ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

Pakistan: ଗୁଳିମାଡ଼ରେ ଆତଙ୍କବାଦୀ ହାଫିଜ୍ ସଇଦ ଆହତ, ରାୱଲପିଣ୍ଡି ସେନା ହସ୍ପିଟାଲରେ ଭର୍ତ୍ତି

Published By : Tapas Panda | March 16, 2025 6:21 PM

ନୂଆଦିଲ୍ଲୀ: ପାକିସ୍ତାନର ଝେଲମରେ ହୋଇଥିବା ଗୁଳିମାଡ଼ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ ଆହତ ହୋଇଛି । ତାକୁ ରାୱଲପିଣ୍ଡିର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଇଦ ପାକିସ୍ତାନ ସେନାର କୋର୍ପସ କମାଣ୍ଡର ମଙ୍ଗଳାଙ୍କୁ ଭେଟିବା ପରେ ଫେରୁଥିଲା । ସେଠାରେ ତା ଭଣଜା ଅବୁ କତାଲକୁ ହତ୍ୟା କରାଯାଇଥିଲା। ଗଣମାଧ୍ୟମରେ ଖବର ଆସିଥିଲା ଯେ, ହାଫିଜ୍ ସଇଦ ମଧ୍ୟ ଅବୁ କତାଲ ସହିତ ନିହତ ହୋଇଛି କିନ୍ତୁ ଏହା ସତ୍ୟ ନୁହେଁ । ହାଫିଜ୍ ସଇଦ ଏବେ ବି ଜୀବିତ ଅଛି। ଗୁଳିମାଡ଼ରେ ଆହତ ହାଫିଜର ଚିକିତ୍ସା ଚାଲିଛି ।

ହାଫିଜ୍ ସଇଦ ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ । ଏହି ଆକ୍ରମଣରେ ୧୬୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ହାଫିଜ୍ ସଇଦ ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣରେ ମଧ୍ୟ ସାମିଲ ଥିଲା । ୨୦୦୧ ମସିହାରେ, ସଇଦ ଭାରତୀୟ ସଂସଦକୁ ମଧ୍ୟ ଟାର୍ଗେଟ କରିଥିଲା । ସେ NIAର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଅନ୍ତର୍ଭୁକ୍ତ । ମୁମ୍ବାଇ ଆକ୍ରମଣ ପରେ, ଭାରତ ତାକୁ ହସ୍ତାନ୍ତର କରିବାକୁ ପାକିସ୍ତାନକୁ ଅନୁରୋଧ କରିଥିଲା । କିନ୍ତୁ ପାକିସ୍ତାନ ତାକୁ ଆତଙ୍କବାଦୀ ଭାବରେ ଗ୍ରହଣ କରିବାକୁ ଲଗାତାର ମନା କରିଆସିଛି।

ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ୍ ସଇଦର ଭଣଜା ନଦୀମ୍ ଓରଫ ଅବୁ କତାଲ୍ ଶନିବାର ରାତିରେ ପାକିସ୍ତାନର ଝେଲମ୍‌ରେ ନିହତ ହୋଇଛି। ତାକୁ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି । ଜମ୍ମୁ-କାଶ୍ମୀରର ରିଆସି ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା କତାଲ । ଏହି ଆକ୍ରମଣରେ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୪୧ ଜଣ ଆହତ ହୋଇଥିଲେ। ଅବୁ କତାଲ ମଧ୍ୟ ରାଜୌରୀ ଆକ୍ରମଣରେ ସାମିଲ ଥିଲା । ଜାନୁଆରୀ ୧, ୨୦୨୩ରେ ରାଜୌରୀରେ ଆକ୍ରମଣ ହୋଇଥିଲା।

ଅବୁ କତାଲ ଜମାତ ଉଦ୍-ଦାୱାର ଶୀର୍ଷ କମାଣ୍ଡର ଥିଲା । ଆକ୍ରମଣରେ ଅବୁ କତାଲର ଜଣେ ସହଯୋଗୀର ମଧ୍ୟ ମୃତ୍ୟୁ ହୋଇଥିଲା। ଅବୁ କତାଲ ଜମ୍ମୁକାଶ୍ମୀରରେ ଅନେକ ଆକ୍ରମଣ ଯୋଜନା ପାଇଁ ଜଣାଶୁଣା ଥିଲା । ଏବଂ ଆତଙ୍କବାଦୀ ସଂଗଠନର ଜଣେ ପ୍ରମୁଖ କାର୍ଯ୍ୟକର୍ତ୍ତା ଥିଲା । କତାଲ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ଜଣେ ଘନିଷ୍ଠ ସହଯୋଗୀ ଥିଲା । ସେ ଭାରତର ଜାତୀୟ ତଦନ୍ତ ସଂସ୍ଥା (NIA)ର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.