ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

କ୍ଷୀର, ପନିରୁ ରୁଟି ଯାଏଁ ଜିରୋ ଜିଏସଟି; ଶସ୍ତା ହେବ ପାଠ୍ୟ ସାମଗ୍ରୀ, ଆସନ୍ତା ସପ୍ତାହରେ ନିଷ୍ପତ୍ତି !

Published By : Anindita Ratha | August 28, 2025 2:00 PM

ନୂଆଦିଲ୍ଲୀ,୨୮/୦୮ : କ୍ଷୀର, ପନିରରୁ ଆରମ୍ଭ କରି ରୁଟି ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଖାଦ୍ୟ ଉପରେ ହେବ ଜିଏସଟି ଛାଡ଼ । ୫ରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ଖାଦ୍ୟ ଏବଂ ସାମଗ୍ରୀ ଉପରେ ଛାଡ଼ କରାଯିବ ଜିଏସଟି । ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ ପିଏମ୍‌ ଘୋଷଣା କରିଥିଲେ ଜିଏସଟି ସଂସ୍କାର ଆସିବ । କହିଥିଲେ, ଏହି ସଂସ୍କାରଗୁଡ଼ିକ ଦୀପାବଳି ପୂର୍ବରୁ ଲାଗୁ କରାଯିବ । ଆସନ୍ତା ସପ୍ତାହରେ  ପରିଷଦ ବୈଠକ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ GST ସ୍ଲାବରେ ପରିବର୍ତ୍ତନ ସମ୍ପର୍କରେ ଏକ ବଡ଼ ଅପଡେଟ୍ ଆସିଛି । 

ଏହି ଅନୁସାରେ, ବୈଠକରେ ସରକାର ଶୂନ୍ୟ GST ସ୍ଲାବର ପରିସରକୁ ବୃଦ୍ଧି କରିପାରିବେ । ଏଥିରେ ଅନେକ ଦୈନନ୍ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅନ୍ତର୍ଭୁକ୍ତ କରିପାରିବେ । ଯାହା ଏପର୍ଯ୍ୟନ୍ତ ୫% ଏବଂ ୧୮% GST ପରିସର ମଧ୍ୟରେ ଆସୁଛି । ରିପୋର୍ଟ ଅନୁସାରେ, ଏହି ସାମଗ୍ରୀଗୁଡ଼ିକରେ ମୁଖ୍ୟତଃ ଖାଦ୍ୟ ଉତ୍ପାଦ ଅନ୍ତର୍ଭୁକ୍ତ ହେବ । କହିବାକୁ ଗଲେ ରୁଟି, କ୍ଷୀର, ଛେନା ଭଳି ଅତ୍ୟାବଶ୍ୟକୀୟ ଖାଦ୍ୟ ଉପରେ ଛାଡ଼ ହେବ ଜିଏସଟି । ୟୁଏଚଟି କ୍ଷୀର,  ପ୍ୟାକେଟ୍ ଛେନା, ପିଜା ବ୍ରେଡ୍, ଚପାତି, ଆଦି ଖାଦ୍ୟସାମଗ୍ରୀ ଉପରେ ଶୂନ୍ୟ ଜିଏସଟି ଲାଗୁ ହେବ । ସେହିପରି ୧୮% ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ପରଟା ଉପରେ ମଧ୍ୟ ଜିଏସଟି ଛାଡ କରାଯିବ । ଏନେଇ ପ୍ରସ୍ତାବ ଆସିଥିବା ସୂଚନା ମଳିଛି । 

ସେହପରି ପାଠ୍ୟ ଉପକରଣ ଉପରେ ମଧ୍ୟ ଜିଏସଟି ଛାଡ଼ ହେବ । ମ୍ୟାପ୍, ହାଇଡ୍ରୋଗ୍ରାଫିକ ଚାର୍ଟ, ଆଟାଲାସ, ସବୁ ପ୍ରକାରର ପେନସିଲ, କାନ୍ଥ ମ୍ୟାପ୍, ଗ୍ଲୋବ୍ସ, ପ୍ରିଣ୍ଟେଡ ଚାର୍ଟ, ନୋଟବୁକ ଆଦି ଶିକ୍ଷାକ୍ଷେତ୍ରରେ ଜଡିତ ସାମଗ୍ରୀ ଉପରେ ଜିଏସଟି ଛାଡ଼ ହେବ । ଏସବୁ ଉପରେ ଏବେ ୧୨ ପ୍ରତିଶତ ଟାକ୍ସ ଲାଗୁ କରାଯାଇଛି । ଏହାଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ଉପରେ ଟାକ୍ସ ଭାର କମିବ । ଏନେଇ ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ୫୬ ତମ ଜିଏସଟି କାଉନସିଲ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହେବାର ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.