ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ଶୀତଦିନ ସକାଳୁ ପିଅନ୍ତୁ ଡାଲଚିନି ଚା', ହୃଦ୍‌ରୋଗ ଜଡ଼ିତ ସମସ୍ୟାରୁ ମିଳିବ ମୁକ୍ତି...

Published By : Prameya | January 26, 2025 3:08 PM

ନୂଆଦିଲ୍ଲୀ, ୨୬।୧: ଶୀତଦିନେ ଅଧିକାଂଶ ଲୋକ ଚା’ ପିଇଥାନ୍ତି । ଚା’ରେ ଅଦା, ତେଜପତ୍ର, ଗୋଲମରିଚ, ଗୁଜୁରାତି ଆଦି ପକାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ ହୋଇଥିବା ବେଳେ ଏହାର ସ୍ୱାଦ ବଢ଼ିଯାଏ । ଡାଲଚିନିକୁ ଆମେ ଗରମ ମସଲା ଭାବେ ତରକାରୀ ଆଦିରେ ବ୍ୟବହାର କରିଥାଉ । ଏହା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । କିନ୍ତୁ, ଡାଲଚିନିକୁ ଚା’ରେ ପକାଇ ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ । ବିଶେଷ କରି ଏହା ହୃଦୟ ସହିତ ଜଡ଼ିତ ସମସ୍ୟାକୁ ଦୂର କରିଥାଏ । ଏଥିସହିତ ହାଇ ବ୍ଲଡ୍ ପ୍ରେସର, ଥଣ୍ଡା, କାଶ ଭଳି ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ । 


ଡାଲଚିନିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି, ଯେପରି ଭିଟାମିନ୍, ମିନେରାଲ୍ସ ଓ ଆଣ୍ଟି ଅକ୍ସିଡାଣ୍ଟ ଯାହା ଆମ ଶରୀର ଲାଗି ବହୁ ଲାଭଦାୟକ । ଏଥିରେ ସିନେମାଲଡେହାଇଡ୍ ନାମକ ତତ୍ତ୍ୱ ରହିଛି, ଯାହା ଶରୀରେ ଆଭ୍ୟନ୍ତରୀଣ ଭାଗର ଫୁଲାକୁ କମ୍ କରିଥାଏ । ଏଥିସହ ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ ରଖିଥାଏ ଓ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । 

ଉଚ୍ଚ ରକ୍ତଚାପରୁ ମୁକ୍ତି ଦିଏ

ଏଥିରେ ଥିବା ପୋଟାସିୟମ୍, କ୍ୟାଲସିୟମ୍ ଓ ମାଗ୍ନେସିୟମ୍ ଭଳି ତତ୍ତ୍ୱ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସହାୟତା କରିଥାଏ । ପ୍ରତିଦିନ ଡାଲଚିନି ଯୁକ୍ତ ଚା’ ପିଇବା ଦ୍ୱାରା ବ୍ଲଡ୍ ପ୍ରେସର ବାଲାନ୍ସ ରହିଥାଏ, ଯାହା ହାଇ ବିପି ସମସ୍ୟାକୁ ହ୍ରାସ କରିଥାଏ । 

ଡାଇବେଟିସ୍ ଆଶଙ୍କା ଦୂର କରେ 

ଡାଲଚିନି ଖାଉଥିବା ବ୍ୟକ୍ତିଙ୍କଠାରେ ଡାଇବେଟିସ୍ ଆଶଙ୍କା କମ୍ ରହିଥାଏ । ଏହି ମସଲା ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ ପ୍ରଦାନ କରିବାରେ ସହାୟତା ପ୍ରଦାନ କରିଥାଏ । 

ହୃଦୟକୁ ସୁସ୍ଥ ରଖେ

ଏଥିରେ ଆଣ୍ଟି ଅନଫ୍ଲାମେଟୋରୀ ଓ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଛି । ଯାହା ହୃଦୟକୁ ସୁସ୍ଥ ରଖେ । ଏହା ବ୍ଲଡ୍ ସର୍କୁଲେସନକୁ ସୁଧାରିଥାଏ ଓ ରକ୍ତ ଜମାଟ ବାନ୍ଧିବାକୁ ଦିଏନାହିଁ । ଏହା ହାର୍ଟ ଷ୍ଟ୍ରୋକ୍ ଓ ହୃଦ୍‌ରୋଗ ଜଡ଼ିତ ସମସ୍ୟାରୁ ମୁକ୍ତି ଦିଏ । 

ପାଚନ କ୍ରିୟା ଠିକ୍ ହୁଏ 

ଡାଲଚିନି ସେବନ କରିବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ରୁହେ । ପେଟ ସମସ୍ୟା, ଗ୍ୟାସ୍, କାଷ୍ଠକାଠିନ୍ୟ ସମସ୍ୟା ଦୂର କରେ । ଯେଉଁମାନଙ୍କର ପେଟ ସମସ୍ୟା ରହିଛି ସେମାନେ ଡାଲଚିନି ନିହାତି ଖାଇବା ଆବଶ୍ୟକ । 

ଥଣ୍ଡା-କାଶରୁ ମୁକ୍ତି 

ଡାଲଚିନି ଯୁକ୍ତ ଚା’ ପିଇବା ଦ୍ୱାରା ଥଣ୍ଡା, କାଶରୁ ମୁକ୍ତି ମିଳେ । ଡାଲଚିନିରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଭାଇରାଲ ଗୁଣ ରହିଛି, ଯାହା ସଂକ୍ରମଣ ସହ ଲଢ଼ିବାରେ ସାହାଯ୍ୟ କରେ ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.