ଆଦିଲ୍ଲୀ,୧୦/୦୫: ପୋଲାଣ୍ଡରେ ଆୟୋଜିତ ଗ୍ରାଣ୍ଡ୍ ଚେସ୍ ଟୁର (ସୁପର ରାପିଡ୍ ଏବଂ ବ୍ଲିଜ୍) ଟୁର୍ଣ୍ଣାମେଣ୍ଟରେ ଆମେରିକୀୟ ଗ୍ରାଣ୍ଡମାଷ୍ଟର ହାନ୍ସ ନିମାନ ଚାମ୍ପିଅନ୍ ହୋଇଛନ୍ତି । ୨୭ ରାଉଣ୍ଡ୍ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ନିମାନ ସର୍ବାଧିକ ୨୨.୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ । ଅନ୍ୟ ଆମେରିକୀୟ ଗ୍ରାଣ୍ଡମାଷ୍ଟର ଫାବିଆନୋ କାରୁଆନା ୨୨ ପଏଣ୍ଟ ସହ ଦ୍ୱିତୀୟ, ୱେସଲି ସୋ ୨୧ ପଏଣ୍ଟ ସହ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ବିଶ୍ୱ ଚାମ୍ପିଅନ୍ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ମୋଟ ୧୭ ପଏଣ୍ଟ ସହ ତାଲିକାରେ ଷଷ୍ଠ ଏବଂ ଉଜବେକିସ୍ତାନର ଜାଭୋଖିର ସିଣ୍ଡାରୋ ୧୬.୫ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଥିଲେ । ଅନ୍ତିମ ତଥା ୨୭ତମ ରାଉଣ୍ଡରେ ଆଜି ଗୁକେଶ ପୋଲାଣ୍ଡର ଜାନ୍-କିର୍ଜଷ୍ଟୋଫ୍ ଡୁଡାଙ୍କୁ ହରାଇଥିଲେ । ସେହିପରି ସୋ ବିଶ୍ୱ ଚାମ୍ପିଅନ୍ ସିଣ୍ଡାରୋଭଙ୍କୁ, କାରୁଆନା ସ୍ଲୋଭେନିଆର ଭ୍ଲାଦିମିର ଫେଡୋସିଭଙ୍କୁ, ଫ୍ରାନ୍ସର ଅଲିରେଜା ଫିରୌଜା ନିଜ ଦେଶର ମ୍ୟାକ୍ସିମ ଭଚିୟର-ଲାଗ୍ରେଭଙ୍କୁ ଏବଂ ନିମାନ ପୋଲାଣ୍ଡର ରାଡୋସ୍ଲା ୱଜତାସଜେକ୍  ପରାଜିତ କରିଥିଲେ ।

ଅଧିକ ପଢ଼ନ୍ତୁ :-  Tiger Fear: ଚିକିଟିରେ ବୁଲୁଛି କଲରାପତରିଆ ! ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍, ଲୋକେ ଆତଙ୍କିତ