ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜପଥ ଓ ଏକ୍ସପ୍ରେସ୍ ୱେ’ରେ ଟୋଲ୍ ଟ୍ୟାକ୍ସ ପାଇଁ ଫାଷ୍ଟାଗ୍ର ବ୍ୟବସ୍ଥା ଲାଗୁ ହେବା ପରେ ମଧ୍ୟ ଲମ୍ୱା ଲାଇନ୍ ଦେଖିବାକୁ ମିଳୁଛି। ଏବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେନ୍ଦ୍ର ସରକାର ବାର୍ଷିକ ପାସ୍ ବ୍ୟବସ୍ଥା ପ୍ରସ୍ତୁତ କରିବା ଉପରେ ବିଚାର କରୁଛନ୍ତି। ଲୋକସଭାରେ ଏକ ପ୍ରଶ୍ନର ଜବାବରେ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି କଥା କହିଛନ୍ତି।
ନିତିନ ଗଡ଼କରୀ କହିଛନ୍ତି କି, ଏଥିରେ ଯାତ୍ରୀଙ୍କ ସମୟ ବଞ୍ଚିବ ଏବଂ ବିନା କାରଣରେ ତାଙ୍କୁ ଲମ୍ୱା ଲାଇନରେ ଠିଆ ହେବାକୁ ପଡ଼ିବ ନାହିଁ। ଏହା ବ୍ୟତୀତ ଗଡକରୀ କହିଛନ୍ତି ଯେ, କିଛି ସ୍ଥାନରେ ଆମେ ସାଟେଲାଇନ୍ ଆଧାରିତ ବ୍ୟାରିକେଡ୍ ଫ୍ରି ଟୋଲ୍ ବ୍ୟବସ୍ଥା ଲାଗୁ କରିବା ଆରମ୍ଭ କରିଛୁ। ଏବେ ଏହା ପାଇଲଟ ପ୍ରୋଜେକ୍ଟ ଭାବେ ଲାଗୁ ହେବ। ଯଦି ଏହି ଯୋଜନା ସଫଳ ରହେ ତ ଏହାକୁ ଭବିଷ୍ୟତରେ ବିସ୍ତାର କରିବା ଉପରେ କଥାବାର୍ତ୍ତା ଚାଲିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ , ଏବେ ଘରୌନ୍ଦା , ଚୋରୟାସି , ନେମିଲି ଓ ଦ୍ୱାରକା ଏକ୍ସପ୍ରେସ୍ୱେରେ ଆଡଭାନ୍ସ ଟୋଲ୍ ବ୍ୟବସ୍ଥା ଲାଗୁ ହୋଇଛି। ଏଠାରେ ଅଟୋମେଟିକ୍ ନମ୍ୱର ପ୍ଲେଟ୍ ରେକଗ୍ନିସନ ଲାଗି ହୋଇଛି। ଏଥିରେ ଲୋକଙ୍କୁ ଆଉ ସେଠାରେ ନରହି ଟୋଲ୍ ଦେଇ ଅତିକ୍ରମ କରିବାର ସୁବିଧା ମିଳୁଛି ଏବଂ ଆପେଆପେ ଫିସ୍ ମଧ୍ୟ କଟୁଛି। ସେ କହିଛନ୍ତି କି, ହାଇୱେରେ ଯେଉଁ ଟୋଲ୍ ଫିଲ୍ ନିଆ ଯାଉଛି, ଏହାର ସୂଚନା ପ୍ଲାଜାରେ ବିସ୍ତାର ଭାବେ ଦିଆ ଯାଇଛି।

ଏହା ବ୍ୟତୀତ ନ୍ୟାସନାଲ ହାଇୱେ ଅଥୋରିଟି ଅଫ୍ ଇଣ୍ଡିଆର ୱେବସାଇଟ୍ରେ ମଧ୍ୟ ୟୁଜର ଫିସ୍ର ସୂଚନା ଦିଆ ଯାଉଛି। ସେ କହିଛନ୍ତି ଯେ, ଯଦି ଫିସ୍ରେ ବୃଦ୍ଧି କରାଯିବ ବା ଅନ୍ୟ କୌଣସି ପରିବର୍ତ୍ତନ କରାଯାଏ ତ ଏହା ବିଷୟରେ ସବୁ ତଥ୍ୟ ଖବରକାଗଜରେ ପ୍ରକାଶିତ କରାଯାଏ। ସେ କହିଛନ୍ତି ଯେ, ଟୋଲ୍ ଫିସ୍ର ବ୍ୟବସ୍ଥା ସଂପୂର୍ଣ୍ଣ ସ୍ୱଚ୍ଛ।