ନୂଆଦିଲ୍ଲୀ,୮।୧୧:  ଦେଶରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ଆଉ ଏଥିରେ ଶହ ଶହ ଲୋକଙ୍କର ଜୀବନ ଯାଉଛି। ଏହାକୁ ରୋକିବା ପାଇଁ  ଗୁଗୁଲ୍ ମ୍ୟାପ୍ସ ଏବଂ ଗୁରଗାଓଁ ପୋଲିସ ମିଳିତ ଭାବରେ ଏକ ରିଅଲ୍-ଟାଇମ୍ ଟ୍ରାଫିକ୍ ଆଲର୍ଟ ସିଷ୍ଟମ୍ ଆରମ୍ଭ କରିଛନ୍ତି, ଯାହା ଡ୍ରାଇଭରଙ୍କୁ ଦୁର୍ଘଟଣା କିମ୍ବା ବିପଦପୂର୍ଣ୍ଣ ଅଞ୍ଚଳ ନିକଟକୁ ଆସୁଥିବା ସମୟରେ ପୂର୍ବରୁ ସତର୍କ କରାଇବ।ଏହି ନୂତନ ଡିଜିଟାଲ୍ ନାଭିଗେସନ୍ ସିଷ୍ଟମ୍ ବର୍ତ୍ତମାନ ୧୨୯ କିଲୋମିଟର ପ୍ରମୁଖ ରାସ୍ତାରେ କାର୍ଯ୍ୟକାରୀ କରାଯାଇଛି। ଦୁର୍ଘଟଣା ପ୍ରବଣ ଅଞ୍ଚଳ ନିକଟରେ ଥିବା ସମୟରେ ଏହି ସିଷ୍ଟମ୍ ଡ୍ରାଇଭରମାନଙ୍କୁ ସତର୍କ କରିବ। ଏହା ବ୍ୟତୀତ, ଏହା ସ୍କ୍ରିନରେ ଗତି ସୀମା ମଧ୍ୟ ପ୍ରଦର୍ଶନ କରିବ ଯାହା ଦ୍ୱାରା ଲୋକମାନେ ନିର୍ଦ୍ଧାରିତ ସୀମା ମଧ୍ୟରେ ଗାଡ଼ି ଚଲାଇପାରିବେ।

ଗୁରଗାଓଁ ଟ୍ରାଫିକ୍ ପୁଲିସ ଡିସିପି ରାଜେଶ ମୋହନ କହିଛନ୍ତି ଯେ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ଟ୍ରାଫିକ୍ ନିୟମ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା। ବ୍ୟସ୍ତ ରାସ୍ତାରେ ଡ୍ରାଇଭରମାନେ ଅଧିକ ଗତିରେ ଗାଡ଼ି ଚଲାଉଥିବାରୁ ପ୍ରାୟତଃ ଦୁର୍ଘଟଣା ଘଟେ। କମ୍ ଗତିରେ ଦୁର୍ଘଟଣାକୁ ଏଡ଼ାଇ ଦେଲେ ବଞ୍ଚିବାର ସମ୍ଭାବନା ଅଧିକ ଥାଏ।’

ପୁଲିସ କହିଛି,ଏହି ଡିଜିଟାଲ୍ ସିଷ୍ଟମ୍ ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ୨୦୦ ରୁ ଅଧିକ ରାସ୍ତା ଏବଂ ପ୍ରମୁଖ ଜଙ୍କସନରେ କାର୍ଯ୍ୟକାରୀ କରାଯିବ, ଯାହା ଦ୍ୱାରା ସମଗ୍ର ସହର ଏହି ହାଇ-ଟେକ୍ ଆଲର୍ଟ ନେଟୱାର୍କର ପରିସରକୁ ଆସିବ।ଗୁରଗାଓଁ ପୁଲିସ ସେହି ରାସ୍ତାଗୁଡ଼ିକୁ ଚିହ୍ନଟ କରିଛି ଯେଉଁଠାରେ ସର୍ବାଧିକ ଦୁର୍ଘଟଣା ଘଟେ। ଏହି ସ୍ଥାନଗୁଡ଼ିକରେ ଗୁଗୁଲ ମ୍ୟାପ୍‌ରେ ଭର୍ଚୁଆଲ୍ ଓ୍ବାର୍ଣ୍ଣିଂ ମାର୍କର ଏବେ ଦୃଶ୍ୟମାନ ହେବ, ଯାହା ଦ୍ୱାରା ଡ୍ରାଇଭରମାନେ ପୂର୍ବରୁ ସତର୍କ ରହିପାରିବେ। ପୁ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଏହି ବିପଦପୂର୍ଣ୍ଣ ରାସ୍ତାଗୁଡ଼ିକ ହେଉଛି - NH-48 (ଦିଲ୍ଲୀ-ଜୟପୁର ହାଇୱେ,) ଦ୍ୱାରକା ଏକ୍ସପ୍ରେସୱେ, ସୋହନା ରୋଡ୍ ଏବଂ ଗଲ୍ଫ କୋର୍ସ ଏକ୍ସଟେନ୍ସନ୍ ରୋଡ୍। ଏହି ଅଞ୍ଚଳ ଗୁଡିକୁ ଆଗାମୀ ସପ୍ତାନରେ ’ଆକ୍ସିଡେଣ୍ଟ ଆର୍ଲଟ ଜୋନ୍’ ଆକ୍ଟିଭ ହୋଇଯିବ।