ମୁମ୍ବାଇ,୦୯/୧୧: ୬୭ତମ ଗ୍ରାମୀ ଆୱାର୍ଡ ପାଇଁ ନାମାଙ୍କନ କରାଯାଇଛି ଘୋଷଣା । ୧୧ ଟି ନାମାଙ୍କନ ସହ ବିଦେଶୀ ପପ୍ ଗାୟକ ବିୟୋନ୍ସେ ଶୀର୍ଷରେ ରହିଥିବା ବେଳେ ବିଲି ଇଲିଶ, ଚାର୍ଲି ଏକ୍ସସିଏକ୍ସ, କେଣ୍ଡ୍ରିକ୍ ଲାମାର ଏବଂ ପୋଷ୍ଟ ମାଲୋନ୍ ଭଳି ନାମ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଭାରତୀୟ କଳାକାର ରିକି କେଜ୍ ପୁଣି ଗ୍ରାମୀ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି । ଗାୟିକା ଅନୁଷ୍କା ଶଙ୍କରଙ୍କ ନାଁ ମଧ୍ୟ ମନୋନୀତ ହୋଇଛି ।
ତେବେ ଗତ ୩ଟି ପୁରସ୍କାର ପରେ ଏହା ରିକି କେଜଙ୍କର ନାଁ ବର୍ତ୍ତମାନ ଚତୁର୍ଥ ଥର ପାଇଁ ମନୋନୀତ ହୋଇଛି । ସୂଚନା ଅନୁଯାୟୀ, ରିକି କେଜଙ୍କ ଆଲବମ୍ 'ବ୍ରେକ୍ ଅଫ୍ ଡନ୍' ବେଷ୍ଟ ନ୍ୟୁ ଏଜ୍, ଆମ୍ବିଏଣ୍ଟ୍ କିମ୍ବା ଚାଣ୍ଟ ଆଲବମ୍ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବ । ମନୋନୀତ ନେଇ ରିକି କେଜ ଖୁସି ବ୍ୟକ୍ତ କରି କହିଛନ୍ତି, 'ରେକର୍ଡିଂ ଏକାଡେମୀ ଦ୍ୱାରା ବ୍ରେକ୍ ଅଫ୍ ଡନ୍ ମାନ୍ୟତା ପାଇ ମୁଁ ଗର୍ବିତ । ଏହି ଆଲବମ୍ ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର, ଯାହା ଆମ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ସଂଗୀତ ଉପରେ ମୋର ବିଶ୍ୱାସକୁ ପ୍ରତିଫଳିତ କରେ । ମୁଁ ଆଶା କରୁଛି ଏହା ଆମ ସମସ୍ତ ସଙ୍ଗୀତକୁ କେବଳ ମନୋରଞ୍ଜନ ଭଳି ନୁହେଁ, ବରଂ ଉପଚାର ଭାବରେ ଅନୁଭବ କରିବ।'
ସେହିପରି ବିୟୋନ୍ସ ତାଙ୍କ କ୍ୟାରିୟରରେ ୩୨ ଗ୍ରାମୀ ଆୱାର୍ଡ ଜିତିଛନ୍ତି ଏବଂ ବର୍ତ୍ତମାନ ୬୭ତମ ଗ୍ରାମୀ ପୁରସ୍କାରରେ ବିୟୋନ୍ସ ୧୧ ଟି ନାମାଙ୍କନ ସହ ବାଜି ମାରିଛନ୍ତି । ସେ ଆଲବମ୍ Cowboy Carter ପାଇଁ ଏହି ମନୋନୀତ ହୋଇଛନ୍ତି, ଯାହା 'ଆଲବମ୍ ଅଫ୍ ଦ ଇୟର', 'ରେକର୍ଡ ଅଫ୍ ଦ ଇୟର' ଏବଂ 'ଗୀତ ଅଫ୍ ଦ ଇୟର' ଭଳି ଶ୍ରେଣୀରେ ଗ୍ରାମ୍ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ।