ପ୍ରମୂଖ ଖବର
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ଆଇପିଏଲ୍‌ ଆଉ ୨ ଦିନ: ଟପ୍‌ ଅର୍ଡର ଉପରେ ନିର୍ଭର କରିବ ଗୁଜରାଟ ଟାଇଟନ୍ସ, ଗିଲ, ବଟଲରଙ୍କ ଉପରେ ଦଳର ଭାଗ୍ୟ

Published By : Prameya | March 20, 2025 1:26 PM

ନୂଆଦିଲ୍ଲୀ,୨୦/୦୩: ୨୦୨୨ ଆଇପିଏଲ୍‌  ଚାମ୍ପିଅନ୍‌ ଓ ୨୦୨୩ ରନର୍ସ ଅପ୍‌ ଗୁଜରାଟ ଟାଇଟନ୍ସ  ଏଥର ମଧ୍ୟ ଟାଇଟଲ ଦାବିଦାର ରହିଛି। ଶୁଭମନ  ଗିଲ୍‌ଙ୍କ ନେତୃତ୍ୱରେ ଟାଇଟନ୍ସ ଦଳ ଏଥର ବାକି ଦଳ  ଗୁଡ଼ିକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ମାତ୍ର ଦଳ ଏଥର ନୂଆ ଯୋଜନା ସହ ଗ୍ରାଉଣ୍ଡକୁ ଓହ୍ଲାଇବ। ଚଳିତ  ବର୍ଷ ଟପ୍‌ ଅର୍ଡର ବ୍ୟାଟରମାନଙ୍କ ଉପରେ ଦଳର  ଭାଗ୍ୟ ନିର୍ଭର କରିବ ।ଗତ ୩ଟି ସଂସ୍କରଣରେ ନିମ୍ନ  ଭାଗ ବ୍ୟାଟରମାନେ ଦଳକୁ ବହୁ ମ୍ୟାଚ୍‌ ଜିତାଇଥିଲେ । ନିମ୍ନ ଭାଗରେ ଡେଭିଡ୍‌ ମିଲର, ରାହୁଲ ତେୱାତିଆ ଓ  ରସିଦ ଖାନ୍‌ ବିସ୍ଫୋରକ ବ୍ୟାଟିଂ କରି ପ୍ରତିପକ୍ଷଙ୍କ ଠାରୁ  ବିଜୟ ଛଡ଼ାଇ ନେଉଥିଲେ । ମାତ୍ର ଏଥର ଟାଇଟନ୍ସ  ଦଳରେ ମିଲର ନାହାନ୍ତି । ମଧ୍ୟ ଭାଗରେ ମଧ୍ୟ ସେଭଳି  ଷ୍ଟାର ବ୍ୟାଟର ନାହାନ୍ତି । ତେଣୁ ଓପନର ହିଁ ବ୍ୟାଟିଂ  ବିଭାଗ ସମ୍ଭାଳିବେ ।  

ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଓପନିଂ ବିଭାଗ  ଅଧିକ ସୁଦୃଢ । ଶୁଭମନ ଗିଲ୍‌ଙ୍କ ସହ ଏଥର ଜୋସ  ବଟଲର ପାଳି ଆରମ୍ଭ କରିବାକୁ ଯାଉଛନ୍ତି । ୩ନଂ ସ୍ଥାନରେ ରହିଛନ୍ତି ବି ସାଇ ସୁଦର୍ଶନ । ପ୍ରଥମ ୩ଜଣଙ୍କ  ପରେ ଆରମ୍ଭ ହେବ ଅଲ୍‌ରାଉଣ୍ଡରଙ୍କ ପାଳି । ଗ୍ଲେନ  ଫିଲିପ୍ସ, ୱାସିଂଟନ ସୁନ୍ଦର, ରାହୁଲ ତେୱାତିଆ,  ଶାହରୁଖ ଖାନ ପ୍ରମୁଖ ପରବର୍ତ୍ତୀ ସ୍ଥାନରେ ବ୍ୟାଟିଂ  ପାଇଁ ଓହ୍ଲାଇବେ । ତେଣୁ ଟାଇଟନ୍ସର ବ୍ୟାଟିଂ ବିଭାଗ  ସେଭଳି ସୁଦୃଢ ମନେ ହେଉନାହିଁ ।  

