ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ, ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି

Published By : Tapas Panda | July 16, 2025 9:16 PM

Image Courtesy: tribuneindia

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ରାଜ୍ୟର ସ୍କୁଲଗୁଡ଼ିକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ସ୍କୁଲରେ ପ୍ରାର୍ଥନା ସଭାରେ ଭଗବଦ୍ ଗୀତାର ଶ୍ଳୋକ ପାଠ କରିବା ବାଧ୍ୟତାମୂଳକ  କରିଛନ୍ତି ସରକାର । ଏହି ନିଷ୍ପତ୍ତି ସଂପର୍କରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି  ଯେ, ଭଗବଦ୍ ଗୀତାର ଜ୍ଞାନ କେବଳ ଧାର୍ମିକ ନୁହେଁ ବରଂ ଏହା ନୈତିକତା ଓ ଜୀବନର ମୂଲ୍ୟବୋଧ ଶିଖାଏ । ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ଏବଂ ଦାୟିତ୍ୱବାନ ନାଗରିକ କରିବାରେ ମଧ୍ୟ ସାହାଯ୍ୟ କରିବ ।  

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ଦ୍ୱାରା ଜାରି ଏକ ବିବୃତ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଏହି ନିଷ୍ପତ୍ତି କୌଣସି ଗୋଟିଏ ଧର୍ମକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଇନାହିଁ । ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ, ‘ଗୀତାର ଶ୍ଳୋକଗୁଡ଼ିକରେ ଜୀବନକୁ ସଠିକ୍ ଦିଗଦର୍ଶନ ଦେଉଥିବା ଶିକ୍ଷା ରହିଛି। ଏହା ଛାତ୍ରଛାତ୍ରୀମାନଙ୍କୁ ନୈତିକତା, ଆତ୍ମ-ଅନୁଶାସନ ଏବଂ ସମାଜ ପ୍ରତି ଦାୟିତ୍ୱର ପାଠ ପଢ଼ାଇବ।’

ଏହି ନିଷ୍ପତ୍ତି ସରକାରୀ ଏବଂ ବେସରକାରୀ ସ୍କୁଲ ପାଇଁ ସମାନ ଭାବରେ ଲାଗୁ ହେବ। ଶିକ୍ଷା ବିଭାଗ ଖୁବଶୀଘ୍ର ଏ ସମ୍ପର୍କରେ ନିର୍ଦ୍ଦେଶାନାମା ଜାରି କରିବ। ଗୀତାର ଶ୍ଳୋକ ପାଠ ଛାତ୍ରଛାତ୍ରୀମାନଙ୍କର ଚରିତ୍ର ଗଠନରେ ସାହାଯ୍ୟ ହେବ । ପିଲାମାନଙ୍କୁ ଭାରତୀୟ ସଂସ୍କୃତିର ଉପଯୁକ୍ତ ଧାରଣା ମିଳିବ । ସେପଟେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ଲୋକ ଏହାକୁ ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପଦକ୍ଷେପ ବୋଲି ବିବେଚନା କରୁଥିବା ବେଳେ କିଛି ଲୋକ ଏହାକୁ ବିରୋଧ ମଧ୍ୟ କରୁଛନ୍ତି । ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ପଦକ୍ଷେପ କେବଳ ଶିକ୍ଷା ଉଦ୍ଦେଶ୍ୟରେ ନିଆଯାଇଛି ଏବଂ ସମସ୍ତ ଧର୍ମକୁ ସମ୍ମାନ ମଧ୍ୟ ଦିଆଯାଇଛି। 

ସେପଟେ ଉତ୍ତରାଖଣ୍ଡ ୟୁସିସି ଲାଗୁ କରିବାରେ ପ୍ରଥମ ରାଜ୍ୟ । ଜାନୁଆରୀ ୨୭, ୨୦୨୫ ରୁ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ୍ କୋଡ୍ (UCC) ଲାଗୁ ହୋଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ସେହି ଦିନ ଏହାର ସରକାରୀ ପୋର୍ଟାଲ୍ ଲଞ୍ଚ କରିଥିଲେ । ଗୋଆରେ ପର୍ତ୍ତୁଗୀଜ୍ ସିଭିଲ୍ କୋଡ୍ ପୂର୍ବରୁ ବଳବତ୍ତର ଅଛି । କିନ୍ତୁ ଉତ୍ତରାଖଣ୍ଡ ହେଉଛି ସ୍ୱାଧୀନ ଭାରତର ପ୍ରଥମ ରାଜ୍ୟ ଯେଉଁଠି ନିଜ ପାଇଁ ଏକ ନୂତନ UCC ମାର୍ଗଦର୍ଶିକା ତିଆରି ଏବଂ କାର୍ଯ୍ୟକାରୀ ହୋଇଛି । ଏହି ଆଇନ ବିବାହ, ଛାଡପତ୍ର, ପୋଷ୍ୟ ସନ୍ତାନ ଗ୍ରହଣ, ଉତ୍ତରାଧିକାରୀ ଏବଂ ଲିଭ-ଇନ୍ ସମ୍ପର୍କ ଭଳି ବ୍ୟକ୍ତିଗତ ବିଷୟଗୁଡ଼ିକୁ ନିୟନ୍ତ୍ରଣ କରେ ।

 ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର ଏବଂ ନିୟମ ସୁନିଶ୍ଚିତ କରେ ୟୁସିସି । ଏହି ଆଇନ ଅନୁଯାୟୀ ବହୁବିବାହ ଏବଂ ଏକପାଖିଆ ଛାଡପତ୍ରକୁ ନିଷିଦ୍ଧ କରାଯାଇଛି ।  ଝିଅ ଏବଂ ପୁଅମାନଙ୍କୁ ସମ୍ପତ୍ତିରେ ସମାନ ଅଧିକାର ଦିଆଯାଇଛି । ଏହି ପଦକ୍ଷେପ ରାଜ୍ୟରେ ଲିଙ୍ଗ, ଜାତି ଏବଂ ଧର୍ମ ଆଧାରରେ ଯେକୌଣସି ପ୍ରକାରର ଭେଦଭାବକୁ ସମାପ୍ତ କରିବ ଏବଂ ଏକ ସମନ୍ୱିତ ସମାଜର ମୂଳଦୁଆ ସ୍ଥାପନ କରିବ ବୋଲି ସରକାର ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.