ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅପହରଣ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ପୁଅଙ୍କୁ ଗିରଫ କଲା ପୋଲିସ

ବେଙ୍ଗାଲୁରୁ: କର୍ଣ୍ଣାଟକର ଜେଡିଏସ୍‌ ଏମଏଲଏ ଏଚଡି ରେବାନ୍ନାଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସର ସ୍ବତନ୍ତ୍ର ତଦନ୍ତ ଟିମ୍‌ (ଏସଆଇଟି) । ଅପହରଣ ମାମଲାରେ ରେବାନ୍ନାଙ୍କୁ ତାଙ୍କ ପିତା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ବାସଭବନରୁ ଗିରଫ କରାଯାଇଛି । ଏହା ପୂର୍ବରୁ ବେଙ୍ଗାଲୁରୁ କୋର୍ଟରେ ଗିରଫଦାରୀ ଉପରେ ରୋକ ଲଗାଇବାକୁ ଏଚଡି ରେବାନ୍ନା ଆବେଦନ କରିଥିଲେ । ଆଉ ଏହାର କିଛି ସମୟ ପରେ କର୍ଣ୍ଣାଟକ ପୋଲିସ ତାଙ୍କୁ ଗିରଫ କରିଛି । 

ଜଣେ ୨୦ ବର୍ଷୀୟ ଯୁବକଙ୍କ ମା’ଙ୍କୁ ଏଚଡି ରେବାନ୍ନାଙ୍କ ସହଯୋଗୀ ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକାରୀ ରାଜୁ ଏଚଡି ଏବଂ ତାଙ୍କ ମା’ ରେବାନ୍ନାଙ୍କ ଫାର୍ମ ହାଉସରେ କାମ କରୁଥିଲେ । ଏପ୍ରିଲ ୨୯ରେ ମହିଳାଙ୍କୁ ସତିଶ ବାବନ୍ନା ନାମକ ବ୍ୟକ୍ତି ଅପହରଣ କରି ନେଇ ବିଧାୟକ ରେବାନ୍ନାଙ୍କ ସହଯୋଗୀ ରାଜାଶେଖରଙ୍କ ଘରେ ରଖିଥିଲା । ଅଭିଯୋଗ ପରେ କର୍ଣ୍ଣାଟକ ପୋଲିସ ଅପହୃତ ମହିଳାଙ୍କୁ ଉଦ୍ଧାର କରିଥିଲା ।

ସୂଚନାଯୋଗ୍ୟ, ଏଚଡି ରେବାନ୍ନା ଏବଂ ତାଙ୍କ ପୁଅ ପ୍ରଜ୍ବଳ ରେବାନ୍ନା ଉଭୟ ଯୌନ ନିର୍ଯାତନା ଏବଂ ଅଶ୍ଳୀଳ ଭିଡିଓ ମାମଲାରେ ଫସିଛନ୍ତି । ଏହି ମାମଲାରେ ଉଭୟ ବାପା ପୁଅଙ୍କ ବିରୋଧରେ ନୋଟିସ୍‌ ଜାରି କରିଛି କର୍ଣ୍ଣାଟକ ପୋଲିସ । ପ୍ରଜ୍ବଳ ବିଦେଶ ଚାଲିଯାଇଥିବା ବେଳେ ହାସନ ଲୋକସଭା କ୍ଷେତ୍ରରେ ଘୁରିବୁଲୁଥିବା ଅଶ୍ଳୀଳ ଭିଡିଓରେ ପ୍ରଜ୍ବଳଙ୍କ ସଂପୃକ୍ତି ନେଇ ହଇଚଇ ସୃଷ୍ଟି ହୋଇଛି । ଏହି ମାମଲାର ତଦନ୍ତ କରିବା ଲାଗି ରାଜ୍ୟ ସରକାର ଏସଆଇଟି ଗଠନ କରିଛନ୍ତି । 

ପ୍ରଜ୍ବଳ ରେବାନ୍ନା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି । ସେ ହାସନ ଲୋକସଭା ଆସନରୁ ବିଜେପି-ଜେଡିଏସ୍‌ ମେଣ୍ଟ ପ୍ରାର୍ଥୀ ଥିଲେ । ଏହି ଆସନରେ ଏପ୍ରିଲ ୨୬ରେ ମତଦାନ ହୋଇଛି । ଠିକ ଏହା ପରେ ଅଶ୍ଳୀଳ ଭିଡିଓ ମାମଲାରେ ଛନ୍ଦି ହୋଇଥିବା ପ୍ରଜ୍ବଳ ଏପ୍ରିଲ ୨୭ରେ ବିଦେଶ ଚାଲିଯାଇଛନ୍ତି । ସେପଟେ ପ୍ରଜ୍ବଳଙ୍କୁ ଧରିବା ଲାଗି ଅନ୍ୟ ରାଷ୍ଟ୍ରର ସହାୟତା ନେବା ଲାଗି ସିବିଆଇକୁ କହିଛନ୍ତି କର୍ଣ୍ଣାଟକ ସରକାର । ଏହା ସହ ପ୍ରଜ୍ବଳ ରେବାନ୍ନାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ୍‌ ଜାରି କରିଛି ସିବିଆଇ । 

  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.