​​​​​​​ନରବଙ୍ଗପୁର, ୧୨।୪ : ଭିଜିଲାନ୍ସ ଜାଲରେ ଗୁଡାରି ରେଞ୍ଜର । ନବରଙ୍ଗପୁର ସହର ସ୍ଥିତ ନିଜ ବାସଭବନକୁ ବ୍ୟକ୍ତିଗତ ଗାଡ଼ିରେ ଆସୁଥିବା ବେଳେ ଇନ୍ଦ୍ରାବତୀ ବ୍ରିଜ ନିକଟରେ ମାଡି ବସିଲା ଭିଜିଲାନ୍ସ । ରାୟଗଡା ଜିଲ୍ଲା ଗୁଡାରି ରେଞ୍ଜର ସୁକୁମାର ଦୁଖୁ ୨ ଲକ୍ଷ ୩୪ ହଜାର ୮୦୦ ଟଙ୍କା ଧରି ନିଜ ଗାଡ଼ିରେ ନବରଙ୍ଗପୁର ଆସୁଥିଲେ। ନବରଙ୍ଗପୁର ର ଇନ୍ଦ୍ରାବତୀ ବ୍ରିଜ ନିକଟରେ ମାଡି ବସିଲା ଭିଜିଲାନ୍ସ। ସୁକୁମାରଙ୍କୁ ଭିଜିଲାନ୍ସ ଟିମ୍ ସାଙ୍ଗରେ ନେଇ ଗୁଡାରି ସରକାରୀ ବାସଭବନରେ ଅଧିକ ତଦନ୍ତ କରୁଛି। ଅନ୍ୟ ଗୋଟିଏ ଟିମ ନବରଙ୍ଗପୁର ସେନାପତି ସାହି ରେ ଥିବା ବାସଭବନ ରେ ଅଧିକ ତଦନ୍ତ କରୁଛି ।