ପ୍ରମୂଖ ଖବର
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଘରକୁ ଆସିଲେ ଲକ୍ଷ୍ମୀ; ପିତା-ମାତା ହେଲେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀ

Published By : Anindita Ratha | July 16, 2025 8:30 AM

ମୁମ୍ବାଇ,୧୬/୦୭: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ କିୟାରା ଆଡଭାନୀ ଜୁଲାଇ ୧୫ ତାରିଖରେ ତାଙ୍କ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି । ଦମ୍ପତିଙ୍କ ଘରକୁ କୁନି ଅତିଥି ଆସିଛନ୍ତି । କିୟାରା ଆଡଭାନୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏହାକୁ ନେଇ ପରିବାରରେ ଖୁସିର ଲହରି ଖେଳି ଯାଇଥିବା ବେଳେ ପ୍ରଶଂସକମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଚଳିତ ବର୍ଷ ଫେବୃଆରୀରେ ଉଭୟ ପିତାମାତା ହେବାକୁ ଯାଉଥିବା ପ୍ରଶଂସକଙ୍କୁ ଜଣାଇଥିଲେ।

ଫେବୃଆରୀ ୨୮ରେ ଗର୍ଭବତୀ ଥିବା ନେଇ କିଆରା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ। କ୍ୟାପ୍‌ଶନରେ ଲେଖିଥିଲେ, “ଆମ ଜୀବନର ସବୁଠାରୁ ବଡ଼ ଉପହାର। ଶୀଘ୍ର ଆସୁଛି। “ସିଦ୍ଧାର୍ଥ ଏବଂ କିୟାରା ୭ ଫେବୃଆରୀ ୨୦୨୩ ରେ ବିବାହ କରିଥିଲେ। ୨୦୨୧ ମସିହାରେ ଉଭୟଙ୍କର ‘ଶେରଶାହ’ ନାମକ ଏକ ଫିଲ୍ମ ରିଲିଜ ହୋଇଥିଲା। କୁହାଯାଏ ଯେ ଉଭୟଙ୍କ ପ୍ରେମ କାହାଣୀ ଏହି ଫିଲ୍ମର ଶେଟରୁ ଆରମ୍ଭ ହୋଇଥିଲା। ଏହି ଫିଲ୍ମରେ ମଧ୍ୟ ଉଭୟଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଇଥିଲା। ହେଲେ ଦୁହେଁ ସେମାନଙ୍କ ସମ୍ପର୍କକୁ ଗୋପନ ରଖିଥିଲେ ଏବଂ ପରେ ବିବାହ କରିଥିଲେ।କିଆରା ଆଡଭାନୀ ଖୁବ ଶୀଘ୍ର ହ୍ରିତିକ୍ ରୋଶନଙ୍କ ସହ ‘ୱାର୍‌ ୨’ରେ ନଜର ଆସିବେ। ଏହା ବ୍ୟତୀତ ତାଙ୍କ ହାତରେ ଆଉ ଏକ ବଡ଼ ଫିଲ୍ମ ଥିଲା। ତାହା ହେଉଛି ଫରହାନ ଅଖତରଙ୍କ ‘ଡନ ୩’। ଏଥିରେ ରଣବୀର ସିଂହ ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ତାଙ୍କ ବିପକ୍ଷରେ କିଆରାଙ୍କୁ କାଷ୍ଟ କରାଯାଇଥିଲା। କିନ୍ତୁ ଗର୍ଭଧାରଣ ଯୋଗୁ କିଆରା ଏହି ଫିଲ୍ମ ଛାଡି ଦେଇଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ‘ଡନ ୩’ରେ କିଆରାଙ୍କ ସ୍ଥାନ ନେଇଛନ୍ତି କ୍ରିତି ସାନନ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.