ନୂଆଦିଲ୍ଲୀ, ୧୩/୦୪ : ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ତୀର୍ଥଯାତ୍ରୀଙ୍କୁ ଦଳିଦେଲା ବେକାବୁ ଟ୍ରକ୍। ୭ ମୃତ। ରବିବାର ବିଳମ୍ଵିତ ତାରି ପ୍ରାୟ ସାଢେ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍ ଡ୍ରାଇଭର୍ ଗାଡି ଛାଡ଼ି ଫେରାର୍ ହୋଇଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତାହତଙ୍କ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। 

ସୂଚନାନୁଯାୟୀ, ତୀର୍ଥଯାତ୍ରୀଙ୍କ ଏକ ଗ୍ରୁପ୍ ରାଜକୋଟରୁ ବହୁଚରାଜି ଆଡ଼କୁ ପଦଯାତ୍ରାରେ ଯାଉଥିଲେ। ରବିବାର ରାତି ପ୍ରାୟ ସାଢେ ୧ଟା ବେଳେ ଲକତର-ବିରାମଗାମ ଜାତୀୟ ରାଜପଥରେ ସେମାନଙ୍କୁ ଉପରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଆଉ ଜଣେ ଆଖି ବୁଜି ଥିଲେ। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ଜଣେ ଡମ୍ଫର ଚାଳକ ଅଛନ୍ତି। ଆହାତଙ୍କ ସଂଖ୍ୟା ଖବର ଲେଖା ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ତଦନ୍ତ ଆରମ୍ଭ କରିଛି। ଟ୍ରକ୍ ଡ୍ରାଇଭର୍ ଦୁର୍ଘଟଣା ଘଟାଇ ଫେରାର୍ ହୋଇଯାଇଛି। 

ଏହି ଖବରଟିକୁ ପଢନ୍ତୁ- ଚିନ୍ତା ବଢ଼ାଇଲା ହୋର୍ମୁଜ, ତୈଳ ରିଫାଇନାରି ଛାନିଆ, ଯେଉଁଠୁ ମିଳୁଛି କିଣି ନେଉଛନ୍ତି ତେଲ