ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଇ-ରିକ୍ସାରୁ ଆରମ୍ଭ କରିଥିଲେ ସଫର୍... ଏବେ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ଷ୍ଟାର, କିଏ ଏହି ଗ୍ରାଜୁଏଟ୍ ରିକ୍ସାବାଲା ?

Published By : Rasmita Pradhan | July 4, 2025 9:23 AM

ନୂଆଦିଲ୍ଲୀ, ୦୪/୦୭ : ଇ-ରିକ୍ସାରୁ ଆରମ୍ଭ କରିଥିଲେ ସଫର୍... ଏବେ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ହଜାର ହଜାର ଫଲୋୟର୍ସ। କିଏ ଏହି ଗ୍ରାଜୁଏଟ୍ ରିକ୍ସାବାଲା ? ଯିଏ ନିଜ ପିତାଙ୍କ ଖରାପ ସ୍ଵାସ୍ଥ୍ୟାବସ୍ଥା ଯୋଗୁଁ ରିକ୍ସା ଚଳାଇବା ଆରମ୍ଭ କରିଥିଲେ ସତ... ହେଲେ ହାର୍ ମାନି ନାହାଁନ୍ତି। ଏବେ ସୋସିଆଲ୍ ମିଡିଆରେ ଜଣେ ଷ୍ଟାର ପାଲଟିଛନ୍ତି। ଆମେ କହୁଛୁ ଉତ୍ତର ପ୍ରଦେଶ ମୁଜାଫରନଗର ଜିଲ୍ଲାର ସୁମିତ ପ୍ରଜାପତିଙ୍କ କଥା। ତେବେ ବ୍ଲଗିଂ ଦୁନିଆରେ ଇନଷ୍ଟାଗ୍ରାମରେ ୭୦ ହଜାର ଫଲୋୟର୍ସ ଏବଂ ୟୁଟ୍ୟୁବରେ ପ୍ରାୟ ୧୦ ହଜାର ସବସ୍କ୍ରାଇବର୍ ଏହି ସଂଖ୍ୟା କମ୍ ଲାଗୁଥିବ ନିଶ୍ଚୟ। ହେଲେ ଏହା ପଛରେ ରହିଛି ସୁମିତଙ୍କ ଏକ ଲମ୍ଵା ଏବଂ ସଙ୍ଘର୍ଷଭରା କାହାଣୀ।  

ଗରିବ ପରିବାରରୁ ଆସିଥିବା ସୁମିତଙ୍କ ପିଲାଦିନ ଅଭାବ ଅନଟନରେ କଟିଛି। ଛୋଟବେଳେ ସେ କ୍ଷେତକୁ ଯାଇ କାମ କରୁଥିଲେ। ପେଟ ପୋଷିବାକୁ ପରିବା ବେପାର ଏବଂ ସାଇକେଲ୍ ମେକାନିକ୍ କାମ ବି କରୁଥିଲେ। ସୁମିତଙ୍କ ବାପା ଇ-ରିକ୍ସା ଚଳାଉଥିବା ଯୋଗୁଁ ଯେତିକି ରୋଜଗାର କରୁଥିଲେ ତାହା ଘର ଚଳିବାକୁ ନିଅଣ୍ଟ ପଡ଼ୁଥିଲା। ତେଣୁ ସୁମିତ ମନସ୍ଥ କଲେ, ପାଠ ପଢିବାକୁ ଯେତିକି ହୋଇପାରିବ ନିଜେ ରୋଜଗାର କରିବେ। କଷ୍ଟେ ମଷ୍ଟେ ଏମିତି ପରିବାର ଚଳି ଯାଉଥିଲା। ହେଲେ ଦଇବ ଦାଉ ସାଧିଲା। ସୁମିତଙ୍କ ସୁନ୍ଦର କ୍ୟାରିଅର ଗଢିବାର ସ୍ଵପ୍ନ ଭାଙ୍ଗିଦେଲା। ସୁମିତ ଯେତେବେଳେ ଗ୍ରାଜୁଏସନ କରୁଥିଲେ ଏକ ଦୁର୍ଘଟଣାରେ ତାଙ୍କ ବାପା ଗୁରୁତର ହୋଇଗଲେ। ପରିବାରର ସବୁ ବୋଝ ସୁମିତଙ୍କ କାନ୍ଧରେ ମାଡ଼ି ବସିଲା। ସେ ଚାକିରି ଖୋଜିଲେ, ହେଲେ ତାଙ୍କୁ ସଫଳତା ମିଳିଲାନି। 

ସୁମିତ ଚିନ୍ତା କଲେ, ବାପାଙ୍କ ଇ-ରିକ୍ସାକୁ ଚଳାଇବେ। କିଛି ନଭାବି ସେ ରିକ୍ସା ଚଳାଇବାକୁ ଆରମ୍ଭ କଲେ। ଲୋକମାନେ ତାଙ୍କୁ ଗ୍ରାଜୁଏଟ୍ ରିକ୍ସାବାଲା କହି ମଜାକ୍ ବି ଉଡାଇଲେ। ହେଲେ ସୁମିତ ସ୍ଵାଭିମାନର ସହ ସେହି କାମକୁ ଆପଣେଇ ନେଲେ। ଏହି ମଧ୍ୟରେ ସେ ବ୍ଲିଗିଂ କରିବାକୁ ଚିନ୍ତା କଲେ। ଧୀରେ ଧୀରେ ସେ ଭିଡିଓ କରିବା ଆରମ୍ଭ କଲେ। ଦିନର ଖଟା ମିଠା ଅନୁଭୂତିକୁ ସେ ମୋବାଇଲ୍ କ୍ୟାମେରାରେ କଏଦ କରି ସୋସିଆଲ୍ ମିଡିଆରେ ସେୟାର କଲେ। ଦେଖୁ ଦେଖୁ ତାଙ୍କର ଫଲୋୟର୍ସ ସଂଖ୍ୟା ବଢିଲା। ସେ ସୋସିଆଲ ମିଡିଆରେ ଷ୍ଟାର ପାଲଟିଗଲେ। ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମ୍ ଜରିଆରେ ତାଙ୍କର ରୋଜଗାରର ଆଉ ଏକ ମାଧ୍ୟମ ଖୋଲିଗଲା। ଏବେ ସେ ଗ୍ରାଜୁଏଟ୍ ରିକ୍ସାବାଲା। ତେବେ କୌଣସି କାମ ଛୋଟ କିମ୍ଵା ବଡ଼ ହୋଇନଥାଏ। 











Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.