ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ରୋଗ ଶଯ୍ୟାରେ ଛଟ ପଟ ହରିବନ୍ଧୁ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

Published By : Prameya | March 22, 2025 9:51 PM

ଫିରିଙ୍ଗିଆ, ୨୨/୩ : ଗତ ପ୍ରାୟ ୧ ବର୍ଷ ହେବ ଲିଭର ଜନିତ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଫିରିଙ୍ଗିଆ ବ୍ଲକ କେଳପଡ଼ା ପଞ୍ଚାୟତର ତିଲକ ପଡ଼ି ଗାଁର ହରିବନ୍ଧୁ କହଁର l ହରିବନ୍ଧୁ ଜଣେ ସରକାରୀ କର୍ମଚାରୀ ଷ୍ଟାର୍ଟସ୍ଟିକାଲ ଅମିନ ଭାବରେ ନୁଆଁ ଗାଁ ବ୍ଲକରେ କାର୍ଯ୍ୟ କରି ଆସୁଥିଲେ l ସୁରୁଖୁରୁରେ ପରିବାର ମଧ୍ୟ ଚଳୁଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ କିଛି ବର୍ଷ ପରେ ହରିବନ୍ଧୁଙ୍କ ପାଇଁ ଅକାଳ ଚଡ଼କ ପଡ଼ିଥିଲା । ସାଧାରଣ ଭାବେ ଜ୍ୱର ହେବା ପରେ ସେ ପ୍ରଥମେ ବାଲିଗୁଡ଼ା ମେଡ଼ିକାଲ, ଫିରିଙ୍ଗିଆ ମେଡିକାଲରେ ଚିକିତ୍ସା ପରେ ଜ୍ୱର ନ କମିବାରୁ କନ୍ଧମାଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖାଇଥିଲେ l 

ଭଲ ନ ହେବାରୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲରେ ଦେଖାଇଥିଲେ । କିଛି ଦିନ ଚିକିତ୍ସା ପରେ ହରିବନ୍ଧୁ ଲିଭର ଜନିତ ରୋଗରେ ପୀଡିତ ଥିବା ଜଣା ପଡିଥିଲା ଓ ଚିକିତ୍ସା ମଧ୍ୟ କରିଥିଲେ । କିନ୍ତୁ ଚିକିତ୍ସା ପରେ ଦିନକୁ ଦିନ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଲା କୌଣସି ପରିବର୍ତ୍ତନ ହେଲା ନାହିଁ l ବ୍ରହ୍ମପୁର ମେଡ଼ିକାଲରେ ଭଲ ନ ହେବାରୁ ଭୁବନେଶ୍ୱରର ବିଭିନ୍ନ ମେଡ଼ିକାଲରେ ଅଧିକ ଚିକିତ୍ସା ପାଇଁ ଯାଇଥିଲେ । ଅଳ୍ପ ଦିନ ଭିତରେ ଯାହା ଟଙ୍କା ଥିଲା ସରିଯିବାରୁ ଅସହାୟ ଅବସ୍ଥାରେ ଘରକୁ ଆସି ପଡ଼ି ରହିଲେ । ରୋଗ ବଢିବା ସାଙ୍ଗକୁ ଅର୍ଥ ଅଭାବ ହରିବନ୍ଧୁ ଓ ପରିବାରକୁ ବିଚଳିତ କରିଦେଇଥିଲା । ଶେଷରେ ସୁନା ରୁପା, ବିକ୍ରି କରି ଚିକିତ୍ସା କରିଥିଲେ । ପୁଣି ଭଲ ନ ହେବାରୁ ଜମି ବାଡ଼ି ବିକ୍ରି କରିବା ସହ ଧାର ଉଦ୍ଧାର କରି ପ୍ରାୟ ୧୭ ଲକ୍ଷରୁ ଅଧିକ ଟଙ୍କା ନିଜ ଚିକିତ୍ସାରେ ଲଗାଇଥିଲେ ।  ତଥାପି କୌଣସି ପରିବର୍ତ୍ତନ ନ ହୋଇ ଦୈନିକ ୪୦ରୁ ୫୦ହଜାର ଟଙ୍କା ଖର୍ଚ୍ଚ ହେଉଥିବାରୁ ଅସହାୟ ହୋଇ ବର୍ତ୍ତମାନ ପୁଣି କଟକ ଏସସିବି ମେଡିକାଲରେ ଗତ ମାର୍ଚ୍ଚ ୧ତାରିଖଠାରୁ ଚିକିତ୍ସା ଧୀନ ଅବସ୍ଥାରେ ପଡ଼ି ରହିଛନ୍ତି l 

ପାଖରେ ଟଙ୍କା ନାହିଁ  । ଯାହା ଦ୍ୱାରା ଚିକିତ୍ସା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବର୍ତ୍ତମାନ ଚିକିତ୍ସା ପାଇଁ ବନ୍ଧୁ ବାନ୍ଧବ ଏବଂ ସାଙ୍ଗ ସାଥୀଙ୍କୁ କୋହ ଭରା କଣ୍ଠରେ ସାହାଯ୍ୟ କରିବାକୁ ଆକୁଳ ନିବେଦନ କରୁଥିବାବେଳେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ହରିବନ୍ଧୁ ଓ ପରିବାର ଲୋକେ l ଚିକିତ୍ସା ପାଇଁ ଲିଭର ପ୍ରତ୍ୟାରୋପଣ ଦରକାର ପଡୁଥିବା ଡାକ୍ତର କହୁଥିବା ପାଖରେ ଟଙ୍କା ନ ଥିବାରୁ ବର୍ତ୍ତମାନ ପ୍ରଶାସନ ହରିବନ୍ଧୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ସହ ଚିକିତ୍ସା ପାଇଁ ସହଯୋଗ କଲେ ସେ ରୋଗ ମୁକ୍ତ ହୋଇପାରିବେ ବୋଲି ହରିବନ୍ଧୁଙ୍କ ସ୍ତ୍ରୀ ସୁଜାତା ମଲିକ ଆକୁଳ ନିବେଦନ କରିଛନ୍ତି l ଅନ୍ୟପଟେ କେଳା ପଡ଼ା ଅଞ୍ଚଳବାସୀ ଏବଂ ତିଲକ ପଡ଼ି ଗ୍ରାମବାସୀ ହରିବନ୍ଧୁଙ୍କ ଚିକିତ୍ସା ପାଇଁ ସରକାରଙ୍କ ତରଫରୁ ସହଯୋଗ କରିବାକୁ ଦାବି କରିଛନ୍ତି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.