ନୂଆଦିଲ୍ଲୀ, ୧୭/୧୨ : ଗୁରୁଗ୍ରାମ ଟ୍ରାଫିକ୍ ପୋଲିସ ପ୍ରସିଦ୍ଧ ରାପର ବାଦଶାହଙ୍କ ଚାଲାଣ କାଟିଛି ।  ବାଦଶାହଙ୍କ ଉପରେ ରାସ୍ତା‌ରେ ଭୁଲ ଭାବେ ଗାଡ଼ି ଚଳାଇବା, ଉଚ୍ଚ ଶଦ୍ଦରେ ଗୀତ ବଜାଇବା ଏବଂ ବେପରୁଆ ଭାବେ ଗାଡ଼ି ଚଳାଇବା ଅଭିଯୋଗ ଲାଗିଛି । ଟ୍ରାଫିକ ପୋଲିସ ବାଦଶାହଙ୍କ ଉପରେ ପ୍ରାୟ ୧୫,୦୦୦ଟଙ୍କାର ଚାଲାଣ କାଟିଛି । ପୋଲିସ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ଘଟଣା ଗତ ୧୫ଡିସେମ୍ବରରେ ଅଟେ । ଯେତେବେଳେ ରାପର ବାଦଶାହ ପଞ୍ଜାବୀ ଗାୟକ କରଣ ଓଜଲାଙ୍କ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ସ୍ପେଶାଲ ଆପିୟରାନ୍ସ ଲାଗି ସୋହାନା ରାସ୍ତାରେ ଆସୁଥିଲେ । 

ଅଧିକାରୀଙ୍କ ସୂଚନା ଅନୁସାରେ ରାପର ବାଦଶାହ ଯେଉଁ ମହିନ୍ଦ୍ରା ଥରରେ ଥିଲେ ତାହା ପାନିପଥରେ ରହୁଥିବା ଦୀପେନ୍ଦ୍ର ମଲ୍ଲିକଙ୍କ ନାଁରେ ରେଜିଷ୍ଟେଡ ଅଛି । ଲମ୍ବା ଟ୍ରାଫିକ୍ କାରଣରୁ ବାଦଶାହଙ୍କ କାରକେଡ ଭୁଲ୍ ବାଟେ ଚାଲି ଯାଇଥିଲା । ଏହା ଉପରେ କେତେକଙ୍କ ଧ୍ୟାନ ଆକର୍ଷଣ ହେବାରୁ ସେମାନେ ଏହାର ଭିଡ଼ିଓ ରେକର୍ଡିଂ କରିଥିଲେ । ପରେ ଏହି ଭିଡିଓ ଭାଇରାଲ ହେବାରୁ ଟ୍ରାଫିକ ପୋଲିସ ଏହା ଉପରେ ଧ୍ୟାନ ଦେଇଥିଲା । ଏହାପରେ ଟ୍ରାଫିକ ପୋଲିସ ତରଫରୁ ରାପର ବାଦଶାହଙ୍କୁ ୧୫,୦୦୦ଟଙ୍କାର ଚାଲାଣ ଜାରି କରାଯାଇଛି ।