ଭୁବନେଶ୍ୱର,୦୭/୦୩: ହୀରାକୁଦ ଡ୍ୟାମ୍‌ ପାଇଁ ବଡ଼ ଘୋଷଣା । ଡ୍ୟାମ୍‌ର ଉନ୍ନତିକରଣ ପାଇଁ ସରକାରଙ୍କ ତରଫରୁ ବଡ଼ ଯୋଜନା ଘୋଷଣା ହୋଇଛି । ଆସନ୍ତା ୬ ବର୍ଷ ପାଇଁ ଦୀର୍ଘ ମିଆଦି ଯୋଜନା କରାଯାଇଛି । ଏଥିପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।

ହୀରାକୁଦ ଡ୍ୟାମ୍ ଉନ୍ନତିକରଣ ପାଇଁ ସରକାରଙ୍କ ବଡ ଯୋଜନା ।  ଆସନ୍ତା ୬ ବର୍ଷ ପାଇଁ ଦୀର୍ଘ ମିଆଦି ଯୋଜନା କରାଯାଇଛି । ଏଥିରେ ୬ ବର୍ଷ ପାଇଁ ୧୦୬୬.୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ଜଳ ସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ପ୍ରକାଶ ପାଇଛି । ଡ୍ୟାମ୍‌ର ବାମ ପାର୍ଶ୍ୱରେ ଅତିରିକ୍ତ ସ୍ପିଲ୍‌ ୱେ ନିର୍ମାଣ ହେବ । ଏଥିପାଇଁ ୬ ବର୍ଷରେ ୮୮୪.୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ଡ୍ୟାମ୍‌ର ଫାଟ ଚିହ୍ନଟ ପାଇଁ ସର୍ଭେ କରାଯିବ । ଏଥିପାଇଁ ୬ ବର୍ଷରେ ୩୨ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଗେଟ୍‌ ଗୁଡିକ ସମ୍ପୂର୍ଣ୍ଣ ସ୍ଵୟଂ ଚାଳିତ କରାଯିବ । ଯେଉଁଥିପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ।