ଭୁବନେଶ୍ୱର,୧୨/୧୨: ଗାଡି ସାଇଡ୍ ମରାକୁ ନେଇ ଅଧ ଘଣ୍ଟା ଧରି ରାସ୍ତା ଉପରେ ଆତଙ୍କ ମଚାଇଲେ ଯୁବକ । ବସ୍‌କୁ ଅଟକାଇ ଡ୍ରାଇଭରକୁ ପିଟିଲେ । ବସ୍‌ ଭଙ୍ଗାରୁଜା କରି ଯାତ୍ରୀଙ୍କୁ ବସ୍‌ରୁ ଓହ୍ଲାଇ ଦେଲେ । ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଭୁବନେଶ୍ୱରର ସତସଙ୍ଗ ବିହାର ସମ୍ମୁଖ ମୁଖ୍ୟ ରାସ୍ତାରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ସତସଙ୍ଗ ବିହାର ସମ୍ମୁଖ ମୁଖ୍ୟ ରାସ୍ତାରେ ଏକ ବସ୍‌ ଯୁବକଙ୍କୁ ସାଇଡ୍‌ ମାରିଥିଲା । ଏଥିରେ ଯୁବକ ଜଣକ ଉତ୍ୟକ୍ତ ହୋଇ ବସ୍‌ଟିକୁ ଅଟକାଇ ଡ୍ରାଇଭରକୁ ମାଡ ମାରିଥିଲେ । କେବଳ ସେତିକି ନୁହେଁ, ବସ୍‌ ଭଙ୍ଗାରୁଜା କରିବା ସହ ଯାତ୍ରୀଙ୍କୁ ମଧ୍ୟ ଗାଡିରୁ ଓହ୍ନାଇ ଦେଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚିଛି । ସେଠାରେ ପହଞ୍ଚି ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ପୋଲିସ ।