ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାକି ପଣବନ୍ଦୀ କେବେ ହେବେ ମୁକ୍ତ ? ହମାସ ଦେଲା ଉତ୍ତର, କହିଲା ଜଣେ କଏଦୀ ବଦଳରେ ୫୦ ଜଣଙ୍କୁ ନେବୁ

Published By : Harapriya Biswal | January 24, 2025 3:38 PM

ନୂଆଦିଲ୍ଲୀ,୨୪।୧: ହମାସ ଓ ଇସ୍ରାଏଲ ମଧ୍ୟରେ ଫେରିଛି ଶାନ୍ତି। ହେଲେ ଏବେ ବି ଜାରି ରହିଛି ବନ୍ଧକଙ୍କ ମୁକ୍ତିକୁ ନେଇ ଆଲୋଚନା । ପଣବନ୍ଦୀଙ୍କୁ ମୁକ୍ତି ନେଇ ଏବେ ହମାସ ଦ୍ବିତୀୟ ଥର ପାଇଁ ବୟାନ ଜାରି କରିଛି। ଟାଇମ୍ସ ଅଫ୍ ଇସ୍ରାଏଲ ହମାସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହମାସ ଏଥର ୪ ଜଣଙ୍କୁ ମୁକ୍ତ କରିବ। ଯେଉଁଥିରେ ଅତି କମ୍‌ରେ ଜଣେ ମହିଳା କଏଦୀ ରହିବେ। ଏହି ୪ ପଣବନ୍ଦୀଙ୍କ ନାଁ ହମାସ ଶୁକ୍ରବାର ଜାରି କରିବ। ଇସ୍ରାଏଲ-ହମାସ ଯୁଦ୍ଧବିରତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଅନୁସାରେ, ଶନିବାର ମୁକ୍ତ କରାଯିବ।

ହମାସର ବରିଷ୍ଠ ନେତା ଜହେର ଜବରିନ୍ କହିଛନ୍ତି, କାଲି ଆମେ ମଧ୍ୟସ୍ଥିଙ୍କୁ ସେହି ୪ ବନ୍ଧକଙ୍କ ନାଁ ଦେବୁ, ଯେଉଁମାନଙ୍କୁ ମୁକ୍ତ କରାଯିବ। ଉଲ୍ଲେଖନୀୟ ଯେ, ଏହି ଡିଲ୍ ଅନୁସାରେ, ଶନିବାର ତାଙ୍କୁ ମୁକ୍ତ କରାଯିବ। ଆଶା କରାଯାଉଛି ଯେ, ଏହି ପର୍ଯ୍ୟାୟରେ ହମାସ ଇସ୍ରାଏଲ ସୈନିକ ଓ ମହିଳାଙ୍କୁ ମୁକ୍ତ କରିପାରେ। ସେଭଳି ଇସ୍ରାଏଲ ହମାସକୁ ଗତ କିଛି ସପ୍ତାହ ହେବ କଏଦ ଥିବା ବନ୍ଧକଙ୍କ ସୂଚନା ମାଗିଛି। ଯାହାଫଳରେ ଜାଣି ହେବ ଯେ,  ହମାସର କଏଦରେ କେତେ ଲୋକ ଜୀବିତ ଅଛନ୍ତି। ତେବେ ହମାସ କହିଛି ସେ କଏଦୀଙ୍କ ସମ୍ପୂର୍ଣ୍ଣ ବିବରଣୀ ସେୟାର କରିବ ନାହିଁ। 

ମିଳିଥିବା ସୂଚନା ଅନୁସାରେ, ପ୍ରତି ମହିଳା ସୈନିକଙ୍କ ବଦଳରେ ଇସ୍ରାଏଲକୁ ୫୦ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିବାକୁ ହେବ। ଏହାଛଡା ଏହି ୫୦ ଜଣଙ୍କ ଭିତରେ ୩୦ ଜଣ ରହିବେ, ଯେଉଁମାନେ ଇସ୍ରାଏଲ ଜେଲ୍‌ରେ ଆଜୀବନ ସଜା କାଟୁଛନ୍ତି। ଏହା ପୂର୍ବରୁ ସୋମବାର ଇସ୍ରାଏଲ ତିନି ମହିଳା ବନ୍ଧକଙ୍କୁ ବଦଳରେ ୯୦ ପାଲେଷ୍ଟାନୀୟ କଏଦୀଙ୍କୁ ମୁକ୍ତ କରିଥିଲା।   

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.