ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ହରିୟାଣାର ଏହି ଖେଳାଳୀ ସ୍ବାମୀଙ୍କ ବିରୁଦ୍ଧରେ ରୁଜୁ କଲେ ମାମଲା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

Published By : Prameya | May 3, 2025 4:30 PM

ନୂଆଦିଲ୍ଲୀ,୩/୫ :   ଭାରତର ପ୍ରସିଦ୍ଧ କବାଡ଼ି ଖେଳାଳୀ ଦୀପକ ହୁଡ୍ଡାଙ୍କ ନାଁରେ ମାମଲା ରୁଜୁ । ଦୀପକଙ୍କ ଉପରେ ତାଙ୍କ ସ୍ତ୍ରୀ ସ୍ବିଟୀ ବୁରା ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ହୁଡ୍ଡା ଭାରତ ଲାଗି ଏସୀୟ କ୍ରୀଡ଼ାରେ କାସ୍ୟଂ ପଦକ ଜିତି ସାରିଛନ୍ତି । ସେହିଭଳି ତାଙ୍କ ସ୍ତ୍ରୀ ସ୍ବିଟୀ ଅର୍ଜୁନ ପୁରସ୍କାର ଜିତିଛନ୍ତି । ଏହାସହ ସେ ବକ୍ସିଂରେ ପୂର୍ବତନ ବିଶ୍ବ ଚାମ୍ପିୟନ୍ସ ମଧ୍ୟ ରହି ସାରିଛନ୍ତି । ଏବେ ସ୍ବିଟୀ ହୁଡ୍ଡା ଏବଂ ତାଙ୍କ ପରିବାର ଉପରେ ଯୌତୁକ ଲାଗି ମାରପିଟ୍ କରିବାର ଅଭିଯୋଗ ଲଗାଇଛନ୍ତି । ଉଭୟେ ୨୦୨୨ରେ ବିବାହ କରିଥିଲେ ।

ସ୍ବିଟୀ ହରିୟାଣାର ହିସାରରେ ହୁଡ୍ଡାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି । ଯେଉଁଠାରେ ମହିଳା ଥାନାର ଏସଏଚଓ ସୀମା କହିଛନ୍ତି କି, ସ୍ବିଟୀ ବୁରାଙ୍କ ଦ୍ବାରା ନିଜ ସ୍ବାମୀ ଦୀପକ ହୁଡ୍ଡାଙ୍କ ବିପକ୍ଷରେ ଦିଆଯାଇଥିବା ଅଭିଯୋଗ ଆଧାରରେ ୨୫ଫେବୃଆରୀରେ ମାମଲା ରୁଜୁ କରାଯାଇଛି । ଯେତେବେଳେ ତାଙ୍କୁ ପଚରାଉଚରା କରାଯାଇଥିଲା କି କ’ଣ ହୁଡ୍ଡାଙ୍କୁ ନିଜ ପକ୍ଷ ରଖିବା ଲାଗି କୁହାଯାଇଥିଲା ତ ସୀମା କହିଥି‌ଲେ କି, ଆମେ ତାଙ୍କୁ ଦୁଇ-ତିନି ଥର ନୋଟିସ ଦେଇଥିଲୁ କିନ୍ତୁ ସେ ଆସିନଥିଲେ । ’ ପିଟିଆଇର ସୂଚନା ମୁତାବକ ଯେତେବେଳେ ହୁଡ୍ଡାଙ୍କୁ ପଚରାଯାଇଥିଲା କି ସେ ଥାନାରେ କ’ଣ ପାଇଁ ପହଞ୍ଚିଥିଲେ । ସେତେବେଳେ ସେ ନିଜକୁ ବଞ୍ଚାଇବା ଲାଗି କହିଥିଳେ କି ଏହି ଅଭିଯୋଗ ପରେ ତାଙ୍କ ସ୍ବାସ୍ଥ୍ୟ ଉପ‌ରେ ପ୍ରଭାବ ପକାଇଥିଲା । ଯେଉଁ କାରଣରୁ ସେ ଥାନାକୁ ଯାଇପାରିନଥିଲେ । ମାତ୍ର ସେ କହିଥିଲେ କି ସେ ଥାନାକୁ ନିଶ୍ଚିତ ଯିବେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.