ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

IPL 2025: ବଟଲରଙ୍କ ଧୂଆଁଧାର ବ୍ୟାଟିଂ, ଆରସିବିକୁ ୮ ଓ୍ବିକେଟରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ

Published By : Tapas Panda | April 2, 2025 11:08 PM

Image Courtesy: espncricinfo

ବେଙ୍ଗାଲୁରୁ: ଗୁଜୁରାଟ ଟାଇଟନ୍ସ (ଜିଟି) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୮ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଜସ୍ ବଟଲର୍ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୩୯ ବଲରେ ଅପରାଜିତ ୭୩ ରନ୍ କରିଥିଲେ। ବଟଲରଙ୍କ ଇନିଂସରେ ୬ଟି ଛକା ଏବଂ ୫ଟି ଚୌକା ସାମିଲ ଥିଲା। ରଦରଫୋର୍ଡ ଅପରାଜିତ ୩୦ ରନ କରିଥିଲେ। ସାଇ ସୁଦର୍ଶନ ୪୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଆରସିବି ଗୁଜରାଟକୁ ୧୭୦ ରନର ଟାର୍ଗେଟ ଦେଇଥିଲା। ଜବାବରେ ଗୁଜରାଟ ୧୭.୫ ଓଭରରେ ମ୍ୟାଚ୍ ଜିତି ନେଇଥିଲା।

ଆରସିବି ବିପକ୍ଷ ମ୍ୟାଚ୍‌ରେ ୧୭୦ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ବେଳେ, ଗୁଜରାଟ ଟାଇଟନ୍ସ ଦଳୀୟ ସ୍କୋର ୩୨ ରନ୍‌ରେ ଶୁଭମନ ଗିଲ୍‌ ମାତ୍ର ୧୪ ରନ୍‌ କରି ଆଉଟ୍ ହୋଇଥିଲେ।  ପରେ ସାଇ ସୁଦର୍ଶନଙ୍କୁ ଜସ୍ ବଟଲରଙ୍କ ସମର୍ଥନ ମିଳିଥିଲା ଏବଂ ସେମାନେ ମିଶି ପ୍ରଥମ ୬  ଓଭରରେ ଦଳର ସ୍କୋରକୁ ୪୨ ରନରେ ପହଞ୍ଚାଇଥିଲେ।  ଏହା ପରେ ଦ୍ବିତୀୟ ୱିକେଟ ପାଇଁ ଉଭୟଙ୍କ ମଧ୍ୟରେ ୪୭ ବଲରେ ୭୫ ରନର ଭାଗୀଦାରି ଦେଖିବାକୁ ମିଳିଥିଲା। ସାଇ ସୁଦର୍ଶନ ୩୬ ବଲ୍‌ରେ ୪୯ ରନ୍ କରି ଆଉଟ୍ ହୋଇଥିଲେ । ବଟଲର୍ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ ଏବଂ ଦଳକୁ ବିଜୟୀ କରାଇଥିଲେ।

ଏହି ମ୍ୟାଚ୍‌ରେ, ଗୁଜରାଟ ଟାଇଟନ୍ସ ଦଳର ବୋଲରମାନେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ୮ ୱିକେଟ୍ ନେବାରେ ସଫଳ ହୋଇଥିଲେ। ପାୱାରପ୍ଲେରେ ହିଁ RCB ତିନୋଟି ୱିକେଟ ହରାଇଥିଲା । ଏହା ପରେ ଲିଆମ୍ ଲିଭିଂଷ୍ଟୋନ୍‌  ୫୪ ରନ କରିଥିଲେ । ଫଳରେ ଆରସିବିର ସ୍କୋର ୧୬୯ରେ ପହଞ୍ଚି ପାରିଥିଲା । ଜିତେଶ ଶର୍ମା ୩୩  ଏବଂ ଟିମ୍ ଡେଭିଡ୍ ୩୨ ରନ କରିଥିଲେ। ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ ତିନୋଟି ୱିକେଟ୍ ନେଇଥିବା ବେଳେ ସାଇ କିଶୋର ଦୁଇଟି ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଅର୍ଶଦ ଖାନ, ପ୍ରସିଦ୍ଧ କୃଷ୍ଣ ଏବଂ ଇଶାନ୍ତ ଶର୍ମା ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.