ହରିଚନ୍ଦନପୁର,୨୯/୩: ନ୍ୟାସନାଲ ହେଲ୍ଥ ମିଶନ ଓଡିଶା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ତରଫରୁ ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାର ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ କିଛି ମାସ ହେବ ସ୍ୱଚ୍ଛତା ଏବଂ ଚିକିତ୍ସାର ମାନ ଭିତ୍ତିରେ ବିଭିନ୍ନ ଦିଗକୁ ନେଇ ମୂଲ୍ୟାଙ୍କନ ହୋଇଥିଲା । ତେବେ ଶେଷରେ ଏହାର ଫଳାଫଳ ଚଳିତ ମାସ ୨୭ ତାରିଖରେ ଘୋଷଣା ହୋଇଛି । ଏଥିରେ କେନ୍ଦୁଝର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକ ମୁଖ୍ୟାଳୟର ସିଏଚସିକୁ ଚତୁର୍ଥ ସ୍ଥାନ ମିଳିଥିବା ନେଇ ଘୋଷଣା ହୋଇଛି । ଉତ୍ତମ ସ୍ୱାସ୍ଥ୍ୟସେବା ସହ ଚିକିତ୍ସାର ମାନ ଭିତ୍ତିରେ ହୋଇଥିବା ମୂଲ୍ୟାଙ୍କନରେ ହରିଚନ୍ଦନପୁର ସିଏଚସି ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ବିଗତ ଦିନରେ ଯେଉଁ ସିଏଚ୍ସି ସ୍ୱାସ୍ଥ୍ୟସେବା ଯୋଗାଇ ଦେଉ ନଥିବା ନେଇ ଚର୍ଚ୍ଚାର ପରିସରକୁ ଆସିଥିଲା ସେହି ସିଏଚସିକୁ ରାଜ୍ୟରେ ଚତୁର୍ଥ ସ୍ଥାନ ମିଳିଥିବାରୁ ଅଂଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ସିଏଚସି ଚିକିତ୍ସାଧିକାରୀ ଡାକ୍ତର ଦେବାଶିଷ କୁମାର ଦାସଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ସମସ୍ତ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କ ପରିଶ୍ରମ ଏବଂ ନିରନ୍ତର ଚିକିତ୍ସା ପାଇଁ ଆଜି ହରିଚନ୍ଦନପୁର ସିଏଚସି ଚର୍ଚ୍ଚାରେ ।
ଦୁର୍ଗମ ଏବଂ ଉପାନ୍ତ ଅଂଚଳରେ ସମସ୍ତଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ସହ ହାତ ପାହାନ୍ତାରେ ଚିକିତ୍ସା ଯୋଗାଇ ଦେଉଥିବାକୁ ହଦୟଙ୍ଗମ କରି ରାଜ୍ୟ ସ୍ତରୀୟ କାୟାକଳ୍ପ ଟିମ ଜାନୁଆରୀ ମାସରେ ହରିଚନ୍ଦନପୁର ବ୍ଲକ ଗସ୍ତ କରି ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କରି ଯିବା ପରେ ରିପୋର୍ଟ ପ୍ରଦାନ କରିଥିଲେ । ସ୍ୱଚ୍ଛତା ଓ ଉତ୍ତମ ସ୍ୱାସ୍ଥ୍ୟସେବା ସହ ସମସ୍ତ କର୍ମଚାରୀଙ୍କ ନିରନ୍ତର ସେବାର ପ୍ରତିଫଳନ ଆଜି କାୟାକଳ୍ପ ଟିମ୍ ଏଭଳି ନିଷ୍ପତ୍ତିରେ ପ୍ରକାଶ ପାଇଛି । ବିଶେଷ କରି ଡାକ୍ତର ଦେବାଶିଷ କୁମାର ଦାସ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ୱ ନେବା ପରେ ସିଏଚସିର ସବୁ କ୍ଷେତ୍ରରେ ଉନ୍ନତି ହୋଇଛି । ହରିଚନ୍ଦନପୁର ଅଂଚଳର ସବୁ ବର୍ଗର ଜନସାଧାରଣ ଏହାକୁ ଭୁୟସୀ ପ୍ରଶଂସା କରିଛନ୍ତି । ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ଉତ୍ତମ ସ୍ୱାସ୍ଥ୍ୟସେବା ସହ ଉତ୍ସର୍ଗୀକୃତ ମନୋଭାବ ନେଇ ହୋଇଥିଲା ମୂଲ୍ୟାଙ୍କନ ।