ନୂଆଦିଲ୍ଲୀ, ୬/୩ : ଆସନ୍ତା ୮ ତାରିଖରେ ଟି-୨୦ ବିଶ୍ବକପର ଫାଇନାଲ ମୁକାବିଲା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଶୁକ୍ରବାର ସଂନ୍ଧ୍ୟାରେ ଟିମ୍ ଇଣ୍ଡିଆ ଅହମ୍ମଦାବାଦରେ ପହଞ୍ଚିଛି । ଭାରତୀୟ ଖେଳାଳିମାନେ ହୋଟେଲ ଅଭିମୁଖେ ବିମାନବନ୍ଦରରୁ ଯାତ୍ରା କରିଥିଲେ । ତେବେ ବିମାନବନ୍ଦରରେ ପ୍ରେମିକା ମାହିକାଙ୍କୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ ହାର୍ଦ୍ଦିକ ସାକ୍ଷାତ କରାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଉଭୟ ହସି ହସି କଥା ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ୟୁଜର୍ସମାନେ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି ।

ସେପଟେ ସେମିଫାଇନାଲ ସମୟରେ ହାର୍ଦ୍ଦିକଙ୍କୁ ଉତ୍ସାହିତ କରିବା ପାଇଁ ଓ୍ବାଙ୍ଖଡେରେ ପହଞ୍ଚିଥିଲେ ମାହିକା । ସେ ହାର୍ଦ୍ଦିକଙ୍କ ପୁଅ ଅଗସ୍ତ୍ୟ ସହ ବସି ଭାରତୀୟ ଖେଳାଳିଙ୍କୁ ଚିୟରଅପ୍ କରିଥିଲେ । ଏହାସହ ଅଗସ୍ତ୍ୟଙ୍କ ସହ ମଜା କରୁଥିବା ମଧ୍ୟ ଲାଇଭ୍ ଖେଳ ସମୟରେ ଦେଖିବାକୁ ମିଳିଥିଲା । ଏହାସହ ବାରମ୍ବାର କ୍ୟାମେରା ମଧ୍ୟ ସେମାନଙ୍କ ଉପରେ ଫୋକସ କରୁଥିବା ଦେଖିବାକୁ ମିଳିଥିଲା । ଆମେ ଯଦି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ କହିବା ତାହେଲେ ନତାଶାଙ୍କ ସହ ଛାଡ଼ପତ୍ର ହେବା ପରେ ମାହିକାଙ୍କ ସହ ନଜର ଆସିଛନ୍ତି । ପୂର୍ବରୁ ଉଭୟ ଏକାଠି ଅନେକ କାର୍ଯ୍ୟକ୍ରମରେ ମଧ୍ୟ ନଜର ଆସିଛନ୍ତି ।

ଭାରତୀୟ ଦଳ ଦୁଇଥର ଟି-୨୦ ବିଶ୍ବକପ ହାତେଇଥିବାବେଳେ ନ୍ୟୁଜିଲାଣ୍ଡ ପ୍ରଥମଥର ଟି-୨୦ ବିଶ୍ବକପ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି । ଉଭୟଙ୍କ ହେଡ ଟୁ ହେଡ ବିଜୟ ହାର ଯଦି ଦେଖିବା ତାହେଲେ ଭାରତ ଆଗରେ ରହିଛି । କିନ୍ତୁ ଟି-୨୦ ବିଶ୍ବକପରେ ଭାରତ- ନ୍ୟୁଜିଲାଣ୍ଡ ୩ଥର ମୁହାଁମୁହିଁ ହୋଇଛନ୍ତି । ଆଉ ଭାରତ ୩ଥର ଯାକ ହାରିଛି । କିନ୍ତୁ ଏଥର ଭାରତ ବିଜୟ ଲକ୍ଷ୍ୟରେ ରହିବ । ୨୦୨୩ ମସିହାରେ ଅହମ୍ମଦାବାଦରେ ଖେଳାଯାଇଥିବା ଦିନିକିଆ ବିଶ୍ବକପର ଫାଇନାଲ ମୁକାବିଲା ହାରିଛି । କିନ୍ତୁ ଏଥର ଟି-୨୦ ବିଶ୍ବକପ ନିଶ୍ଚିତ ଜିତିବ ବୋଲି ଆଶା ରଖିଛନ୍ତି ଭାରତୀୟ ପ୍ରଂଶସକ ।

ଏହାସହ ପଢ଼ନ୍ତୁ : କାହାର କେତେ ସମ୍ପତ୍ତି ?: ୫ ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଦିଲୀପ ରାୟ ସବୁଠୁ ଧନୀ