ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଚାମ୍ପିଅନ୍ସ ଟ୍ରଫିରେ ହାଇବ୍ରିଡ୍‌ ମଡେଲ୍‌! ଦୁବାଇରେ ଖେଳିବ ଭାରତ, ପାକିସ୍ତାନର ସର୍ତ୍ତ ମାନିଲାନି ଆଇସିସି

Published By : Prameya | December 6, 2024 11:24 AM

ଦୁବାଇ,୦୬/୧୨: ହାଇବ୍ରିଡ୍‌  ମଡେଲରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି  ଆୟୋଜିତ ହେବା ଏକପ୍ରକାର ନିଶ୍ଚିତ  ହୋଇଛି । ପାକିସ୍ତାନ କ୍ରିକେଟ୍‌ ବୋର୍ଡ  (ପିସିବି) ଶେଷରେ ବିସିସିଆଇ ଆଗରେ ମୁଣ୍ଡ ନୁଆଁଇଛି । ଯଦିଓ  ଆଇସିସି ପକ୍ଷରୁ ଅଫିସିଆଲ ଭାବେ କିଛି ଘୋଷଣା କରାଯାଇ ନାହିଁ । କିନ୍ତୁ ସବୁ କିଛି ଚୂଡ଼ାନ୍ତ  ହୋଇ ସାରିଛି ବୋଲି ଜାତୀୟ ଗଣମାଧ୍ୟମରୁ ଜଣା ପଡ଼ିଛି ।  

ଗୁରୁବାର ଜୟ ଶାହ ନୂଆ ଅଧ୍ୟକ୍ଷ  ଭାବେ ଦାୟିତ୍ୱ ଗ୍ରହଣ କରିବା  ପରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ ତାଙ୍କ ଅଧ୍ୟକ୍ଷତାରେ  ପ୍ରଥମ ବୈଠକ ବସିଥିଲା । ପାକିସ୍ତାନର କୌଣସି  ଦାବିକୁ ଆଇସିସି ଗ୍ରହଣ କରି ନଥିଲା । ପିସିବି ୩ଟି ସର୍ତ୍ତ  ଆଇସିସି ନିକଟରେ ରଖିଥିଲା । ସେ ଗୁଡ଼ିକ ଥିଲା, ୨୦୩୧  ପର୍ଯ୍ୟନ୍ତ ଭାରତରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟରେ  ହାଇବ୍ରିଡ୍‌ ମଡେଲ, ୨୦୨୫ ଚାମ୍ପିଅନ୍ସ  ଟ୍ରଫିରେ ହାଇବ୍ରିଡ୍‌ ମଡେଲ ପାଇଁ  କ୍ଷତି ପୂରଣ ଏବଂ ଭାରତକୁ ନେଇ  ତ୍ରିରାଷ୍ଟ୍ରୀୟ ସିରିଜର ଆୟୋଜନ । ଆଗାମୀ ଚାମ୍ପିଅନ୍ସ ଟ୍ରଫିରେ ଭାରତ  ତା’ର ସମସ୍ତ ମ୍ୟାଚ୍‌ ଦୁବାଇରେ  ଖେଳିବ । ଯଦି ଭାରତ ସେମି  ଫାଇନାଲ ଏବଂ ଫାଇନାଲକୁ  ଉନ୍ନୀତ ହୁଏ ତେବେ ଏହି ମ୍ୟାଚ୍‌  ଦ୍ୱୟ ଦୁବାଇରେ ଖେଳାଯିବ ।  ନଚେତ ଲାହୋରରେ ଆୟୋଜିତ  ହେବ । ଭାରତ ଓ ପାକିସ୍ତାନ  ମ୍ୟାଚ୍‌ ଦୁବାଇରେ ଖେଳାଯିବ । ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ  ଯିବ ନାହିଁ ବୋଲି ବିସିସିଆଇ ମନା କରିବା ପରେ ପିସିବି  ଉତକ୍ଷିପ୍ତ ହୋଇଥିଲା । ହାଇବ୍ରିଡ ମଡେଲରେ ଟୁର୍ଣ୍ଣାମେଣ୍ଟ  ଆୟୋଜନ କରିବ ନାହିଁ ବୋଲି ନିଜ ଜିଦ୍‌ରେ ଅଟଳ  ରହିଥିଲା ଏବଂ ଏଥିପାଇଁ ବିଭିନ୍ନ ସର୍ତ୍ତ ରଖିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.