ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

୭୯ ବର୍ଷ ବୟସରେ ପାଦ ଥାପିଲେ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତାଙ୍କୁ ରାଜ୍ୟବାସୀଙ୍କ ଶୁଭେଚ୍ଛା

Published By : Krishna Priya | October 16, 2024 8:14 AM

ଭୁବନେଶ୍ୱର  ୧୬/୧୦ : ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ୭୯ ବର୍ଷରେ ପାଦ ଥାପିଛନ୍ତି । ବୁଧବାର ନବୀନଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନରେ ବିଜେଡି ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ କରିବ । ୧୯୪୬ ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମ ନେଇଥିଲେ ନବୀନ । ଜୀବନର ୫୦ ବର୍ଷରୁ ଊଦ୍ଧ୍ୱର୍ କାଳ ରାଜନୀତିରୁ ଦୂରେଇ ରହିଥିବା ନବୀନ ଆକସ୍ମିକ ଭାବେ ପିତା ବିଜୁ ବାବୁଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିଥିଲେ । ବିଜୁଙ୍କ ପରଲୋକ ପରେ ୧୯୯୭ରେ ନବୀନ ଗଢ଼ିଥିଲେ ବିଜେଡି । 

ସାଂସଦ, କେନ୍ଦ୍ରମନ୍ତ୍ରୀ ରହିବା ପରେ ଲଗାତାର ୫ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ । ୨୪ ବର୍ଷ କାଳ ଶାସନ କ୍ଷମତାରେ ରହିବା ପରେ ଏବେ ସେ ବିରୋଧୀ ଦଳ ନେତା । ୭୯ ବର୍ଷରେ ପାଦ ଥାପିଥିବା ନବୀନଙ୍କ ପ୍ରଥମ ଥର ପାଇଁ ବିରାଟ ଚାଲେଞ୍ଜର ସାମ୍ନା କରୁଛନ୍ତି । ଦଳକୁ ସୁଦୃଢ଼ କରିବା ସହ ପୁଣି ବିଜୟ ଟ୍ରାକକୁ ଫେରିବା ପାଇଁ ସେ ଚଳାଇଛନ୍ତି କସରତ । ନିରାଡ଼ମ୍ବର ଭାବେ ସବୁବେଳେ ଜନ୍ମଦିନ ପାଳନ କରୁଥିବା ନବୀନଙ୍କୁ ଭେଟିବାକୁ ଆସନ୍ତାକାଲି ବିଜେଡି ନେତାଙ୍କ ଭିଡ଼ ନବୀନ ନିବାସରେ ଜମିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.