ନୂଆଦିଲ୍ଲୀ ୨୯/୦୩: ଦେଶର ସର୍ବବୃହତ୍ତ ପ୍ରତିରକ୍ଷା ଡିଲ୍‌କୁ ଅନୁମୋଦନ ମିଳିଛି । ଭାରତୀୟ  ସେନା ଓ ବାୟୁସେନା ଲାଗି ହିନ୍ଦୁସ୍ତାନ ଏରୋନଟିକାଲ୍‌ ଲିମିଟେଡ (ହାଲ୍‌) ଠାରୁ  ୧୫୬ ମେଡ୍‌ ଇନ୍‌ ଇଣ୍ଡିଆ ହାଲୁକା ଲଢ଼ୁଆ  ହେଲିକପ୍ଟର କିଣାଯିବ । ଏଥିଲାଗି ୬୨  ହଜାର କୋଟିର ଡିଲ୍‌କୁ କେନ୍ଦ୍ର କ୍ୟାବିନେଟ  ମଞ୍ଜୁରି ଦେଇଛି । ୨୦୨୪ ଜୁନରେ ହାଲ୍‌ ଏହି  ଡିଲ୍‌ ଲାଭ କରିଥିଲା । ୧୫୬ ହେଲିକପ୍ଟର  ମଧ୍ୟରୁ ୯୦ଟି ଭାରତୀୟ ସେନା ଏବଂ  ୬୦ଟିକୁ ବାୟୁସେନାକୁ ମିଳିବ । ଏହି  ହେଲିକପ୍ଟରଗୁଡ଼ିକ ହାଲ୍‌ର ତୁମୁକ୍ରୁ ପ୍ଲାଣ୍ଟରେ  ପ୍ରସ୍ତୁତ ହେବ । ଚୀନ, ପାକିସ୍ତାନ ସୀମାରେ  ଅପରେସନ ଲାଗି ଏହି ହେଲିକପ୍ଟର  ବ୍ୟବହାର କରାଯିବ ।  

ସରକାରଙ୍କ ଏଭଳି ନିଷ୍ପତ୍ତି ନିଯୁକ୍ତି ଏବଂ  ପ୍ରତିରକ୍ଷା ଇକୋସିଷ୍ଟମ ଦୃଢ଼ୀକରଣରେ  ଯୋଗଦାନ ଦେବ ବୋଲି ପ୍ରତିରକ୍ଷା ବିଭାଗର  ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।  ୫୦୦୦ରୁ ୧୬୪୦୦ ଫୁଟର ଏହା  ଉଡ଼ିବାର କ୍ଷମତା ରଖୁଛି । ଏହାକୁ  ବିଶେଷ କରି ସିଆଚେନ ଗ୍ଲେସିୟର ଏବଂ ପୂର୍ବ ଲଦାଖ ଭଳି ଏରିଆରେ  ନିୟୋଜିତ କରାଯିବା ଲକ୍ଷ୍ୟ ରହିଛି ।  ଏଥିରେ ଆକାଶ ମାର୍ଗରୁ ଭୂମିକୁ  ଏବଂ ଆକାଶ ମାର୍ଗରୁ ଆକାର୍ଶ ମାର୍ଗକୁ  ମିଶାଇଲ ଯୋଗେ ଟାର୍ଗେଟ କରିବା କ୍ଷମତା  ରହିବ । ୨୦୨୨ ଅକ୍ଟୋବରରେ ପ୍ରଚଣ୍ଡ  ହେଲିକପ୍ଟରକୁ ଭାରତୀୟ ସେନାରେ  ସାମିଲ କରାଯାଇଥିଲା । ଉଲ୍ଲେଖଯୋଗ୍ୟ,  ଚଳି ଆର୍ôଥକ ବର୍ଷରେ ପ୍ରତିରକ୍ଷା ମନ୍ତ୍ରଣାଳୟ  ୨.୦୯ ଲକ୍ଷ କୋଟିର ପ୍ରତିରକ୍ଷା ଡିଲ୍‌ କରିଛି।