ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ କରିବେ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ହାରିବାକୁ ଥିବା ମ୍ୟାଚ୍‌ ଜିିତିଲା ପଞ୍ଜାବ; ଗୁଜରାଟକୁ ୧୧ ରନରେ କଲା ପରାସ୍ତ

Published By : Soubhagya Ranjan | March 25, 2025 11:51 PM

Image source: ABP Live

ଅହମଦାବାଦ,୨୫/୦୮: ଆଇପିଏଲ୍‌ ୨୦୨୫ର ୫ମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଏକ ରୋମାଞ୍ଚଚର ବିଜୟ ହାସଲ କରିଛି । ଗୁଜରାଟ ଟାଇଟନ୍ସକୁ ୧୧ ରନରେ ପରାସ୍ତ କରି ବିଜୟ ସହ ଟୁର୍ଣ୍ଣାମେଣ୍ଟର ଯାତ୍ରା ଆରମ୍ଭ କରିଛି ପଞ୍ଜାବ କିଙ୍ଗ୍ସ । ୨୪୪ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୩୨ ରନ୍‌ରେ ଅଟକିଥିଲା।

ପଞ୍ଜାବ ପକ୍ଷରୁ ଦିଆଯାଇ‌ଥିବା ଲକ୍ଷ୍ୟକୁ ପିଛା କରିଥିବା ଗୁଜରାଟ ଟାଇଟନ୍ସ ଭଲ ଆରମ୍ଭ କରିଥିଲା । ଦୁଇ ଓପନରଙ୍କ ମଧ୍ୟରେ ୬୧ ରନ୍‌ର ପାର୍ଟନରଶିପ ହୋଇଥିଲା । ଶୁଭମନ ଗିଲ୍ ୩୩ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ସାଇ ସୁଦର୍ଶନ ଓ ଜୋସ୍‌ ବଟଲରଙ୍କ ମଧ୍ୟରେ ୮୪ ରନ୍ ଭାଗୀଦାରି ହୋଇଥିଲା । ସାଇ ସୁଦର୍ଶନ ୭୪, ଜୋସ୍‌ ବଟଲର୍ ୫୪ ଓ ରଦରଫୋର୍ଡ ୪୬ ରନ୍‌ କରି ଆଉଟ୍ ହୋଇଥିଲେ । ଭଲ ଆରମ୍ଭ ମିଳିବା ସତ୍ତ୍ୱେ ଗୁଜରାଟ ବିଜୟ ଲକ୍ଷ୍ୟ ହାସଲ କରିପାରିଲା ନାହିଁ । ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ସର୍ବାଧିକ ଦୁଇଟି ୱିକେଟ୍ ନେଇଥିଲେ ।

ସେପଟେ ପ୍ରଥମେ ଅଧିନାୟକ ଶ୍ରେୟାସ ଆୟର ଓ ଶଶାଙ୍କ ସିଂଙ୍କ ଧୂଆଁଧାର ବ୍ୟାଟିଂ ବଳରେ ପଞ୍ଜାବ ୨୦ ଓଭରରେ ୫ ୱିକେଟ୍ ହରାଇ ୨୪3 ରନ୍  କରିଥିଲା । ପ୍ରଭସିମରନ୍ ୫ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ପ୍ରିୟାଂଶ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗୀଦାରି ହୋଇଥିଲା । ଶେଷରେ ଶଶାଙ୍କ ସିଂହ ବିସ୍ଫୋରକ ବ୍ୟାଟିଂ କରିଥିଲେ । ପଞ୍ଜାବ କିଙ୍ଗ୍ସ ପାଇଁ ପ୍ରିୟାଂଶ ଆର୍ୟା ୪୭, ଶ୍ରେୟସ ଆୟର ଅପରାଜିତ ୯୭ ଓ ଶଶାଙ୍କ ସିଂହ ୪୪ ରନ୍ କରି ଅପରାଜିତ ରହିଥିଲେ । ଗୁଜରାଟ ଟାଇଟନ୍ସ ପାଇଁ ସାଇ କିଶୋର ସର୍ବାଧିକ ୩ ୱିକେଟ୍ ନେଇଥିଲେ । ରାବାଡା ଓ ରାଶିଦ ଖାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.