ପ୍ରମୂଖ ଖବର
  • ଟାଙ୍ଗି: ବୋମାମାଡ କରି ଛଣଗିରି ଗ୍ରାମରେ ଥିବା ସୁନା ଦୋକାନରୁ ଲୁଟ୍
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ବାରଣାସୀ ଗସ୍ତରେ ନଗର ଉନ୍ନୟନ ମନ୍ତ୍ରୀ, ଓଡ଼ିଶାରେ ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ

Published By : Swapna Ray | August 24, 2025 11:48 AM

ଭୁବନେଶ୍ୱର, ୨୪।୮: ଏଣିକି ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ବାହାରିବ ସବୁଜ ଇନ୍ଧନ । ଓଡ଼ିଶାରେ ଏହି ଟେକ୍ନୋଲୋଜି ଲାଗୁ କରିବାକୁ ଯୋଜନା କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଶନିବାର ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବାରଣାସୀରେ ଥିବା ୱେଷ୍ଟ ଟୁ ଚାରକୋଲ୍‌ ପ୍ଲାଣ୍ଟ ବା ବର୍ଜ୍ୟରୁ ଅଙ୍ଗାର ପ୍ଲାଣ୍ଟ ବୁଲି ଦେଖିଛନ୍ତି । ବାରଣାସୀର ଏହି ପ୍ଲାଣ୍ଟରୁ ଦୈନିକ ୧୦୦ ଟନ୍‌ ସବୁଜ ଅଙ୍ଗାର ସୃଷ୍ଟି ହେବା ସହ ଏହା ପ୍ରାୟ ୩୦୦ ଟନ୍‌ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରୁଛି । ବାରଣାସୀ ହରିତ୍‌ କୋୟଲା ପରିଯୋଜନା ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଟାରେଫାକ୍ସନ ପ୍ରକ୍ରିୟାରେ ସହରରୁ ନିର୍ଗତ ବର୍ଜ୍ୟକୁ ଥର୍ମୋକେମିକାଲ ଟ୍ରିଟ୍‌ମେଣ୍ଟ ଦ୍ୱାରା ୨୫୦ରୁ ୩୦୦ ଡିଗ୍ରୀ ତାପମାତ୍ରା ଦେବା ସହ ନିୟନ୍ତ୍ରିତ ଅମ୍ଲଜାନ ପରିବେଶରେ ସବୁଜ ଅଙ୍ଗାରରେ ପରିଣତ କରାଯାଉଛି । 

ପ୍ଲାଣ୍ଟର ଦୈନିକ ବର୍ଜ୍ୟ ଟ୍ରିଟମେଣ୍ଟ୍‌ କ୍ଷମତା ୪୦୦ ଟନ୍‌ ଥିବାବେଳେ ଏହା ୧୩ ଟନ୍‌ ମିଥେନ୍‌ ନିର୍ଗମକୁ କମ୍‌ କରିପାରୁଛି । ୧୬ ଏକର ଜାଗାରେ ହୋଇଥିବା ଏହି ପ୍ଲାଣ୍ଟରେ ଏନ୍‌ଟିପିସି ଏହି ସ୍ୱତନ୍ତ୍ର ମଡେଲ ଆପଣାଇ ବର୍ଜ୍ୟବସ୍ତୁରୁ ସବୁଜ ଇନ୍ଧନ ଉତ୍ପାଦନ ପାଇଁ ପଦକ୍ଷେପ ଆରମ୍ଭ କରିଛି । ଏହି ଟୋରିଫାଏଡ୍‌ ଚାରକୋଲ୍‌ ବା ସବୁଜ ଅଙ୍ଗାରକୁ ନେଇ ଏନଟିପିସି ନିଜ ତାପଜ ବିଦ୍ୟୁତ ପ୍ରକଳ୍ପରେ ବ୍ୟବହାର କରୁଛି । ପାରମ୍ପରିକ କୋଇଲା ଉପରେ ନିର୍ଭରଶୀଳତା କମାଇବା ଲକ୍ଷ୍ୟରେ ସାମାଜିକ କର୍ପୋରେଟ ଦାୟିତ୍ୱବୋଧ ଅଧୀନରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି । ଏଥିରେ ବର୍ଜ୍ୟ ବ୍ୟବହାର ହେଉଥିବାରୁ ବର୍ଜ୍ୟର ଲ୍ୟାଣ୍ଡଫିଲ୍‌ ଆବଶ୍ୟକତାକୁ କମାଇବା ସହ ଅଙ୍ଗାରକାମ୍ଲ ନିର୍ଗମନ କମାଇବ ଓ ଶକ୍ତି ସୁରକ୍ଷାକୁ ନିଶ୍ଚିତ କରିପାରିବ । ଓଡ଼ିଶାରେ ଏଭଳି ପ୍ରକଳ୍ପ ଦ୍ୱାରା ବର୍ଜ୍ୟକୁ ଉପଯୋଗ କରି ସବୁଜ ଇନ୍ଧନ ସୃଷ୍ଟି କରିବାକୁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି । ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ତଥା ସ୍ୱଚ୍ଛ ଭାରତ ମିଶନ ନିର୍ଦ୍ଦେଶକ ବିନୟ କୁମାର ଦାସ, ଏନ୍‌ଟିପିସି ବାରଣାସୀର ଡିଜିଏମ୍‌ ଆଶିଷ ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.