ଭୁବନେଶ୍ବର, ୮।୬ ରାଜଧାନୀ ଆସିଲେ ରହିବା ପାଇଁ ହଇରାଣ ହେବାକୁ ପଡ଼ିବନି। ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ରାଜଧାନୀରେ ଗେଷ୍ଟ ହାଉସ । ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ୧୦୦ କୋଠରୀର ଭବନ। ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। 

ଅନେକ ଲୋକ ରାଜଧାନୀକୁ ସ୍ବାସ୍ଥ୍ୟ ସେବା ପାଇଁ ଆସନ୍ତି। ଶିକ୍ଷା ତଥା ରାଜ୍ୟ ସରକାରଙ୍କର ଅନ୍ୟାନ୍ୟ ସୁବିଧା ପାଇବା ପାଇବା ପାଇଁ ଏଠିକୁ ଆସନ୍ତି। ଏଠି ରହିବା ପାଇଁ ସେମାନେ ହୋଟେଲ କିମ୍ବା ଅନ୍ୟା ଜାଗାରେ ରହିବା ପାଇଁ ଅନେକ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ଲୋକଙ୍କ ସୁବିଧା ପାଇଁ ଗେଷ୍ଟ ହାଉସ ପ୍ରସ୍ତୁତ ହେବ। ଯାହା ଦ୍ଵାରା ଲୋକ ସୁବିଧାରେ ରହି ନିଜ ଆବଶ୍ୟକୀୟ କାମ କରିପାରିବେ।ପ୍ରତି ଜିଲ୍ଲା ପାଇଁ ୧୦୦ କୋଠାରୀ ବିଶିଷ୍ଟ ଗେଷ୍ଟ ହାଉସ ହେବ। ୩୦ ଜିଲ୍ଲା ପାଇଁ ୩୦୦୦ କୋଠରୀ ହେବ । ପ୍ରତି ଜିଲ୍ଲା ନାଆଁ ରେ ଏହାକୁ ନାମିତ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।