ପ୍ରମୂଖ ଖବର
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଲେବାନନ ବିସ୍ଫୋରଣ ପରେ ସରକାରଙ୍କ ସତର୍କତା , ଚାଇନା ସିସିଟିଭିର ବ୍ୟବହାରକୁ କରିବେ ସୀମିତ

Published By : Prameya | October 1, 2024 5:04 PM

ନୂଆଦିଲ୍ଲୀ – ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ମୁତାବିକ, ଲେବାନନରେ ନିକଟରେ ହୋଇଥିବା ପେଜର ବିସ୍ଫୋରଣ ପରେ ଭାରତ ସରକାର ହୋଇଛନ୍ତି ସତର୍କ। ଦେଶରେ ଚାଇନା ନିର୍ମିତ ସର୍ଭିଲାନ୍ସ ଉପକରଣକୁ ସୀମିତ କରିବାକୁ ଯାଉଛନ୍ତି। ରିପୋର୍ଟରେ ସୂତ୍ରାନୁସାରେ କୁହାଯାଇଛି କି ସରକାର ସର୍ଭିଲାନ୍ସ ଉଦ୍ୟୋଗରେ ଘରୋଇ ବିକ୍ରେତାଙ୍କୁ ପ୍ରାଥମିକତା ଦେଉଥିବା ନିୟମ ଗୁଡ଼ିକର ପ୍ରବର୍ତ୍ତନରେ କ୍ଷୀପ୍ରତା ଆଣିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। 

ରିପୋର୍ଟରେ ଉଲ୍ଲେଖିତ ଏକ ଉଦ୍ୟୋଗ ସୂତ୍ର କହିଛି କି, ପେଜର ବିସ୍ଫୋରଣକୁ ନଜରରେ ରଖି ସରକାର ସପ୍ଲାଇ ଚେନ୍‌ରେ କିଛି ଜିନିଷର ସୋର୍ସିଂକୁ ସତର୍କତାର ସହ ଯାଞ୍ଚ କରୁଛନ୍ତି। 

ସର୍ଭିଲାନ୍ସ କ୍ୟାମେରା ଉପରେ ସରକାର ଯାହାକୁ ୮ ଅକ୍ଟୋବରରେ ଲାଗୁ କରିବାର ଆଶା ରହିଛି। ସମ୍ଭବତଃ ଚାଇନା କମ୍ପାନୀଗୁଡ଼ିକୁ ବଜାରରୁ ବାହାର କରି ଦେବା , ଯେଉଁଥିରେ ଭାରତୀୟ ଫାର୍ମ ଗୁଡ଼ିକୁ ଲାଭ ମିଳିବ। ହେଲେ ସରକାରୀ ନୋଟିସ୍‌ ମାର୍ଚ୍ଚ ଓ ଅପ୍ରେଲରେ ଜାରି କରାଯାଇ ଥିଲା, କିନ୍ତୁ ସୂତ୍ର ସ୍ପଷ୍ଟ କରିଛି କି ଲେବାନନରେ ଘଟିଥିବା ଘଟଣା ଗୁଡ଼ିକ ପରେ ସୁରକ୍ଷା  ଉପରେ ଅଧିକ ଜୋର ଦେଇ ପ୍ରବର୍ତ୍ତନର ସମୟ ସୀମାକୁ ଗତିଶୀଳ କରାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ, ସିସିଟିଭି ଗାଇଡଲାଇନ୍ସର ଦ୍ରୁତ ଟ୍ରାକିଂକୁ କେବଳ (ବିଶ୍ୱସନୀୟ ସ୍ଥାନର ) ସପ୍ଲାୟରଙ୍କୁ ଭାରତୀୟ ବଜାରରେ କାମ କରିବାକୁ ଅନୁମତି ଦେବ।

ରିପୋର୍ଟରେ କାଉଣ୍ଟରପଏଣ୍ଟ ରିସର୍ଚ୍ଚର ରିସର୍ଚ୍ଚ ଆନାଲିଷ୍ଟ ବରୁଣ ଗୁପ୍ତାଙ୍କ ଅନୁସାରେ କୁହାଯାଇଛି ଯେ, ସିପି ପ୍ଲସ୍‌ , ହିକଭିଜନ ଓ ଦହୁଆ ବର୍ତ୍ତମାନରେ ଭାରତୀୟ ବଜାରର ୬୦ ପ୍ରତିଶତରୁ ଅଧିକ ଉପରେ ପ୍ରଭାବୀ ରହିଛି। ଗୁପ୍ତା କହିଛନ୍ତି କି ଏବେ ତାଙ୍କୁ ନୂଆ ନିୟମର ପାଳନ କରିବା ପାଇଁ ସ୍ଥାନୀୟକରଣ ଉପରେ ଅଧିକ ଧ୍ୟାନ ଦେବା ଅନୁସନ୍ଧାନ ଓ ବିକାଶରେ ନିବେଶ କରିବାର ଆବଶ୍ୟକତା ହେବ।

ସିପି ପ୍ଲସ୍‌ ଏକ ଭାରତୀୟ କମ୍ପାନୀ , ଯାହାକି ହିକଭିଜନ ଓ ଦହୁଆ ଚୀନରେ ରହିଛି। ନଭେମ୍ୱର ୨୨ରେ, ୟୁଏସ୍‌ ଫେଡରଲ କମ୍ୟୁନିକେସନ୍ସ କମିଶନ (ଏଫସିସି) ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଅସ୍ୱୀକାର୍ଯ୍ୟ ବିପଦ ଦର୍ଶାଇ ହିକଭିଜନ ଓ ଦହୁଆ ଠାରୁ ଉପକରଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.