ନୂଆ ପେସ୍‌ ବାହିନୀ: ଟାଇଟନ୍ସ ଏଥର  ସମ୍ପୂର୍ଣ୍ଣ ନୂଆ ପେସ ବାହିନୀ ସହ ଗ୍ରାଉଣ୍ଡକୁ ଓହ୍ଲାଇବ ।  ମେଗା ନିଲାମରେ ଟାଇଟନ୍ସ ମହମ୍ମଦ ସିରାଜଙ୍କୁ  ୧୨.୨୫କୋଟି, କାଗିସୋ ରାବାଡାଙ୍କୁ ୧୦.୭୫କୋଟି  ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୯.୫କୋଟି ଟଙ୍କାରେ କିଣିଛି ।  ଏମାନେ ମୁଖ୍ୟତଃ ପେସ୍‌ ବିଭାଗ ସମ୍ଭାଳିବେ ।  ଏମାନଙ୍କ ବ୍ୟତୀତ ଦଳରେ ଅନ୍ୟ ପେସ ବୋଲର  ଭାବେ ଗେରାଲ୍‌ହ କୋଏଜି, ଈଶାନ୍ତ ଶର୍ମା, ଗୁରନୂର  ବ୍ରାର, କୂଲୱନ୍ତ ଖେଜ୍ରୋଲିଆ ଓ ଅର୍ଶଦ ଖାନ ରହିଛନ୍ତି ।  

ଟି-ଟ୍ୱେଣ୍ଟି ଦଳକୁ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ: ଟାଇଟନ୍ସ ଅଧିନାୟକ ଗିଲ୍‌ ଭାରତୀୟ ଟି-ଟ୍ୱେଣ୍ଟି  ଦଳକୁ ଫେରିବା ପାଇଁ ବ୍ୟାକୁଳ । ତେଣୁ ଆଇପିଏଲ୍‌ ଜରିଆରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ  ସେ ଲକ୍ଷ୍ୟ ରଖିଛନ୍ତି ।  ୨୦୨୩ ଆଇପିଏଲ୍‌ରେ ଗିଲ୍‌ ୮୯୦ ରନ୍‌  ସଂଗ୍ରହ କରିଥିଲେ। ସେତେବେଳେ ସେ ଭାରତୀୟ  ଟି-ଟ୍ୱେଣ୍ଟି ଦଳର ପ୍ରମୁଖ ବ୍ୟାଟର ରହିଥିଲେ ।  ମାତ୍ର ଫର୍ମ ହାନୀ ଓ ଏକାଧିକ ପ୍ରତିଦ୍ୱନ୍ଦ୍ୱୀଙ୍କ  ଆବିର୍ଭାବ ଯୋଗୁଁ ଗିଲ୍‌ ଦଳରୁ ବାଦ ପଡ଼ିଥିଲେ ।  

୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଦଳରେ ତାଙ୍କୁ ସ୍ଥାନ  ମିଳି ନଥିଲା । ଏବେ ରୋହିତ ଶର୍ମା ଓ ବିରାଟ  କୋହଲି ଟି-ଟ୍ୱେଣ୍ଟିରୁ ଅବସର ନେଇ ସାରିଛନ୍ତି । ତଥାପି ଗିଲ୍‌ ଦଳକୁ ଫେରି ପାରିନାହାନ୍ତି । କାରଣ  ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଓପନର ଭାବେ  ଖେଳି ୨ଟି ଲେଖାଏଁ ଶତକ ଅର୍ଜନ କରିସାରିଛନ୍ତି ।  ତେଣୁ ଗିଲଙ୍କୁ ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ  ଦଳକୁ ଫେରିବାକୁ ହେଲେ ଏବେଠୁ ଆଇପିଏଲ୍‌ରେ  ରନ୍‌ ବର୍ଷା କରିବାକୁ ହେବ ।  

ବଟଲରଙ୍କ ପ୍ରିୟ ଗ୍ରାଉଣ୍ଡ: ଦୀର୍ଘ ଦିନ ଧରି  ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବା ପରେ  ବଟଲର ଏଥର ଟାଇଟନ୍ସ ଦଳରେ  ସ୍ଥାନ ପାଇଛନ୍ତି । ମେଗା  ନିଲାମରେ ଟାଇଟନ୍ସ ତାଙ୍କୁ ୧୫.୭୫ କୋଟି ଟଙ୍କାରେ  କିଣିଥିଲା । ଏବେ ଅହମ୍ମଦାବାଦ ତାଙ୍କ ଘରୋଇ  ଗ୍ରାଉଣ୍ଡ । ଏହି ଗ୍ରାଉଣ୍ଡରେ ବଟଲରଙ୍କ ପ୍ରଦର୍ଶନ ବେଶ୍‌ ଉନ୍ନତ । ଏଠାରେ ସେ ୮ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ଏଠାରେ ସେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ବଳରେ ୩୧୭ ରନ ସଂଗ୍ରହ କରିଛନ୍ତି ।

ସମ୍ଭାବ୍ୟ ଦଳ

ଶୁଭମନ ଗିଲ୍‌ (ଅଧିନାୟକ), ଜୋସ୍‌ ବଟଲର,  ବି ସାଇ ସୁଦର୍ଶନ, ସେରଫାନ ରଦରଫୋର୍ଡ/ଗ୍ଲେନ  ଫିଲିପ୍ସ, ୱାସିଂଟନ ସୁନ୍ଦର, ରାହୁଲ ତେୱାତିଆ,  ଶାହରୁଖ ଖାନ, ରସିଦ ଖାନ, ଆର ସାଇ କିଶୋର,  କାଗିସୋ ରାବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.