ପ୍ରମୁଖ ଖବର
  • କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାର, ତାଲିକାରେ ବହୁ ହେବିଓ୍ବେଟ୍
  • ||
  • ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆରମ୍ଭ କରିବେ ପ୍ରଚାର
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର
  • ||
  • ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୁମ୍‌ରେ ଥିବା ଅନ୍ୟ ଜଣେ ଯୁବତୀ ଫେରାର
  • ||
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ଯୁଦ୍ଧ ବନ୍ଦ ପାଇଁ ପ୍ରସ୍ତୁତ ହମାସ ଆତଙ୍କବାଦୀ ସଂଗଠନ ! ଇସ୍ରାଏଲ ଆଗରେ ରଖିଲା ଏହି ସର୍ତ୍ତ

ଇସ୍ତାନବୁଲ୍‌: ଇସ୍ରାଏଲ ସହ ଯୁଦ୍ଧ ବନ୍ଦ କରିବାକୁ ବଡ଼ ସର୍ତ୍ତ ରଖିଛି ହମାସ । ଆସୋସିଏଟେଡ୍‌ ପ୍ରେସ୍‌କୁ ଦେଇଥିବା ସାକ୍ଷାତକାରରେ ହମାସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଇସ୍ରାଏଲ ସହ ଅସ୍ତ୍ରବିରତି କରିବା ପାଇଁ ହମାସ ପ୍ରସ୍ତୁତ । ଯଦି ପୂର୍ବ ୧୯୬୭ ସୀମା (ଗ୍ରୀନ ଲାଇନ୍‌) ଅନୁସାରେ ପାଲେଷ୍ଟାଇନ ରାଷ୍ଟ୍ର ପ୍ରତିଷ୍ଠା ହୁଏ, ତେବେ ସେ ଅସ୍ତ୍ରଶସ୍ତ୍ର ଛାଡି ନିଜକୁ ଏକ ରାଜନୈତିକ ଦଳ ଭାବେ ପ୍ରତିଷ୍ଠା କରିବେ   ବୋଲି କହିଛନ୍ତି । 

 ବୁଧବାର ଦିନ APକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଖାଲିଲ ଅଲ-ହାୟାଙ୍କ ଏହି ବିବୃତ୍ତି ପାଲେଷ୍ଟାଇନ ଦେଶରୁ ଇସ୍ରାଏଲକୁ ହଟାଇବା ପାଇଁ ହାମାସଙ୍କ ପ୍ରତିବଦ୍ଧତା ପ୍ରତି ଏକ କୋହଳ ମନୋଭାବ ବୋଲି କୁହାଯାଉଛି ।ସେପଟେ ଇସ୍ରାଏଲ୍ ଏହି ସର୍ତ୍ତକୁ ବିଚାର କରିବା ଅତ୍ୟନ୍ତ ଅସମ୍ଭବ । କାରଣ ହାମାସ ଦ୍ବାରା ଅକ୍ଟୋବର ୭ ଆକ୍ରମଣ ପରେ ଇସ୍ରାଏଲ ହମାସକୁ ନିପାତ କରିବାକୁ ଶପଥ ନେଇଛି। ହମାସ ମଧ୍ୟ ଦୁଇ-ରାଜ୍ୟ ସୂତ୍ରର ବିରୋଧ କରିଆସୁଛି ଏବଂ ସମଗ୍ର ଦେଶରେ ଏକ ପାଲେଷ୍ଟାଇନ ରାଷ୍ଟ୍ର ପ୍ରତିଷ୍ଠା ଏବଂ ଇସ୍ରାଏଲର ବିଲୋପ ବିଷୟରେ କହିଆସିଛି ।

 ଇସ୍ତାନବୁଲରେ ଏପି ନ୍ୟୁଜ୍ ଏଜେନ୍ସି ସହ ଆଲୋଚନା କରି ଅଲ-ହାୟା କହିଛନ୍ତି ଯେ, ହମାସ ଏହାର ପ୍ରତିଦ୍ବନ୍ଦୀ ଫଟାହ ଦଳଙ୍କ ନେତୃତ୍ବରେ ପିଏଲ୍ଏ (ପାଲେଷ୍ଟାଇନ ଲିବରେସନ୍ ଅର୍ଗାନାଇଜେସନ୍)ରେ ଯୋଗଦେବାକୁ ପ୍ରସ୍ତୁତ ଏବଂ ଗାଜା ଏବଂ ୱେଷ୍ଟ ବ୍ୟାଙ୍କ  ପାଇଁ ସରକାର ଗଠନ କରିବାକୁ ପ୍ରସ୍ତୁତ ।

 ଅନ୍ୟପଟେ ହମାସକୁ ଧ୍ବଂସ କରିବାକୁ ପଣ କରିଛି ଇସ୍ରାଏଲ । ଏହା ସହ ବର୍ତ୍ତମାନ ଇସ୍ରାଏଲ ନେତୃତ୍ବ ୧୯୬୭ ମସିହାରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ କବଜା କରାଯାଇଥିବା ଭୂମି ଉପରେ ପାଲେଷ୍ଟାଇନ୍‌ ରାଷ୍ଟ୍ର ପ୍ରତିଷ୍ଠାକୁ ଦୃଢ଼ତାର ସହ ବିରୋଧ କରୁଛି । ତେବେ ହମାସର ସର୍ତ୍ତ ପୂରଣ ହେଲେ ଶାନ୍ତି ପ୍ରତିଷ୍ଠା ହେବ ନା ଏହା ଇସ୍ରାଏଲକୁ ଦୁର୍ବଳ କରିବା ଲାଗି ଏକ ଚାଲ୍‌, ତାହା ସ୍ପଷ୍ଟ କରିପାରି ନାହାନ୍ତି ଖାଲିଲ ଅଲ-ହାୟା ।

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.