ନୂଆଦିଲ୍ଲୀ : ସରକାରଙ୍କ ପକ୍ଷରୁ ଶୁକ୍ରବାର ଶ୍ରମ ଆଇନରେ ବଡ଼ ପରିବର୍ତ୍ତନ ଓ ସଂସ୍କାର ଘୋଷଣା କରିଛନ୍ତି। ଏହି ଅଧୀନରେ, କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ୨୯ଟି ଶ୍ରମ ଆଇନକୁ ମାତ୍ର ୪ଟି କୋଡ୍କୁ ହ୍ରାସ କରିଛନ୍ତି। ଲେବର ମିନିଷ୍ଟ୍ରୀ ମୁତାବିକ , ଏହି ନୂଆ କୋଡ୍ରେ ଦେଶର ସବୁ ଶ୍ରମିକଙ୍କୁ ( ଆନୁଷ୍ଠାନିକ କ୍ଷେତ୍ରରେ କାମ କରୁଥିବା ଶ୍ରମିକ , ଗିଗ୍ କର୍ମଚାରୀ , ପ୍ରବାସୀ ଶ୍ରମିକ ଏବଂ ମହିଳାଙ୍କ ସମେତ) ଉତ୍ତମ ମଜୁରୀ, ସାମାଜିକ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଗ୍ୟାରେଣ୍ଟି ମିଳିବ। ଶ୍ରମ ଆଇନରେ ଲାଗୁ କରାଯାଇଥିବା ସଂସ୍କାରରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଗ୍ରାଚ୍ୟୁଇଟି ସହ ଜଡ଼ିତ। ଏହା ଅଧୀନରେ , ଏବେ ଗୋଟିଏ ବର୍ଷ ସର୍ଭିସ ପରେ ମଧ୍ୟ ଗ୍ରାଚ୍ୟୁଇଟି ଲାଭ ପାଇ ପାରିବେ।
୫ବର୍ଷର ଟାଇମ୍ ଲିମିଟ୍ ଶେଷ –
ଲେବର ଆକ୍ଟରେ କରାଯାଉ ଥିବା ସଂସ୍କାରରେ ଗ୍ରାଚ୍ୟୁଇଟି ରୁଲ୍ ଏଥିପାଇଁ ମଧ୍ୟ ଖାସ୍ ହୋଇଯିବ, କାରଣ ବର୍ତ୍ତମାନ ସୁଦ୍ଧା କୌଣସି ବି ସଂସ୍ଥାରେ ଲଗାତାର ୫ବର୍ଷର ଚାକିରି ପୂରା କରିବା ପରେ ଏହାର ଲାଭ ମିଳୁଥିଲା, କିନ୍ତୁ ସରକାର ଏବେ ସ୍ପଷ୍ଟ କରି ଦେଇଛନ୍ତି ଯେ, ଫିକ୍ସଡ୍ ଟର୍ମ କର୍ମଚାରୀ (ଏଫ୍ଟିଇ)ଙ୍କୁ ପାଞ୍ଚ ବର୍ଷର ଅପେକ୍ଷା କରିବାକୁ ପଡ଼ିବ ନାହିଁ ଏବଂ ମାତ୍ର ଗୋଟିଏ ବର୍ଷ କାମ କରିବା ପରେ ଗ୍ରାଚ୍ୟୁଇଟିର ଲାଭ ପାଇ ପାରିବେ।
ନୂଆ ନିୟମ ସ୍ପଷ୍ଟ କରୁଛି ଯେ, ସ୍ଥାୟୀ କର୍ମଚାରୀଙ୍କ ସହ ଜଡ଼ିତ ସମସ୍ତ ସୁବିଧା ସ୍ଥାୟୀ କର୍ମଚାରୀଙ୍କୁ ମିଳିବ, ଯେଉଁଥିରେ ଛୁଟି, ଚିକିତ୍ସା ଏବଂ ସାମାଜିକ ସୁରକ୍ଷା ଅନ୍ତର୍ଭୁକ୍ତ। ସେମାନଙ୍କୁ ସ୍ଥାୟୀ କର୍ମଚାରୀଙ୍କ ପରି ସମାନ ଦରମା ଦିଆଯିବା ସହ ପ୍ରୋଟେକ୍ସନର ସୁରକ୍ଷା ମିଳିବ। ସରକାରଙ୍କର ଉଦ୍ଦେଶ୍ୟ କଣ୍ଟ୍ରାକ୍ଟରେ କାମ କରିବା ସହ ଡାଇରେକ୍ଟ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା।
ଗ୍ରାଚ୍ୟୁଇଟି କଣ ?
ଗ୍ରାଚ୍ୟୁଇଟି ମୂଳତଃ ଏକ ଉପହାର ଯାହା ଗୋଟିଏ କମ୍ପାନୀ ଦ୍ୱାରା ତାହାର କର୍ମଚାରୀଙ୍କୁ ସେମାନଙ୍କ କାମ ବଦଳରେ ଦିଆଯାଏ। ଏପର୍ଯ୍ୟନ୍ତ ଏହା ପାଞ୍ଚ ବର୍ଷ ଚାକିରି ପରେ ହେଉଥିଲା। କିନ୍ତୁ ଏବେ ଗୋଟିଏ ବର୍ଷରେ ହେବ। କର୍ମଚାରୀଙ୍କ ପାଇଁ ଆର୍ଥିକ ଭାବେ ଏହା ଏକ ବଡ଼ ସାହାଯ୍ୟକାରୀ ସାବ୍ୟସ୍ତ ହୋଇଥାଏ, କାର ତାଙ୍କୁ କମ୍ପାନୀ ଛାଡ଼ିବା କିମ୍ୱା ପୁଣି ଅବସର ନେବା ପରେ ସେମାନଙ୍କୁ ସଂପୂର୍ଣ୍ଣ ଗ୍ରାଚ୍ୟୁଇଟି ଗୋଟିଏ ଥରରେ ପ୍ରଦାନ କରାଯାଏ। ଏହା ଉଲ୍ଲେଖନୀୟ ଯେ ପେମେଣ୍ଟ ଏବଂ ଗ୍ରାଚ୍ୟୁଇଟି ଆଇନ ଦେଶର ସମସ୍ତ କାରଖାନ , ଖଣି, ତୈଳ କ୍ଷେତ୍ର, ବନ୍ଦର ଏବଂ ରେଳୱେରେ ପେମେଣ୍ଟ ଆଣ୍ଟ ଗ୍ରାଚ୍ୟୁଇଟି ଆକ୍ଟ ଲାଗୁ ହୋଇଥାଏ।
ବର୍ତ୍ତମାନ ସୁଦ୍ଧା ଏବେ ଆଶା କରାଯାଉ ଥିଲା ଯେ,ଗ୍ରାଚ୍ୟୁଇଟି ପାଇଁ ଇଲିଜିବିଲିଟି ସୀମାକୁ ପାଞ୍ଚ ବର୍ଷରୁ ତିନି ବର୍ଷକୁ ହ୍ରାସ କରିବାକୁ ବିଚାର କରୁଛନ୍ତି, କିନ୍ତୁ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇ ସରକାର ଏହାକୁ ମାତ୍ର ଗୋଟିଏ ବର୍ଷକୁ ହ୍ରାସ କରିଛନ୍ତି।