ପ୍ରମୂଖ ଖବର
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଏଠାରେ ମୋବାଇଲ୍-ଟିଭି ମନା, ବ୍ୟବହାର କଲେ ଜେଲ୍

Published By : Prameya | March 10, 2025 4:29 PM

ଭୁବନେଶ୍ଵର, ୧୦/୦୩ : ଏବେ ମୋବାଇଲ୍, ଟିଭି ବିନା ଦିନ ଆରମ୍ଭ ହେଉନି । ରାତିରେ ଶୋଇବା ପୂର୍ବରୁ ହେଉ କି ସକାଳୁ ଉଠିବା ବେଳେ... ଆଗେ ଲୋଡ଼ା ପଡ଼ୁଛି ମୋବାଇଲ୍ । ଫେସବୁକ୍, ଇନଷ୍ଟା ଟିକେ ସ୍କ୍ରଲ୍ କରିଦେଲେ ମାଇଣ୍ଡ୍ ଫ୍ରେସ୍ ହୋଇଯାଏ । ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ଏବେ ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ ମୋବାଇଲ୍ । ଆଉ ଏଥିରେ ଘଣ୍ଟା ଘଣ୍ଟା ସମୟ ଅତିବାହିତ କରୁଛନ୍ତି ସମସ୍ତେ । ସେହିପରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷରେ ଟିଭି ପାଲଟିଗଲାଣି ଜରୁରୀ ଆବଶ୍ୟକତା । ଏବେ ମୋବାଇଲ୍, ଟିଭି ବିନା ରହିବା ମୁସ୍କିଲ୍ । ହେଲେ ଆପଣ ଜାଣିଛନ୍ତି କି ? ଏଭଳି ଏକ ସହର ଅଛି ଯେଉଁଠି ମୋବାଇଲ୍ ଟିଭି ଏବଂ ରେଡିଓ ବ୍ୟବହାର କରିବା ମନା। ଏପରିକି ଘରେ ସ୍ମାର୍ଟ ଗେଜଟ୍‌ ବି କରନ୍ତିନି ବ୍ୟବହାର। ଯଦି କେହି ବ୍ୟବହାର କରି ଧରାପଡ଼ନ୍ତି, ତାହେଲେ ହୁଏ ଜେଲଦଣ୍ଡ।

ଆମେରିକାର ଗ୍ରୀନ୍ ବ୍ୟାଙ୍କ୍ ସହରରେ ଲାଗୁ ହୋଇଛି ଏଭଳି କଡ଼ା ନିୟମ। ଏଠାକାର ଜନସଂଖ୍ୟା ମାତ୍ର ୧୪୧। ମୋବାଇଲ୍, ଟିଭି କିମ୍ଵା ରେଡିଓ ବ୍ୟବହାର କରନ୍ତିନି ଏଠାକାର ଲୋକ। କେବଳ ସେତିକି ନୁହେଁ, ଆଇପ୍ୟାଡ୍, ୱାୟାର୍ ଲେସ୍ ହେଡଫୋନ୍, ରିମୋଟ୍ କଣ୍ଟ୍ରୋଲ୍ ଖେଳନା, ୱାଇଫାଇ, ମାଇକ୍ରୋୱେଭ୍ ଭଳି ସ୍ମାର୍ଟ ଗେଜଟ୍ ବ୍ୟବହାର ଉପରେ ଲାଗିଛି ପ୍ରତିବନ୍ଧକ। ବାହାର ଲୋକଙ୍କ ପାଇଁ ଏହି ନିୟମ ଅଜବ ଲାଗୁ ଥାଇପାରେ... କିନ୍ତୁ ଏସବୁ ଜିନିଷ ବ୍ୟବହାର ବିନା ବେସ୍ ଖୁସିରେ ବସବାସ କରନ୍ତି ଏଠାକାର ଲୋକେ। 

ଗ୍ରୀନ୍ ବ୍ୟାଙ୍କ୍ ସହରରେ ଏଭଳି କଡ଼ା ନିୟମ ଲାଗୁ ହେବା ପଛରେ ରହିଛି ଟେଲିସ୍କୋପ୍। ଅନ୍ତରୀକ୍ଷରୁ ଆସୁଥିବା ରେଡିଓ ତରଙ୍ଗ ବିଷୟରେ ଏଠାରେ କରାଯାଏ ଅଧ୍ୟୟନ। ଗୁରୁତ୍ଵାକର୍ଷଣ ତରଙ୍ଗ ଠାରୁ ନେଇ ବ୍ଲାକ ହୋଲ୍ ପର୍ଯ୍ୟନ୍ତ ସବୁ ବିଷୟରେ କରାଯାଉଛି ରିସର୍ଚ୍ଚ। ଏଲିଅନ୍ସଙ୍କ ବିଷୟରେ ବି କରାଯାଉଛି ସନ୍ଧାନ। ତେଣୁ ଏଠାରେ ମୋବାଇଲ୍, ଟିଭି, ରେଡିଓ, ଆଇପ୍ୟାଡ୍, ୱାଇଫାଇ ଭଳି ସ୍ମାର୍ଟ ଗେଜଟ୍ ବ୍ୟବହାର ଉପରେ ଲାଗିଛି ପ୍ରତିବନ୍ଧକ। କାରଣ ଏହି ସବୁ ଉପକରଣ ଦ୍ଵାରା ଅନ୍ତରୀକ୍ଷରୁ ଆସୁଥିବା ରେଡିଓ ତରଙ୍ଗ ବିଷୟରେ ଅନୁଧ୍ୟାନ କରିବାରେ ଅସୁବିଧା ହେବ। 

ଗ୍ରୀନ୍ ବ୍ୟାଙ୍କ୍ ସହରରେ ୧୯୫୮ ମସିହାରେ ପ୍ରତିଷ୍ଠା କରାଯାଇଥିଲା ଟେଲିସ୍କୋପ୍। ଏହାର ଲମ୍ବ ୪୮୫ ଫୁଟ ଏବଂ ଓଜନ ୭୬୦୦ ମେଟ୍ରିକ୍ ଟନ୍। ଏହା ଉପରେ ଲାଗିଥିବା ଡିସ୍‌ର ଆକାର ଏତେ ବଡ଼ ଯେ, ଏହା ଏକ ଫୁଟବଲ୍ ଗ୍ରାଉଣ୍ଡ ସହ ସମାନ। ଏହି ଟେଲିସ୍କୋପ୍ ଅନ୍ତରୀକ୍ଷରେ ୧୩ ଅରବ ପ୍ରକାଶ ବର୍ଷ ଦୂର ପର୍ଯ୍ୟନ୍ତ ସିଗନାଲ୍ ଧରିପାରେ। ଟେଲିସ୍କୋପ୍ ପାଇଁ ଏଠାରେ ଗୁଗୁଲ ମ୍ୟାପ୍ ବି ବ୍ୟବହାର କରିପାରନ୍ତିନି। ଏପରିକି ସହର ନିକଟରେ ପହଞ୍ଚିବା କ୍ଷଣି ଜିପିଏସ୍ ବି କାମ କରିବା ବନ୍ଦ କରିଦିଏ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.