ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କଣାସରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଝାଡ଼ା ବାନ୍ତି ବ୍ୟାପିଥିବା ସ୍ଥାନରେ କଲେ ସ୍ଥିତି ସମୀକ୍ଷା

Published By : Harapriya Sethi | January 22, 2025 12:29 PM

କଣାସ, ୨୨/୦୧: ଦୟା ନଦୀର ଦୂଷିତ ପାଣି ପିଇ କଣାସରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥିତି ପ୍ରତି ପ୍ରଶାସନ ତତ୍ପରତା ହୋଇଛି । ବ୍ୟାପିଥିବା ଝାଡା ବାନ୍ତିର ସ୍ଥିତି ସମୀକ୍ଷା କରି କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସ୍ଥିତି ସମୀକ୍ଷା ପରିବା ପରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଥିବା ସହ କେସ ନମ୍ବର କମିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହି ସମୟରେ ପୁରୀ ସିଡିଏମ୍‌ଓ ଏବଂ କଣାସ ବିଡିଓ ଉପସ୍ଥିତ ରହିଥିଲେ । କଣାସ ମେଡିକାଲରେ ବେଡ଼ ଓ ମାସ୍କ ନଥିବା ନେଇ ଲୋକେ ଅଭିଯୋଗ କରିଥିଲେ । ଏ ଅଭିଯୋଗ ପରେ ପୁରୀରୁ ବେଡ଼ ପଠାଯାଇଥିବା କହିଛନ୍ତି ପୁରୀ ସିଡିଏମ୍‌ଓ ।

ଦୂଷିତ ନଦୀ ଜଳ ବ୍ୟବହାର କରି ଝାଡା ବାନ୍ତିରେ କଣାସରେ ୪ଜଣଙ୍କ ମୃତ୍ୟୁ ହୋଇଛି । ସରଦେଇପୁର ଠାରୁ ଚିଲିକା ଯାଏ ପ୍ରାୟ ୯୦ କିମି ପ୍ରବାହମାନ ଦୟା ନଦୀ କଡ଼ରେ ଶତାଧିକ ଗାଁ ଗଣ୍ଡା । ଜଳ ନମୁନା ପରୀକ୍ଷଣରୁ ଜଣାପଡ଼ିଛି ଯେ, କଣାସ ଅଞ୍ଚଳ ଦେଇ ପ୍ରବାହିତ ଦୟା ପାଣିଠୁ ୫୦ ଗୁଣ ଅଧିକ ପ୍ରଦୂଷିତ ପାଲଟିଛି ଉପରମୁଣ୍ଡରେ । ସରକାର କଣାସ ଅଞ୍ଚଳରେ ଦୟା ପାଣି ବ୍ୟବହାରକୁ ନିଷିଦ୍ଧ କରିଛନ୍ତି । ହେଲେ ଏହାର ଉପରମୁଣ୍ଡରେ ବାସ କରୁଥିବା ଲୋକେ ଉକ୍ତ ଘନ ପ୍ରଦୂଷିତ ଜଳକୁ ବ୍ୟବହାର କରୁଛନ୍ତି । ଫଳରେ ଏସବୁ ଅଞ୍ଚଳରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପିବା ଆଶଙ୍କାକୁ ଏଡ଼ାଇଦେଇ ହେବନାହିଁ । ଏହାକୁ ଦୃଷ୍ଟିରେ ରଖି ସରକାର ବେଳହୁଁ ସତର୍କତା ଅବଲମ୍ବନ କରିବା ଅନିବାର୍ଯ୍ୟ ହୋଇପଡ଼ିଛି । କଣାସ ଝାଡ଼ାବାନ୍ତିର ମୁଖ୍ୟ କାରଣ ହେଉଛି ପାଣିରେ ଥିବା ମାତ୍ରାଧିକ ଇ କୋଲି ଜୀବାଣୁ । ନଦୀ ପାଣି ସମେତ ଏହାର ଅବବାହିକାରେ ଥିବା ସମସ୍ତ ଜଳାଶୟକୁ ଏହି ମାରାତ୍ମକ ଜୀବାଣୁ ମାଡ଼ିଯାଇଛନ୍ତି । ଏହାକୁ ବ୍ୟବହାର କରି ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜନସ୍ୱାସ୍ଥ୍ୟ ବିଭାଗ କହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.