ନୂଆଦିଲ୍ଲୀ,୨୮/୧୧: ସିଙ୍ଗାପୁରରେ ଚାଲିଥିବା ବିଶ୍ୱ ଚେସ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତର ଡି. ଗୁକେଶ ପ୍ରଥମ ବିଜୟ ହାସଲ କରିଛନ୍ତି । ପ୍ରଥମ ରାଉଣ୍ଡ୍‌ରେ ସେ ପରାଜିତ  ହୋଇଥିଲେ । ଗୁକେଶ  ତୃତୀୟ ରାଉଣ୍ଡ୍‌ରେ ଚମତ୍କାର  ପ୍ରତ୍ୟାବର୍ତ୍ତନ କରିଥିଲେ । ଧଳା ଗୋଟିରେ  ଖେଳି ଗୁକେଶ ଆରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିଥିଲେ । ପ୍ରତି ଗୋଟି ଚାଳନାରେ ସେ ଡିଫେଣ୍ଡିଂ ଚାମ୍ପିଅନ୍‌ ଚୀନ୍‌ର ଡିଙ୍ଗ ଲିରେନଙ୍କୁ ଚିନ୍ତାରେ ପକାଇ  ଦେଉଥିଲେ । ୩୭ତମ ଗୋଟି ଚାଳନା ବେଳକୁ  ଲିରେନଙ୍କ ନିକଟରେ ଯଥେଷ୍ଟ ସମୟ ନଥିଲା ।  ଶେଷରେ ସମୟ ଶେଷ ହୋଇଥିଲା ଓ ଗୁକେଶ  ବିଜୟୀ ହୋଇଥିଲେ । 

ଏହା ପୂର୍ବରୁ ଗୁକେଶ ପ୍ରଥମ ରାଉଣ୍ଡ୍‌ରେ ପରାଜିତ  ହୋଇଥିବାବେଳେ ଦ୍ୱିତୀୟ  ରାଉଣ୍ଡ ଡ୍ର’ ରଖିଥିଲେ । ତୃତୀୟ  ରାଉଣ୍ଡ ବେଳକୁ ତାଙ୍କୁ ଗୁକେଶ  ଲୟକୁ ଫେରିଛନ୍ତି । ଫାଇନାଲ୍‌  ମୁକାବିଲା ୧୪ ରାଉଣ୍ଡ ବିଶିଷ୍ଟ  ରହିବ । ଯେଉଁ ପ୍ରତିଯୋଗୀ ପ୍ରଥମେ ୭.୫ ପଏଣ୍ଟ  ହାସଲ କରିବେ, ସେ ବିଜେତା ଘୋଷିତ ହେବେ ।  ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ଉଭୟ ୧.୫ ପଏଣ୍ଟ  ଲେଖାଏଁ ଅର୍ଜନ କରିଛନ୍ତି । ସୂଚନାଯୋଗ୍ୟ, ଡିଙ୍ଗ୍‌  ଗତ ବର୍ଷ ରୁଷିଆର ଇଆନ୍‌ ନେପମନିଆଚିଙ୍କୁ ହରାଇ  ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲେ ।