ନୂଆଦିଲ୍ଲୀ,୧୨/୧୦: ୨ ବର୍ଷ ହେଲା ଜାରି ଥିବା ପାଲେଷ୍ଟିନୀୟ ଆତଙ୍କୀ ଗୋଷ୍ଠୀ ହମାସ୍ ଏବଂ ଇସ୍ରାଏଲ ସଂଘର୍ଷର ଶାନ୍ତି ପ୍ରସ୍ତାବରେ ସ୍ୱାକ୍ଷରେ ଟ୍ୱିଷ୍ଟ ଆସିଛି । ଯୁଦ୍ଧବିରତି ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ ହେଲେ ଏବେ 'ପିସ୍ ପ୍ଲାନ୍' ଉପରେ ସ୍ୱାକ୍ଷର କରିବାକୁ ପଛଘୁଞ୍ଚା ଦେଇଛି ହମାସ୍ । ଏହା ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ଅର୍ଥହୀନ କହିଛି ସଂଗଠନ । ଟ୍ରମ୍ପଙ୍କ ଯୋଜନାର କିଛି ଭାଗରେ ମତଭେଦ ରହିଛି । ଫଳରେ ଦୀର୍ଘ ସମୟରୁ ପ୍ରତିକ୍ଷୀତ ବୁଝାମଣାର ଭବିଷ୍ୟତ ଝୁଲିକି ରହିଛି ।
ଖବର ଏଜେନ୍ସିଂ ଏଏଫପି ରିପୋର୍ଟ ମୁତାବିକ, ହମାସ୍ ନେତା ଟ୍ରମ୍ପଙ୍କ ଉକ୍ତ ପ୍ରସ୍ତାବକୁ ଅର୍ଥହୀନ ବୋଲି କହିଛନ୍ତି । ଯେଉଁଥିରେ କୁହାଯାଇଥିଲା କି ଶାନ୍ତି ଯୋଜନା ଆଧାରରେ ହମାସ୍ ସଦସ୍ୟ ଗାଜା ପଟ୍ଟି ଖାଲି କରିବେ । ରାଜନୈତିକ ବ୍ୟୁରୋ ସଦସ୍ୟ ହୋସାମ ବଦ୍ରାନ କହିଛନ୍ତି, ପାଲେଷ୍ଟାନୀୟ ହମାସ ସଦସ୍ୟ ହୁଅନ୍ତୁ ବା ନହୁଅନ୍ତୁ ତାଙ୍କୁ ସେ ସ୍ଥାନରୁ ବାହାର କରିବା ''ସମ୍ପୂର୍ଣ୍ଣ ଅବାନ୍ତର ଏବଂ ଅର୍ଥହୀନ'' । ପିସ୍ ପ୍ଲାନର ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ଏହାର ଅନେକ ଜଟିଳତା ଏବଂ ଅସୁବିଧା ଯୋଗୁଁ କଷ୍ଟକର ହେବ ।'' ଏପରି ମନ୍ତବ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ଗସ୍ତ ପୂର୍ବରୁ ଆସିଛି । ହମାସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅନେକ ରାଜନୈତିକ ପ୍ରତିବନ୍ଧକ ରହିଛି । ହମାସ ଅସ୍ତ୍ର ଛାଡିବା ଯୋଜନାକ ଏକ ପ୍ରମୁଖ ସର୍ତ୍ତ । ହମାସ ଗାଜା ସରକାରଙ୍କୁ ଅଲଗା ହେଲେ ବି ଏହା ସମ୍ଭବ ନୁହେଁ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ୨୦ ସୂତ୍ରୀ ପ୍ରସ୍ତାବ ଅନୁଯାୟୀ ଯୁଦ୍ଧବିରତିର ପ୍ରଥମ ପର୍ଯ୍ୟାୟ ଲାଗୁ ହୋଇଥିଲା । ହେଲେ ଡୋନାଲ୍ଡ ଟ୍ରମ୍ପଙ୍କ 'ଶାନ୍ତି ଚୁକ୍ତି' ଏକପ୍ରକାର ବିଫଳ ହେବା ଆଶଙ୍କା କରାଯାଉଛି । ଗାଜାରେ ଯୁଦ୍ଧବିରତି ଚୁକ୍ତିକୁ ଶୁକ୍ରବାର ଇସ୍ରାଏଲ କ୍ୟାବିନଟ୍ର ମଞ୍ଜୁରୀ ଦେଇଥିଲା । ବନ୍ଦୀ ହୋଇ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଅନୁମୋଦନ ମିଳିଥିଲା । ୭୨ ଘଣ୍ଟା ମଧ୍ୟରେ ପାଲେଷ୍ଟାଇନ୍ ବନ୍ଦୀ ମିକୁଳିବେ ବୋଲି କୁହାଯାଇଥିଲା । ଇସ୍ରାଏଲ ଯୁଦ୍ଧବିରାମ ପ୍ରସ୍ତାବରେ ସହମତି ଜଣାଇ ଗାଜାର କିଛି ଅଂଶରୁ ସେନା ପ୍ରତ୍ୟାହାର କରିଥିଲା । ବିସ୍ତାପିତ ପରିବାର, ଯେଉଁମାନଙ୍କ ଘର ଇସ୍ରାଏଲ ବୋମାମାଡ଼ରେ ଧ୍ୱଂସ ହୋଇଥିଲା ସେମାନେ ଫେରିଥିଲେ । ଯୁଦ୍ଧବିମାର ଲାଗୁ ହେବା କ୍ଷଣି ଶନିବାର ହଜାର ହଜାର ପାଲେଷ୍ଟାଇନ ଚାଲିଚାଲି, କାର ଏବଂ ଅନ୍ୟ ଯାନବାହାନରେ ଗାଜା ଉପକୂଳ ସହିତ ଉତ୍ତର ଦିଗରୁ ଚାଲିଯାଇଥିଲେ ।
କହି ରଖୁଛୁ କି, ୨୦୨୩ ଅକ୍ଟୋବର ୭ରେ ହମାସ୍ ଆତଙ୍କୀ ଇସ୍ରାଏଲରେ ପଶି ଆକ୍ରମଣ କରିଥିଲେ । ଏଥିରେ ପ୍ରାୟ ୧,୨୦୦ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିଥିଲା । ଏହା ପରଠାରୁ ଇସ୍ରାଏଲ ଗାଜାରେ ଜୋରଦାର ପ୍ରତିଆକ୍ରମଣ ଜାରି ରଖି ଏହି ସହରକୁ ଧ୍ୱଂସସ୍ତୂପ ବନାଇଦେଇଛି । ଏଥିରେ ପ୍ରାୟ ୬୭ ହଜାର ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି ।