ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିଶ୍ୱ ଚେସ ଚାମ୍ପିଅନ୍‌ସିପ୍: ପ୍ରଥମ ମ୍ୟାଚ୍‌ ଜିତିଲେ ଗୁକେଶ, ଡିଫେଣ୍ଡିଂ ଚାମ୍ପିଅନ୍‌ ଚୀନ୍‌ର ଡିଙ୍ଗ ଲିରେନଙ୍କୁ ହରାଇଲେ

Published By : Prameya | November 28, 2024 9:03 AM

ନୂଆଦିଲ୍ଲୀ,୨୮/୧୧: ସିଙ୍ଗାପୁରରେ ଚାଲିଥିବା ବିଶ୍ୱ ଚେସ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତର ଡି. ଗୁକେଶ ପ୍ରଥମ ବିଜୟ ହାସଲ କରିଛନ୍ତି । ପ୍ରଥମ ରାଉଣ୍ଡ୍‌ରେ ସେ ପରାଜିତ  ହୋଇଥିଲେ । ଗୁକେଶ  ତୃତୀୟ ରାଉଣ୍ଡ୍‌ରେ ଚମତ୍କାର  ପ୍ରତ୍ୟାବର୍ତ୍ତନ କରିଥିଲେ । ଧଳା ଗୋଟିରେ  ଖେଳି ଗୁକେଶ ଆରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିଥିଲେ । ପ୍ରତି ଗୋଟି ଚାଳନାରେ ସେ ଡିଫେଣ୍ଡିଂ ଚାମ୍ପିଅନ୍‌ ଚୀନ୍‌ର ଡିଙ୍ଗ ଲିରେନଙ୍କୁ ଚିନ୍ତାରେ ପକାଇ  ଦେଉଥିଲେ । ୩୭ତମ ଗୋଟି ଚାଳନା ବେଳକୁ  ଲିରେନଙ୍କ ନିକଟରେ ଯଥେଷ୍ଟ ସମୟ ନଥିଲା ।  ଶେଷରେ ସମୟ ଶେଷ ହୋଇଥିଲା ଓ ଗୁକେଶ  ବିଜୟୀ ହୋଇଥିଲେ । 

ଏହା ପୂର୍ବରୁ ଗୁକେଶ ପ୍ରଥମ ରାଉଣ୍ଡ୍‌ରେ ପରାଜିତ  ହୋଇଥିବାବେଳେ ଦ୍ୱିତୀୟ  ରାଉଣ୍ଡ ଡ୍ର’ ରଖିଥିଲେ । ତୃତୀୟ  ରାଉଣ୍ଡ ବେଳକୁ ତାଙ୍କୁ ଗୁକେଶ  ଲୟକୁ ଫେରିଛନ୍ତି । ଫାଇନାଲ୍‌  ମୁକାବିଲା ୧୪ ରାଉଣ୍ଡ ବିଶିଷ୍ଟ  ରହିବ । ଯେଉଁ ପ୍ରତିଯୋଗୀ ପ୍ରଥମେ ୭.୫ ପଏଣ୍ଟ  ହାସଲ କରିବେ, ସେ ବିଜେତା ଘୋଷିତ ହେବେ ।  ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ଉଭୟ ୧.୫ ପଏଣ୍ଟ  ଲେଖାଏଁ ଅର୍ଜନ କରିଛନ୍ତି । ସୂଚନାଯୋଗ୍ୟ, ଡିଙ୍ଗ୍‌  ଗତ ବର୍ଷ ରୁଷିଆର ଇଆନ୍‌ ନେପମନିଆଚିଙ୍କୁ ହରାଇ  ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.