ମୁମ୍ୱାଇ : ରାମାନନ୍ଦ ସାଗରଙ୍କ ‘ରାମାୟଣ’କୁ ଆଜିସୁଦ୍ଧା ଲୋକେ ଭୁଲି ନାହାନ୍ତି। ଆଜି ବି ଲୋକଙ୍କ ଏହାର ପ୍ରତିଟି ଚରିତ୍ର ମନେଅଛି। ହେଲେ ଖରାପ କଥା ଏହା ଯେ, ‘ରାମାୟଣ’ର କଳାକାରଙ୍କ ମଧ୍ୟରୁ କିଛି ଜଣ ଆଜି ଆମ ଗହଣରେ ନାହାନ୍ତି। ଜଣେ ଅଭିନେତ୍ରୀଙ୍କର ତ ଏତେ ହୃଦୟ ବିଦାରକ ମୃତ୍ୟୁ ହୋଇଥିଲା ଯେ, ଆଜି ବି ତାଙ୍କ ମୃତ୍ୟୁର ଭୟାନକ ଦୃଶ୍ୟ ମସ୍ତିଷ୍କରେ ରହିଛି। ଆମେ କଥା ହେଉଛୁ ଉର୍ମିଳା ଭଟ୍ଟଙ୍କର। ସେ ରାମାୟଣରେ ମାତା ସୀତାଙ୍କ ମାଆଙ୍କର ଭୂମିକାରେ ନଜର ଆସିଥିଲେ।

ଘଟଣା ଦିନର ସେ କାଳ ରାତ୍ରୀ –

୨୧ ଫେବ୍ରୁଆରୀ ୧୯୯୭ର କଥା , ଉର୍ମିଳାଙ୍କ ସ୍ୱାମୀ ମାର୍କଣ୍ଡ ଭଟ୍ଟଙ୍କୁ କୌଣସି କାମରେ ବରୋଦା ଯିବାର ଥିଲା। ୨୨ ଫେବ୍ରୁଆରୀ ୧୯୯୭ର ସକାଳେ ସେତେବେଳେ କାମବାଲୀ ଆସିଲା ତ କେହି ଡୋର ଖୋଲି ନଥିଲେ। ସନ୍ଧ୍ୟାକୁ ଝିଅ ରଚନା ଜାଣି ପାରିଲେ ଯେ, ମାଆ ଘରେ ଏକଲା ଅଛନ୍ତି। ରଚନା ତାଙ୍କ ସ୍ୱାମୀ ବିକ୍ରମ ପାରେଖଙ୍କୁ ତାଙ୍କ ପାଖକୁ ପଠାଇଲେ। ବିକ୍ରମ ଜୋର ବାଡ଼େଇଲେ, କିନ୍ତୁ କେହି ଡୋର ଖୋଲିଲେ ନାହିଁ।

​​​​​​​

ରଚନା ତୁରନ୍ତ ମାଆଙ୍କ ଘରେ ପହଞ୍ଚିଲେ। ଉଭୟ ମିଶି କବାଟ ଭାଙ୍ଗିଲେ ଏବଂ ଦେଖିଲେ ପୂରା ଘରର ଜିନିଷ ବିଛେଇ ହୋଇ ପଡ଼ିଥିଲା । ତାଙ୍କର ନଜର ପଡ଼ିଲା ଉର୍ମିଳା ଭଟ୍ଟଙ୍କ ଉପରେ। ରଶିରେ ବନ୍ଧା ହୋଇ ଥିବା ତାଙ୍କ ମୃତଦେହ ଚଟାଣରେ ପଡ଼ିଥିଲା, ଚାରିଆଡ଼େ ଖାଲି ରକ୍ତ ଥିଲା, ମୁହଁରେ କପଡ଼ା ପୂରା ଯାଇଥିଲା। ବେକ କଟାଯାଇ ଥିଲା।

ପୁଲିସ ତଦନ୍ତରେ ଏହା ଜଣାପଡ଼ି ଥିଲା ଯେ, ଏହା ଲୁଟପାତ ଉଦ୍ଦେଶ୍ୟରେ କରାଯାଇ ଥିବା ହତ୍ୟା। ହେଲେ ଆହୁରି ଅଧିକ ତଦନ୍ତ ପରେ ବି ପୁଲିସ ହାତରେ ଆଉ କିଛି ଲାଗି ନଥିଲା। ଆଜି ବି ଉର୍ମିଳାଙ୍କ ହତ୍ୟାକାଣ୍ଡର ରହସ୍ୟ ଅସମାହିତ ହୋଇ ରହିଛି।

ଉର୍ମିଳା ଭଟ୍ଟ କେବଳ ରାମାୟଣ କାରଣରୁ ପ୍ରସିଦ୍ଧ ନଥିଲେ , ସେ ଭାରତୀୟ ସିନେମାର ଏକ ସମ୍ମାନିକ ଚେହେରା ଥିଲେ। ସେ ଉପହାର , ଧୁନ୍ଧ, ଅଖିୟୋଁ କେ ଝରୋଖୋଁ ସେ, ରାମ ତେରି ଗଙ୍ଗା ମୈଳୀ ଭଳି ୧୨୫ରୁ ଅଧିକ ଫିଲ୍ମରେ କାମ କରିଥିଲେ। ସେ ପ୍ରାୟତଃ ପରଦାରେ ଜଣେ ମମତାମୟୀ ମାଆ କିମ୍ୱା ଉତ୍ତମ ମହିଳା ଚରିତ୍ର ପାଇଁ ଜଣାଶୁଣା ଥିଲେ।

ରାମାନନ୍ଦ ସାଗରଙ୍କ ରାମାୟଣରେ ମାଆ ମହାରାଣୀ ସୁନୈନାର ଚରିତ୍ର ତାଙ୍କୁ ଘରେ ଘରେ ପରିଚୟ କରାଇ ଥିଲା।