କିୱି । ଏହା କେବଳ ସ୍ୱାଦରେ ମିଠା ନୁହେଁ, ବରଂ ଏଥିରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ରହିଛି । ଏଥିରେ ଭିଟାମିନ ସି, ଭିଟାମିନ କେ ଏବଂ ପୋଟାସିୟମ ଭରପୁର ରହିଛି । କିୱି ଫଳକୁ ପୁଷ୍ଟିକର ତତ୍ତ୍ୱର ଏକ ଭଣ୍ଡାର ଭାବରେ ବିବେଚନା କରାଯାଏ । ଏହା ତ୍ବଚାଠାରୁ ହାର୍ଟ ପର୍ଯ୍ୟନ୍ତ ଅନେକ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରେ । ତେବେ ଆସନ୍ତୁ ଜାଣିବା ଶରୀର ପାଇଁ କେତେ ଲାଭଦାୟକ ।

ତ୍ୱଚା: ଏହା ତ୍ୱଚା ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ଖାଦ୍ୟ । ଭିଟାମିନ ସି କୋଲାଜେନ ନିର୍ମାଣ କରିବାରେ ସାହାଯ୍ୟ କରେ, ଯାହା ଯୁବା ଏବଂ ଦୃଢ଼ ତ୍ୱଚା ବଜାୟ ରଖିବା ପାଇଁ ଜରୁରୀ ।

ହାର୍ଟକୁ ସୁସ୍ଥ ରଖେ : କିୱିରେ ଥିବା ପୋଟାସିୟମ ହାର୍ଟ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ସପ୍ରତିଦିନ କିୱି ଖାଇବା ଦ୍ୱାରା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ହ୍ରାସ ପାଏ ।

ପାଚନ ପ୍ରକ୍ରିୟାକୁ ଉନ୍ନତ କରେ: କିୱିରେ ଭରପୂର ଫାଇବର ଅଛି, ଯାହା କୋଷ୍ଠ କାଠିନ୍ୟକୁ ରୋକିବା ପାଇଁ ଉତ୍କୃଷ୍ଟ । ଏହା ବ୍ୟତିତ, ଏଥିରେ ଏପିକେଟଚିନିଡିନ୍ ନାମକ ଏକ ବିଶେଷ ଏନଜାଇମ ରହିଛି । ଏଥିରେ ଥିବା ପ୍ରୋଟିନ ହଜମ କରିବାରେ ସାହାଯ୍ୟ କରେ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ: ଏହା କମଳା ଅପେକ୍ଷା ଅଧିକ ଭିଟାମିନ୍ ସି ଯୁକ୍ତ । ତେଣୁ ଏହାକୁ ନିୟମିତ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ । ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର, କିୱି ଫଳ ଋତୁକାଳୀନ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ ।

ଉତ୍ତମ ନିଦ୍ରା: କିୱି ଫଳ ଅନିଦ୍ରା ପାଇଁ ଏକ ଉତ୍ତମ ଔଷଧ । ଏଥିରେ ସେରୋଟୋନିନ, ଏକ ହରମୋନ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଅଧ୍ୟୟନରୁ ଜଣାପଡିଛି ଯେ ଏହା ନିଦ ଗୁଣବତ୍ତା ଉନ୍ନତ କରେ ଏବଂ ଆପଣଙ୍କୁ ଶୀଘ୍ର ନିଦ ହେବାକୁ ସାହାଯ୍ୟ କରେ ।

ଆସ୍ଥମା କମାଏ: କିୱିରେ ଥିବା ଭିଟାମିନ୍ ସି ଏବଂ ଉଚ୍ଚ ଆଣ୍ଟିଅକ୍ସିଡାଣ୍ଟ, ଶ୍ୱାସକ୍ରିୟାରେ ଉନ୍ନତ କରେ। ଏହା ଆସ୍ଥମା ରୋଗୀଙ୍କ ମଧ୍ୟରେ ଘୁଂଘୁଂକୁ କମାଇବା ଏବଂ ଫୁସଫୁସ କାର୍ଯ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରେ ।