ନୂଆଦିଲ୍ଲୀ,୧୬/୦୭: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଯୋଗୁଁ ବାରମ୍ବାର ହେଉଥିବା କ୍ଷୟକ୍ଷତି ପଛରେ ଘାସ ମଧ୍ୟ ଏକ ବଡ଼ କାରଣ। ନିକଟରେ ଯେତେବେଳେ ସେରାଜ ଘାଟିର ପ୍ରଶାସନିକ ଅଧିକାରୀମାନେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଏହି ବିଷୟରେ କହିଥିଲେ, ସେ ମଧ୍ୟ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ମଣ୍ଡିର ଥୁନାଙ୍ଗ ଅଞ୍ଚଳରେ ଏତେ ବଡ଼ କ୍ଷୟକ୍ଷତି ଦ୍ୱିତୀୟ ଥର ପାଇଁ ଘଟିଛି। ଯେତେବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପ୍ରଶାସନିକ ଅଧିକାରୀମାନଙ୍କୁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର କାରଣ ପଚାରିଥିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ଏହା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି। ପ୍ରଥମତଃ ଜଳବାୟୁ ପରିବର୍ତ୍ତନ ଏବଂ ଦ୍ୱିତୀୟତଃ, ପାହାଡ଼ରେ ଘାସର ଅଭାବ। ଥୁନାଙ୍ଗର ତହସିଲଦାର ନିଜେ ଅନୁରାଗ ଠାକୁରଙ୍କୁ କହିବା ମାତ୍ରେ ସେଠାରେ ଠିଆ ହୋଇଥିବା ଚାଷୀମାନେ ପ୍ରତିବାଦ କରିବା ଆରମ୍ଭ କରିଦେଲେ ଯେ ଏଥିପାଇଁ ଘାସ କିପରି ଦାୟୀ ହୋଇପାରେ? ତଥାପି, ଅନୁରାଗ ଠାକୁର କହିଛନ୍ତି ଯେ ଏକ ସ୍ଥାୟୀ ସମାଧାନ ଖୋଜିବାକୁ ପଡ଼ିବ। ନଚେତ୍, ଏପରି ବିପର୍ଯ୍ୟୟ ବାରମ୍ବାର ଘଟିବ।
ଘାସ ପୋଡ଼ିବାକୁ ବ୍ୟବହୃଦ ଔଷଧରେ ପ୍ରଭାବିତ ହେଉଛି ଜମିବାଡ଼ି:
ଉଲ୍ଲେଖଯୋଗ୍ୟ ଯେ, ବଜାରରେ ଏପରି ଅନେକ କିଟନାଶକ ରହିଛି, ଯାହା ମାତ୍ର ୩୦୦ ଟଙ୍କାରେ ୨୦-୩୦ ଦିନ ପାଇଁ ସେଓ, ଟମାଟୋ ଏବଂ ପନିପରିବା କ୍ଷେତରୁ ଘାସ ଏବଂ ଅନାବନା ଛୋଟ ଗଛକୁ ହଟାଇ ଦେଇଥାଏ। ଚାଷୀମାନେ ନିଜେ ବିଶ୍ୱାସ କରନ୍ତି ଯେ ଏହା ମାଟିକୁ ଦୁର୍ବଳ କରିଥାଏ। ସୂରଜ ମଣିଙ୍କ ପରି ଜଣେ ଚାଷୀ କହିଛନ୍ତି ଯେ "ଘାସ ଜାଳିବା ଔଷଧ ଘାସକୁ ପୋଡ଼ି ଦେଇଥାଏ। କିନ୍ତୁ ଏହା କ୍ଷେତକୁ ନଷ୍ଟ କରିଦିଏ ଏବଂ ମାଟିକୁ ଦୁର୍ବଳ କରିଦିଏ।"
୨୦୨୩ ଏବଂ ୨୦୨୫ରେ ବାଦଲଫଟା ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି:
୨୦୨୩ ଏବଂ ୨୦୨୫ ମସିହାରେ ମଣ୍ଡିର ସେରାଜ ଉପତ୍ୟକାରେ ବାଦଲଫଟା ବର୍ଷା ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଥିଲା। ଏହି ଅଞ୍ଚଳଟିରେ ବଡ଼ ପରିମାଣରେ ସେଓ ଏବଂ ଟମାଟୋ ଚାଷ କରାଯାଏ, ତେଣୁ ଏହି ଛୋଟ ତୃଣନାଶକ ଯୋଗୁଁ କ’ଣ ପ୍ରକୃତରେ ନଷ୍ଟର ପରିସର ବୃଦ୍ଧି ପାଇଛି? ଘାସନାଶକର ବ୍ୟବହାର ମାଟିକୁ ଦୁର୍ବଳ କରିଦେଇଥିଲା। ପ୍ରକୃତରେ, ଏହାର ଗୋଟିଏ କାରଣ ମଧ୍ୟ ଏହାଯେ, ପୂର୍ବରୁ ଦେଓଦର ଭଳି ବଡ଼ ଗଛ ପ୍ରବଳ ବର୍ଷାକୁ ଅଟକାଇବାରେ ସକ୍ଷମ ହୋଇଥିଲା ଏବଂ ପାହାଡ଼ିଆ ଘାସ ଥିବା ଯୋଗୁ ମଧ୍ୟ ଭୂସ୍ଖଳନ ଉପରେ ବିଶେଷ ପ୍ରଭାବ ପଡ଼ିନଥିଲା। କିନ୍ତୁ ବର୍ତ୍ତମାନ ପ୍ରବଳ ବର୍ଷା ହେଲେ ମାଟି ଦ୍ରୁତ ଗତିରେ କ୍ଷୟ ହେଉଛି, କାରଣ ଘାସମାରିବା ପାଇଁ ବ୍ୟବହୃତ କିଟନାସକ ଗୁଡ଼ିକ ମାଟିକୁ ଦୁର୍ବଳ କରୁଛନ୍ତି। ଏହି କାରଣରୁ ସେରାଜ ଉପତ୍ୟକାରେ ବାରମ୍ବାର ବାଦଲଫଟା ବର୍ଷା ଯୋଗୁଁ ବହୁତ କ୍ଷୟକ୍ଷତି ହେଉଛି। ଏହି କାରଣରୁ ସେରାଜ ଉପତ୍ୟକାରେ ଥିବା ସେଓ ବଗିଚାଗୁଡ଼ିକ ଅଧିକ କ୍ଷତି ସହିଛି।
ଏପରି ଅଞ୍ଚଳରେ ମେଘ ଫାଟିବା ଭଳି ବିପର୍ଯ୍ୟୟକୁ ରୋକିବା ପାଇଁ କେବଳ ଦୁଇଟି ସ୍ଥାୟୀ ସମାଧାନ ଅଛି। ପ୍ରଥମତଃ, ଜଳବାୟୁ ପରିବର୍ତ୍ତନରେ ସ୍ଥିରତା ଏବଂ ଦ୍ୱିତୀୟତଃ, ପାହାଡ଼ରେ ପାଇନ୍ ଏବଂ ଦେବଦାରୁ ଭଳି ଗଛକୁ ବଞ୍ଚାଇ ରଖିବା ଏବଂ ଘାସମରା ଔଷଧ ବ୍ୟବହାରକୁ ବନ୍ଦ କରିବାର ଆବଶ୍ୟକତା ରହିଛି। ତେବେ ହିଁ ଏହି ପ୍ରାକୃତିକ ବିପର୍ଯ୍ୟୟର ପାର୍ଶ୍ୱରେ ଠିଆ ହୋଇଥିବା ପାର୍ବତ୍ୟାଞ୍ଚଳଗୁଡ଼ିକୁ ବିନାଶରୁ ରକ୍ଷା କରାଯାଇପାରିବ।