ନୂଆଦିଲ୍ଲୀ, ୩।୧୧: ​​​​​​​ଟାଉରିଡ୍ ଉଲକାବର୍ଷା ଏହାର ହାଲୋୱିନ ନିଆଁ ପିଣ୍ଡୁଳା ପାଇଁ ଜଣାଶୁଣା । ଯାହା ଅକ୍ଟୋବର ଶେଷରୁ ନଭେମ୍ବର ଆରମ୍ଭ ପର୍ଯ୍ୟନ୍ତ ଆକାଶକୁ ଆଲୋକିତ କରିଥାଏ । ଏହା ମହାକାଶରୁ ସମ୍ଭାବ୍ୟ ଭବିଷ୍ୟତ ବିପଦ ବିଷୟରେ ସତର୍କ କରାଇଥାଏ, ଯେଉଁଥିରେ ବାୟୁ ବିସ୍ଫୋରଣ ଏବଂ ପୃଥିବୀ ଉପରେ ଏହାର ପ୍ରଭାବ ବିଷୟରେ ସୂଚାଇଥାଏ । ଏହି ଉଲକାପିଣ୍ଡଗୁଡ଼ିକ ସାଧାରଣତଃ କ୍ଷତି ପହଞ୍ଚାଇନଥାନ୍ତି ଏବଂ ଏହା ପୃଥିବୀପୃଷ୍ଠରେ ପହଞ୍ଚିବା ପୂର୍ବରୁ ସମ୍ପୂର୍ଣ୍ଣ ଜଳିଯାଆନ୍ତି ।

ସବୁଠୁ ଅଧିକ ବିପଦ କେବେ ?

ନିକଟରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ, ଟାଉରିଡ୍‌ରେ ଥିବା ଉଲ୍‌କାପିଣ୍ଡଗୁଡ଼ିକ ୨୦୩୨ରୁ ୨୦୩୬ ମଧ୍ୟରେ ଅଧିକ ବିପଦ ସୃଷ୍ଟି କରିପାରେ । ଏପରିକି ଏହି ଉଲକାପିଣ୍ଡଗୁଡ଼ିକ ବାୟୁମଣ୍ଡଳରେ ବିସ୍ଫୋରଣ ହୋଇପାରେ, ବିସ୍ଫୋରଣ ଫଳରେ କିଛି ସମୟରେ ଏହା ପୃଥିବୀ ପୃଷ୍ଠକୁ ମଧ୍ୟ ପହଞ୍ଚିପାରେ । ନ୍ୟୁ ମେକ୍ସିକୋ ବିଶ୍ୱବିଦ୍ୟାଳୟର ପଦାର୍ଥବିଜ୍ଞାନୀ ମାର୍କ ବୋସଲୋ କହିଛନ୍ତି ଯେ, ଟାଉରିଡ୍‌ରେ ​​​​​​​ଥିବା ଛୋଟ ବସ୍ତୁଗୁଡ଼ିକ ଚନ୍ଦ୍ରପୃଷ୍ଠରେ ଦେଖାଦେଇଥିବା ଉଜ୍ଜ୍ୱଳ ଅଗ୍ନି ପିଣ୍ଡୁଳା ଭାବେ ପରିଲକ୍ଷିତ କରାଯାଇଛି ।  

ବିପଦରୁ ବର୍ତ୍ତିବା କେମିତି ?

ବୋସଲୋ କହିଥିଲେ, ଏହି ବିପଦରୁ ପୃଥିବୀକୁ ରକ୍ଷା କରିବା ଏକ ବିଶ୍ୱବ୍ୟାପୀ ପ୍ରୟାସ, ଯେଉଁଥିରେ ଅନେକ କାର୍ଯ୍ୟ ଅନ୍ତର୍ଭୁକ୍ତ ଯେପରିକି ଉଲକାପିଣ୍ଡୁଳାର ସନ୍ଧାନ, ଟ୍ରାକିଂ, ସମ୍ଭାବ୍ୟ ଧକ୍କାର ବିପଦକୁ ହ୍ରାସ କରିବା ପାଇଁ ଯୋଜନା, ଯଦି ଏକ ଧକ୍କା ହେବା ନିଶ୍ଚିତ ହୋଇଯାଏ, ତେବେ ଚେତାବନୀ ଜାରି କରିବା ସହ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବା ।