬ର ବିଜୟ ମୁକଟ ପିନ୍ଧିଛନ୍ତି ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ। ଏଥିସହିତ ସେ ପ୍ରଥମ ଓଡ଼ିଆ ପ୍ରତିଯୋଗୀ ଭାବେ କିର୍ତ୍ତିମାନ ସ୍ଥାପନ କରିଛନ୍ତି।ବିଜୟୀ ପୁରସ୍କାର ଭାବେ ତାଙ୍କୁ ସୋନି ଟେଲିଭିଜନ ପକ୍ଷରୁ ୨୦ ଲକ୍ଷ ଟଙ୍କା ଅର୍ଥରାଶୀ ପ୍ରଦାନ କରାଯାଇଛି। ଫାଇନାଲରେ ଜ୍ୟୋତିର୍ମୟୀ ତନିଷ୍କ ଶୁକ୍ଳା ଏବଂ ମନରାଜ ବୀର ସିଂହଙ୍କୁ ପଛରେ ପକାଇ ଚାମ୍ପିୟନ ହୋଇଛନ୍ତି।

ଜ୍ୟୋତିର୍ମୟୀଙ୍କ ଇଣ୍ଡିଆନ ଆଇଡଲ ଯାତ୍ରାରେ ତାଙ୍କର ମାସ ମାସର ପରିଶ୍ରମ, ସଂଗୀତ ପ୍ରତି ଅହେତୁକ ଉତ୍କୃଷ୍ଟତା ହିଁ ଆଜି ତାଙ୍କୁ ଏହି ଅବିସ୍ମରଣୀୟ ବିଜୟ ଭେଟି ଦେଇଛି। ଥିଏଟର ରାଉଣ୍ଡରେ ‘ସେୟାଂ ପକଡ୍ ବୈୟାଂ’ ଗୀତ ଗାଇ ସେ ଟପ୍ -୧୬ ରେ ସ୍ଥାନ ପାଇଥିଲେ। ପରବର୍ତ୍ତି ସମସ୍ତ ଗାଲା ରାଉଣ୍ଡରେ ମଧ୍ୟ ତାଙ୍କ ସୁରିଲା କଣ୍ଠ ଏବଂ ବିଭିନ୍ନ ପ୍ରକାରର ଗୀତ ବିଚାରକ ଏବଂ ଦର୍ଶକଙ୍କ ପ୍ରଶଂସା ଅର୍ଜନ କରିଥିଲା।

ଏହି ଚମତ୍କାର ବିଜୟ ସହିତ ଜ୍ୟୋତିର୍ମୟୀ ଇଣ୍ଡିଆନ୍ ଆଇଡଲ୍ 16 ରେ ତାଙ୍କର ୧୦ ମାସର ଯାତ୍ରା ଶେଷ କରିଛନ୍ତି। ଏହି ପରିପ୍ରେକ୍ଷିରେ ଜବଲପୁରର ତନିଷ୍କ ଶୁକ୍ଲା ପ୍ରଥମ ରନର୍ସ-ଅପ୍ ହୋଇଛନ୍ତି । ଇଣ୍ଡିଆନ୍ ଆଇଡଲ୍ର 16ତମ ସିଜିନ୍କୁ ଶ୍ରେୟା ଘୋଷାଲ୍, ବିଶାଲ୍ ଡାଡଲାନି ଏବଂ ବାଦଶାହା ବିଚାରକ ଥିବା ବେଳେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପୂଅ ଆଦିତ୍ୟ ନାରାୟଣ ଏହାର ହୋଷ୍ଟ ଥିଲେ । ଚଳିତ ବର୍ଷ ଶୋ’ର ଥିମ୍ ଥିଲା ୟାଦୋଁ କି ପ୍ଲେଲିଷ୍ଟ। ତେବେ ଚଳିତ ବର୍ଷ ଏହା ଏତେ ମାତ୍ରାରେ ଦର୍ଶକାଦୃତି ହୋଇଥିଲା ଯେ, ଶୋ’କୁ ତିନି ମାସ ପାଇଁ ଦୁଇଟି ଏକ୍ସଟେନ୍ସନ୍ ଦିଆଯାଇଥିଲା । ଜ୍ୟୋତିର୍ମୟୀ ତାଙ୍କ ବିଜୟର ଶ୍ରେୟ ମ୍ୟୁଜିକ୍ ଥେରାପି ମାଧ୍ୟମରେ ସୁସ୍ଥ ହୋଇଥିବା କର୍କଟ ରୋଗୀଙ୍କୁ ଦେଇଛନ୍ତି ।

ଇଣ୍ଡିଆନ୍ ଆଇଡଲ୍ 16 କୂ ନେଇ କ'ଣ କହିଛନ୍ତି ଜ୍ୟୋତିର୍ମୟୀ:

ସୋ’ରେ ତାଙ୍କର ୧୦ ମାସର ଯାତ୍ରା ବିଷୟରେ କହି ଇଣ୍ଡିଆନ୍ ଆଇଡଲ୍ ୧୬ ବିଜେତା ଜ୍ୟୋତିର୍ମୟୀ ନାୟକ କହିଛନ୍ତି, ‘’ଏହି ଯାତ୍ରା ପ୍ରାୟ ଗୋଟିଏ ବର୍ଷ ହେଲାଣି। ମୁଁ ୧୪ ସେପ୍ଟେମ୍ବରରେ ମୁମ୍ବାଇ ଆସିଥିଲି ଏବଂ ଏହା ଏକ ବହୁତ ଭଲ ଯାତ୍ରା ଥିଲା। ଖୁସିର କଥା ଟ୍ରଫି ଜିତି ଏହା ମଧ୍ୟ ଫଳପ୍ରଦ ହୋଇଥିଲା। ମୁଁ କେବେ ପୁରସ୍କାର ରାଶି ଜିତିବା ବିଷୟରେ ଭାବି ନଥିଲି; ମୁଁ କେବଳ ମୋର ସର୍ବୋତ୍ତମ ପ୍ରଦର୍ଶନ କରିବା ଏବଂ ଭଲ ମତାମତ ପାଇବା ବିଷୟରେ ଚିନ୍ତା କରିଥିଲି। ଯେହେତୁ ମୁଁ ଟଙ୍କା ବିଷୟରେ ଚିନ୍ତା କରି ନଥିଲି, ମୁଁ ଜାଣିନାହିଁ ମୁଁ ଏହାକୁ କେଉଁଠାରେ ବ୍ୟବହାର କରିବି; ଏବେ ମୁଁ ଏହା ବିଷୟରେ ଚିନ୍ତା କରିବି।‘’