ଗୁଜୁରାଟରେ ନିର୍ଭୟା କାହାଣୀ…
ସୀମା ଟପିଛି ବର୍ବରତା…
୬ବର୍ଷର ଝିଅକୁ ଦୁଷ୍କର୍ମ କଲା ୩ ଝିଅର ବାପା…
ଜୀବନ-ମୃତ୍ୟୁ ସହ ଲଢୁଛନ୍ତି ନାବାଳିକା…
ନୂଆଦିଲ୍ଲୀ : ଗୁଜରାଟରେ ଏବେ ଦିଲ୍ଲୀର ନିର୍ଭୟା ଭଳି କାହାଣୀ । ଜଣେ ୬ ବର୍ଷର ଝିଅ ସହିତ ନିର୍ଭୟା ଭଳି ହୋଇଛି ବ୍ୟବହାର । ଦୁଷ୍କର୍ମକାରୀ ଆଚରଣର ସମସ୍ତ ସୀମା ପାର୍ କରିସାରିଛି । ଏହି ଲଜ୍ଜାଜନକ ଘଟଣା ଘଟିଛି ରାଜକୋଟର ଆଠକୋଟ ଗାଁରେ। ରିପୋର୍ଟ ଅନୁଯାୟୀ,ଜଣେ ଶ୍ରମିକଙ୍କ ୬ ବର୍ଷର ଝିଅ କ୍ଷେତରେ ଖେଳୁଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଛି। ଅଭିଯୁକ୍ତ ତାଙ୍କୁ ଏକ ନିର୍ଜନ ଅଞ୍ଚଳକୁ ନେଇ ଏହି ଘୃଣ୍ୟ କାର୍ଯ୍ୟ କରିଛି।
ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ଝିଅଟିର ଗଳା କାଟିବାକୁ ଚେଷ୍ଟା କରିଥିଲା ଏବଂ ତାକୁ ଦୁଷ୍କର୍ମ କରିଥିଲା। ଆଉ ଯେତେବେଳେ ସେ ଚିତ୍କାର କଲା, ଅଭିଯୁକ୍ତ କ୍ରୋଧିତ ହୋଇ ତାଙ୍କ ଗୁପ୍ତାଙ୍ଗରେ ଏକ ରଡ୍ ଭଳି ଅସ୍ତ୍ର ଭର୍ତି କରିଥିଲା। ଆକ୍ରମଣରେ ଝିଅଟି ଗୁରୁତର ଆହତ ହୋଇଛି। ଅଭିଯୁକ୍ତ ତାକୁ ଅଚେତ ଅବସ୍ଥାରେ ଛାଡି ପଳାଇ ଯାଇଛି।
ଡାକ୍ତରଖାନାରେ ଝିଅଟିର ଚିକିତ୍ସା ଜାରି ରହିଛି…
ପରିବାର ଲୋକ ତାଙ୍କ ଝିଅକୁ ଖୋଜିବା ସମୟରେ, ସେମାନେ ତାଙ୍କୁ ନିକଟରେ ଏକ ବୁଦାମୂଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପରିବାର ଲୋକ ତାଙ୍କ ଅବସ୍ଥା ଦେଖି ଭାଙ୍ଗି ପଡ଼ିଥିଲେ ଆଉ ଝିଅଟିକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଦେଖି ଡାକ୍ତରମାନେ ତାଙ୍କୁ ରାଜକୋଟର ସରକାରୀ ଶିଶୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ସେଠାରେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।
ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ରାଜକୋଟ ପୋଲିସ ସ୍ୱତନ୍ତ୍ର ଦଳ ଗଠନ କରିଛି । ତଦନ୍ତ ସମୟରେ ପ୍ରାୟ ୧୦୦ ଜଣଙ୍କୁ ପଚରାଉଚରା କରାଯାଇଛି । ପୋଲିସ ନିକଟବର୍ତ୍ତୀ ଗ୍ରାମ ଗୁଡିକର ସିସି ଟିଭି ଫୁଟେଜ୍ ଯାଞ୍ଚ କରିଛି ଏବଂ ମୋବାଇଲ୍ ଡାଟା ଯାଞ୍ଚ କରିଛି। ଏକ ଦୀର୍ଘ ଏବଂ ସମ୍ପୂର୍ଣ୍ଣ ସନ୍ଧାନ ପରେ, ପୋଲିସ ଶେଷରେ ମଧ୍ୟପ୍ରଦେଶର ଆଲିରାଜପୁରରୁ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ମଧ୍ୟ ନିଜ ଅପରାଧ ସ୍ବିକାର କରିଛି । ଅଭିଯୁକ୍ତର ମଧ୍ୟ ୩ ଝିଅ ଥିବା ଜଣାପଡିଛି ।