କଟକ,୨।୧: ଓଡ଼ିଶାରେ ନିର୍ମାଣ ହେଵ ଗ୍ରାଣ୍ଡ ରିଙ୍ଗରୋଡ । ୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗରୋଡ ତିଆରି ପାଇଁ ସରକାରଙ୍କ ଯୋଜନା ରହିଛି ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ଓଡ଼ିଶାରେ ୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗରୋଡ ତିଆରି ହେବ। ୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗରୋଡକୁ ୨୪ଘଣ୍ଟାରେ ପରିକ୍ରମା କରିହେବ । ବାଲେଶ୍ଵର -ସମ୍ବଲପୁର-ଗଂଜାମ-ଜୟପୁରକୁ ସଂଯୋଗ କରି ହେଵ ଗ୍ରାଣ୍ଡ ରିଙ୍ଗରୋଡ ।
ସେହିପରି ରାଜ୍ୟର ଵାଣିଜ୍ୟିକ ଉନ୍ନତିକୁ ଦୃଷ୍ଟିରେ ରଖି ନିର୍ମାଣ ହେଵ ରାସ୍ତା । ମୋଟୁରୁ ମୟୁରଭଞ ତିରିଂକୁ ଯୋଡିଵା ପାଇଁ ଏକ ରାସ୍ତା ହେବ। ଆସନ୍ତା ତିନି ବର୍ଷରେ ରାସ୍ତା ସଂଯୋଗିକରଣରେ ଖର୍ଚ୍ଚ ହେବ ୯୧ହଜାର କୋଟି ଟଙ୍କା ହେବ ବୋଲି କଟକରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।