ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପହଲଗାମ୍‌ ଆଟାକ୍‌କୁ ନେଇ ଲସ୍କର ଏବଂ ପାକିସ୍ତାନକୁ ଯୁବକଙ୍କ ଶୁଭେଚ୍ଛା, ବାନ୍ଧିଲା ପୋଲିସ

Published By : Rasmita Pradhan | April 23, 2025 3:11 PM

ନୂଆଦିଲ୍ଲୀ, ୨୩/୦୪ : ପହଲଗାମ୍‌ ଆଟାକ୍‌କୁ ନେଇ ଶୁଭେଚ୍ଛା ଜଣାଇଥିବା ଯୁବକ ଗିରଫ। ଝାଡ଼ଖଣ୍ଡ ବୋକାରୋର ମଖଦୁମପୁରରୁ ମହମ୍ମଦ ନୌଶାଦକୁ ପୋଲିସ ଗିରଫ କରିଛି। ନୌଶାଦ ତାର ସୋସିଆଲ ମିଡିଆ ମାଧ୍ୟମରେ ଲସ୍କର-ଏ-ତୋଏବା ଏବଂ ପାକିସ୍ତାନକୁ ଶୁଭେଚ୍ଛା ଜଣାଇଥିଲା।  

୩୫ ବର୍ଷୀୟ ମହମ୍ମଦ ନୌଶାଦ ବିହାର ମଦରସାରେ କୁରାନର ତାଲିମ ନେଇ ଡିଗ୍ରୀ ହାସଲ କରିଥିଲା। ଏବେ ସେ ବୋକାରୋରେ ରହୁଛି। ନୌଶାଦ ତାର ଭାଇ ନାଁରେ ଥିବା ଏକ ସିମ୍ କାର୍ଡ ବ୍ୟବହାର କରି ସୋସିଆଲ ମିଡିଆ ଚଳାଉଛି। ଜାମ୍ମୁ କାଶ୍ମୀର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣକୁ ନେଇ ପୁରା ଦେଶ ଶୋକ ପାଳୁଥିବା ବେଳେ ଏହି ଘଟଣା ପାଇଁ ନୌଶାଦ ଲସ୍କର-ଏ-ତୋଏବା ଏବଂ ପାକିସ୍ତାନକୁ ଶୁଭେଚ୍ଛା ଜଣାଇଥିଲା।

ନୌଶାଦ ତାର ଏକ୍ସ ଆକାଉଣ୍ଟରେ ଉର୍ଦ୍ଦୁରେ ଲେଖିଥିଲା ଯେ, ଶୁଭେଚ୍ଛା ପାକିସ୍ତାନ, ଶୁଭେଚ୍ଛା ଲସ୍କର-ଏ-ତୋଏବା, ଆହ୍ଲା ତୁମକୁ ସବୁବେଳେ ଖୁସିରେ ରଖନ୍ତୁ। ଅମିନ, ଅମିନ। ଏହା ସହ ସେ ତିନୋଟି ସ୍ମାଇଲ୍ ଇମୋଜି ପଠାଇଥିଲା। ଏହି ଟ୍ଵିଟ୍ ପରେ ସୋସିଆଲ୍ ମିଡିଆରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ୟୁଜରମାନେ ଝାଡଖଣ୍ଡ ପୋଲିସକୁ ଟ୍ୟାଗ୍ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହା ପୂର୍ବରୁ ମଧ୍ୟ ନୌଶାଦ ବହୁ ବିବାଦୀୟ ଟ୍ଵିଟ୍ କରିଥିଲା। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଏସପି ମନୋଜ ସ୍ଵର୍ଗୀୟାରି ଏସଆଇଟି ଗଠନ କରିଥିଲେ। ବୁଧବାର ସକାଳେ ନୌଶାଦକୁ ଗିରଫ କରାଯାଇଥିଲା। ଅଭିଯୁକ୍ତକୁ ଏବେ ପଚରାଉଚରା କରାଯାଉଛି। ଖୁବଶୀଘ୍ର ତାକୁ କୋର୍ଟରେ ହାଜର କରାଯିବ। 

ଏହି ଖବରଟିକୁ ପଢନ୍ତୁ-ପହଲଗାମ ଆତଙ୍କୀ ଆକ୍ରମଣ ; ସାମ୍ନାକୁ ଆସିଲା ୩ ଆତଙ୍କୀଙ୍କ ସ୍କେଚ୍

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.