ନୂଆଦିଲ୍ଲୀ,୧୮/୦୪; ମ୍ୟାଚ୍ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଯଶପ୍ରୀତ ବୁମରାଙ୍କ ମଧ୍ୟରେ ହେଲା ଭୟଙ୍କର ଯୁଦ୍ଧ । ରୋହିତ ଶର୍ମା ବି ଏହାକୁ ନେଇ ଚିନ୍ତିତ ହୋଇଗଲେ । ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଯଶପ୍ରୀତ ବୁମରାଙ୍କ ଓଭର ସମୟରେ ନିଜ ପସନ୍ଦର ଜଣେ ଫିଲ୍ଡର ରଖିବାକୁ ଚାହୁଁଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ସେତେବେଳେ ସ୍ପଷ୍ଟ ଭାବରେ ରାଗିଥିଲେ । ମ୍ୟାଚ ସମୟେର ବୁମରା ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଦଳର ତାରକା ଫାଷ୍ଟ ବୋଲର ଯଶପ୍ରୀତ ବୁମରା କ୍ଷୁବ୍ଧ ହୋଇଛନ୍ତି । ମୁମ୍ବାଇ ଗୁରୁବାର ପଞ୍ଜାବ କିଙ୍ଗସ ବିପକ୍ଷରେ ଖେଳିଥିଲା । ବୁମରା ବୋଲିଂ କରୁଥିବାବେଳେ ପାଣ୍ଡ୍ୟାଙ୍କ ଫିଲ୍ଡିଂ ସଜାଇବାକୁ ନେଇ ସେ କ୍ଷୁବ୍ଧ ହୋଇଥିଲେ । ସୋସିଆଲ ମିଡିଆରେ ଏହାର ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି ।​​​​​​​

​​​​​​​୨୦୨୩ରେ ଡିସେମ୍ବରରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟତ୍ୱ ହସ୍ତାନ୍ତର କରିଥିଲା । ଆଶା କରିଥିଲା ଦଳ ନୂଆ ନେତୃତ୍ୱରେ ସଫଳତା ହାସଲ କରିବ । କାରଣ ହାର୍ଦ୍ଦିକ ଗୁଜରାଟକୁ ବିଜୟୀ କରାଇଥିଲେ । ହେଲେ ମୁମ୍ବାଇ ଦଳରେ କିଛି ସେପରି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ । ଅନ୍ୟପଟେ ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କ ଉପରେ ପାଣ୍ଡ୍ୟା ମ୍ୟାଚ ମଝିରେ ରାଗିଥିବା ଦେଖିବାକୁ ମିଳିଛି  ଯାହାକୁ ନେଇ ବୁମରା ମଧ୍ୟ କ୍ଷୁବ୍ଧ ହୋଇଛନ୍ତି । ପଞ୍ଜାବ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟା ଟେନସନରେ ଥିଲେ । କ୍ରୋଧିତ  ପାଣ୍ଡ୍ୟା ବୁମରାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସମୟରେ ରୋହିତ ଶର୍ମାଙ୍କ ଉଦାସ ଚେହେରା ବି ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ଗୁଜରାଟ ବିଜୟ ପରେ ବି କାହିଁକି ନିରାଶ କ୍ୟାପ୍ଟେନ୍ ଶୁଭମନ ଗିଲ୍ ? ଜାଣନ୍ତୁ ନୂଆ ଲୁକ୍କୁ ନେଇ କଣ କହିଲେ...