ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଦାବି, କେଜ୍ରିଓ୍ବାଲଙ୍କ ପରେ ଏବେ ଗିରଫ ହେବେ ଉଦ୍ଧବ ଠାକରେ...

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପିର ବରିଷ୍ଠ ନେତା ନାରାୟଣ ରାଣେ ବର୍ତ୍ତମାନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗିରଫଦାରୀକୁ ନେଇ ଚେତାବନୀ ଦେଇଛନ୍ତି। ନାରାୟଣ ରାଣେ କହିଛନ୍ତି ଯେ ଦିଲ୍ଲୀ ଏକ୍ସାଇଜ୍ ପଲିସି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ବର୍ତ୍ତମାନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଜେଲ ଯିବାର ପାଳି ଆସୁଛି । 

ରାଣେ ମହାରାଷ୍ଟ୍ରର ଅନେକ ଦୁର୍ନୀତି ମାମଲା ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ବର୍ତ୍ତମାନ ଉଦ୍ଧବ ଠାକରେ ଜେଲ ଯିବା ଥୟ । ଖୁବଶୀଘ୍ର ସେ ଜେଲରେ ରହିବେ ବୋଲି ସେ ଦାବି କରିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମ ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପ ସମୟରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଏଭଳି କହିଛନ୍ତି । ରାଣେ କହିଛନ୍ତି ଯେ, କେଜ୍ରିୱାଲଙ୍କ ପରେ ଉଦ୍ଧବ ଠାକରେ ଜେଲ ଯାଇପାରନ୍ତି । ଉଦ୍ଧବ ଠାକରେଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲା ସମ୍ପର୍କରେ ସେ କହିଛନ୍ତି ଯେ, ଅର୍ଥ ହେରଫେର ମାମଲା, ଦିଶା ସାଲିଆନ ମାମଲା, ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା, ମହାନଗରପାଳିକା ଦୁର୍ନୀତି ଭଳି ଅନେକ ପ୍ରସଙ୍ଗ ରହିଛି । ଏହି ସମସ୍ୟା ଗୁଡିକ ଶୀଘ୍ର ଠାକରେଙ୍କୁ ଜେଲକୁ ପଠାଇପାରେ । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.