ପ୍ରମୂଖ ଖବର
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||
  • ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଅଲକାଏଦା ସହ ଲିଙ୍କ୍‌, ଶମା ପରବୀନକୁ ଗିରଫ କଲା ଗୁଜରାଟ ଏଟିଏସ୍‌

Published By : Tapas Panda | July 30, 2025 4:30 PM

Image Courtesy: newindianexpress

ନୂଆଦିଲ୍ଲୀ: ଅଲକାଏଦା ସହ ଜଡ଼ିତ ଏକ ଆତଙ୍କବାଦୀ ମ୍ୟଡ୍ୟୁଲର ପର୍ଦ୍ଦାଫାସ କରିଛି ଗୁଜରାଟ ଏଟିଏସ୍‌ । ଶମା ପରବୀନଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଏଟିଏସ୍‌ ଗିରଫ କରିଥିବା ଜଣାପଡ଼ିଛି । ସେମାନେ ସୋସିଆଲ ମିଡିଆରେ ଆତଙ୍କବାଦର ପ୍ରଚାର କରୁଥିଲେ । ଏହା ସହ ଉଗ୍ରବାଦୀ ଚିନ୍ତାଧାରା ଏବଂ  ଗଜବା-ଏ-ହିନ୍ଦର ଷଡ଼ଯନ୍ତ୍ରରେ ସାମିଲ ଥିଲେ ।  ସେମାନଙ୍କଠାରୁ ଷଡ଼ଯନ୍ତ୍ର ସହିତ ଜଡିତ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ୍ ପ୍ରମାଣ ମଧ୍ୟ ଉଦ୍ଧାର କରାଯାଇଛି । ବେଙ୍ଗାଲୁରୁରୁ ATS ଦ୍ୱାରା ଗିରଫ ହୋଇଥିବା ଶମା ପରବୀନଙ୍କୁ ମଡ୍ୟୁଲର ମାଷ୍ଟରମାଇଣ୍ଡ କୁହାଯାଉଛି । ଏଟିଏସ୍‌ ଏହି ମାମଲାର ତଦନ୍ତ ବହୁତ ଦିନ ଧରି କରିଆସୁଛି । 

ଅନେକ ସ୍ଥାନରେ ଚଢାଉ ମଧ୍ୟ କରାଯାଉଛି । ଜୁଲାଇ ୨୩ ରେ, ଅଲକାଏଦା ସହିତ ଜଡିତ ଚାରି ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା।  ସେମାନେ ଶମା ପରବୀନଙ୍କ ନାଁ ନେଇଥିଲେ ।   ଏହା ପରେ ଏଟିଏସ୍‌ ଶମା ପରବୀନଙ୍କୁ ଗିରଫ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା ।  ଶେଷରେ ବେଙ୍ଗାଲୁରୁରୁ ଶମା ପରବୀନଙ୍କୁ ଗିରଫ କରିଛି । ତାଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ମାନଚିତ୍ର, ମୋବାଇଲ୍ ନମ୍ବର, ସ୍ଥାନର ସୂଚନା ପାଇଛି ଏଟିଲସ୍‌ । ସେ ପାକିସ୍ତାନୀ ଲୋକଙ୍କ ସହିତ ସିଧାସଳଖ ସମ୍ପର୍କରେ ଥିଲେ। 

ଗୁଜରାଟ ଏଟିଏସ୍‌ର ସୂଚନା ଅନୁଯାୟୀ, ଶମା ପରବୀନଙ୍କ ବୟସ ୩୦ ବର୍ଷ ଏବଂ ସେ ବେଙ୍ଗାଲୁରୁରେ ରହୁଥିଲେ । ସେ ଗତ କିଛି ମାସ ଧରି ପାକିସ୍ତାନ ସହିତ ଯୋଗାଯୋଗରେ ଥିଲେ। ଅଲ-କାଏଦା ବିଚାରଧାରା ପ୍ରଚାର କରିବା ପାଇଁ ଶମାଙ୍କୁ ଦିଲ୍ଲୀ ଏବଂ ଉତ୍ତର ଭାରତର ଗୋଷ୍ଠୀ ସହିତ ସଂଯୋଗ କରାଯାଉଥିଲା । ଶମା ପରବୀନ ଏହି ସମ୍ପୂର୍ଣ୍ଣ ମଡ୍ୟୁଲର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ଏବଂ କିଛି ଲୋକଙ୍କୁ ପ୍ରବର୍ତ୍ତାଇ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତ କରୁଥିଲେ। ଶମା ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆତଙ୍କବାଦ ଚିନ୍ତାଧାରା ସେୟାର କରୁଥିଲେ । ଯେଉଁଥିରେ ଭିଡିଓ, ଭାଷଣ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପୋଷ୍ଟ ଅନ୍ତର୍ଭୁକ୍ତ ଥିଲା । 

ଗୁଜରାଟ ଏଟିଏସ୍‌ ଶମା ପରବୀନଠାରୁ ପାକିସ୍ତାନ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ମାନଚିତ୍ର, ମୋବାଇଲ ନମ୍ବର, ସ୍ଥାନର ସୂଚନା ପାଇଛି।  ଗିରଫ ହୋଇଥିବା ଏହି ପାଞ୍ଚ ଜଣ ଅଭିଯୁକ୍ତ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପର ସହିତ ଯୋଗାଯୋଗ କରୁଥିଲେ । ସେମାନେ ସଂଗଠିତ ଭାବରେ ଅନଲାଇନ୍ ଆତଙ୍କୀ ମଡ୍ୟୁଲ୍ ଚଳାଉଥିଲେ । ଏହି ମାମଲାରେ ସେମାନଙ୍କର ହ୍ୟାଣ୍ଡଲରମାନେ ପାକିସ୍ତାନରେ ଥିବା ନେଇ ମଧ୍ୟ ସୂଚନା ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.