ନୂଆଦିଲ୍ଲୀ : ଭିଡିଓ କଲରେ ବେଶ ଖୁସିରେ କଥା ହେଉଥିଲେ ସ୍ତ୍ରୀ । ହଠାତ ପଶି ଆସିଲେ ସ୍ବାମୀ । ଦେଖିବା ପରେ ଫୋନକୁ କାଟିଦେଲେ । ଏହି ଘଟଣାରୁ ଆରମ୍ଭ ହେଲା ଝଗଡ଼ା । ଆଉ ଅକାଳରେ ଚାଲିଗଲା ୨ ଜୀବନ । ଗୁରୁଗ୍ରାମରୁ ଆସିଛି ଏଭଳି ଅଭାବନୀୟ ଖବର । ମୃତକ ହେଲେ ଦୀପକ ଏବଂ ତାଙ୍କ ପତ୍ନୀ ସୋନମ । ପୁଲିସ ସେମାନଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ତଦନ୍ତ ଜୋରଦାର କରିଛି ।
ମିଳିଥିବା ଖବର ଅନୁସାରେ ଦୀପକ ନିଜ କାମରେ ବାହାରକୁ ଯାଇଥିଲେ । ଘରକୁ ଫେରିବା ବେଳେ ସୋନମ ରୋଷେଇ ଘରେ ଭିଡିଓ କଲରେ କଥା ହେଉଥିଲେ । ସେ ବେଶ ଖୁସିର ସହ କଥା ହେଉଥିଲେ । ମାତ୍ର ଦୀପକଙ୍କୁ ଦେଖିବା ପରେ ହଠାତ ଫୋନକୁ କାଟି ଦେଇଥିଲେ । ଯାହାକୁ ନେଇ ଦୀପକ ସନ୍ଦେହ କରିଥିଲେ । ଆଉ ମୋବାଇଲ ମାଗିଥିଲେ । ମାତ୍ର ସେ ଦେଇନଥିଲେ । ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା । ପୂର୍ବରୁ ମଧ୍ୟ ସ୍ତ୍ରୀଙ୍କୁ ସନ୍ଦେହ କରୁଥିବା ଦୀପକ ଶେଷରେ ନେଇଥିଲେ ଚରମ ନିଷ୍ପତ୍ତି । ସୋନମ ପକାଇଥିବା ଓନିରେ ଗଳାକୁ ଚାପି ହତ୍ୟା କରିଥିଲେ ଦୀପକ । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିନେ ମଧ୍ୟ ଆତ୍ମହତ୍ୟା କରିଥିଲେ ।
ସବୁଠାରୁ ବଡ଼ କଥା ହେଉଛି କି, ଘରେ ତାଙ୍କର ଛୋଟ ପୁଅ ରହିଥିଲା । ଏ ସମ୍ପର୍କରେ ପୁଅକୁ ପଚରାଯାଇଥିବାବେଳେ ସେ କହିଥିଲେ କି, ବାପା ମାମାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ବାପା ମୋତେ ଟିଭ ଦେଖିବା ପାଇଁ ପଠାଇ ଦେଇଥିଲେ । ସେପଟେ ସୋନମଙ୍କ ସାନ ଉଭଣୀ ଫୋନ କରିଥିଲେ । ଫୋନ ନଉଠାଇବା ପରେ ସେ ଘରକୁ ଆସି ପ୍ରଥମେ ସେମାନଙ୍କ ମୃତଦେହକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ସେ ପୁଲିସକୁ ଖବର ଦେଇଥିଲେ । ପୁଲିସ ସୂତ୍ରରୁ ଖବର ମିଳିଛି କି, ଏକ ଅଜଣା ନମ୍ବରରେ ସୋମନ ବାରମ୍ବାର କଥା ହେଉଥିବାବେଳେ ଭିଡିଓ କଲରେ ମଧ୍ୟ କଥା ହେଉଥିଲେ । ଯେଉଁ କାରଣରୁ ଏଭଳି ପାରିବାରିକ କଳହ ଘଟିଛି ।
ଏହାସହ ପଢ଼ନ୍ତୁ : ଟି-୨୦ ବିଶ୍ବକପରେ ଡ୍ରଗ୍ସ ନେଇ ଖେଳୁଥିଲେ ଏହି ପାକିସ୍ତାନୀ କ୍ରିକେଟର, ତଦନ୍ତ ଆରମ୍ଭ କଲା PCB