ପ୍ରମୂଖ ଖବର

ଗୌହାଟୀ-ଚେନ୍ନାଇ ଇଣ୍ଡିଗୋ ବିମାନ ବେଙ୍ଗାଲୁରୁକୁ ହେଲା ଡାଇଭର୍ଟ; ଅପର୍ଯ୍ୟାପ୍ତ ଇନ୍ଧନ ଯୋଗୁଁ କଲା ଜରୁରୀ ଅବତରଣ

Published By : Bijay Swain | June 19, 2025 11:26 PM

Image courtesy: indiatoday

ବେଙ୍ଗାଲୁରୁ: ଗୌହାଟୀରୁ ଚେନ୍ନାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋର ଏକ ବିମାନ (ଫ୍ଲାଇଟ୍ ନମ୍ବର 6E6764) ବୁଧବାର ସନ୍ଧ୍ୟାରେ ଅପର୍ଯ୍ୟାପ୍ତ ଇନ୍ଧନ ଯୋଗୁଁ ବେଙ୍ଗାଲୁରୁସ୍ଥିତ କେମ୍ପେଗୌଡା ଆନ୍ତର୍ଜାତୀୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିଲା। ଫ୍ଲାଇଟ୍ ଡାଟା ଅନୁଯାୟୀ, ଏହି ବିମାନ ସନ୍ଧ୍ୟା ୭ଟା ୪୫ରେ ଚେନ୍ନାଇରେ ଅବତରଣ କରିବାର ଥିଲା। କିନ୍ତୁ ଚେନ୍ନାଇ ଏୟାରସ୍ପେସରେ ପହଞ୍ଚିବା ପରେ ଇନ୍ଧନର ଅଭାବ ଯୋଗୁଁ ଏହାକୁ ବେଙ୍ଗାଲୁରୁକୁ ପଠାଯାଇଥିଲା। 

ଇଣ୍ଡିଗୋ ଏ ନେଇ କୌଣସି ଆନୁଷ୍ଠାନିକ ବିବୃତ୍ତି ଜାରି କରିନାହିଁ। ଏହା ପୂର୍ବରୁ ମଧ୍ୟ ଗୁରୁବାର ସକାଳେ ଦିଲ୍ଲୀରୁ ଲେହ ଅଭିମୁଖେ ଯାଉଥିବା ଇଣ୍ଡିଗୋର ଅନ୍ୟ ଏକ ବିମାନ (6E 2006) ଟେକ୍ନିକାଲ ସମସ୍ୟା ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଫେରିଥିଲା। 

ଏହି ଘଟଣା ବିମାନ ଚଳାଚଳରେ ସୁରକ୍ଷା ଏବଂ ଇନ୍ଧନ ପରିଚାଳନା ନେଇ ପ୍ରଶ୍ନ ଉଠାଇଛି। ତେବେ ବିମାନରେ ଥିବା ଯାତ୍ରୀମାନେ ନିରାପଦ ଥିବା ନେଇ ସୂଚନା ମିଳିଛି। ତେବେ ଇଣ୍ଡିଗୋର ଏହି ଡାଇଭର୍ସନ ଯୋଗୁଁ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.